www.samajalive.in
Sunday, December 14, 2025
19.1 C
Bhubaneswar

ମସ୍ତିଷ୍କ ରୋଗ ସେରେବ୍ରେଲ ଐନ୍ୟୁରିଜମ୍‌ରେ ଆକ୍ରାନ୍ତ ଚୀନର ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ !

ବେଜିଂ- ଚୀନ୍‌ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ବିରଳ ମସ୍ତିଷ୍କ ରୋଗରେ ପୀଡିତ ଥିବା ସୂଚନା ମିଳିଛି । ତାଙ୍କୁ ସେରେବ୍ରେଲ ଐନ୍ୟୁରିଜମ୍‌ ହୋଇଥିବା କଥା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି । ଏହି ରୋଗ ହେଲେ ମସ୍ତିଷ୍କର ଶିର ଏବଂ ଧମନୀରେ ରକ୍ତ ଜମାଟ ବାନ୍ଧିଥାଏ । ଏଥିଯୋଗୁଁ ମୁଣ୍ଡ ବିନ୍ଧା ସହ ମସ୍ତିଷ୍କ ଠିକ୍‌ ଭାବେ କାମ କରିବା ବନ୍ଦ କରିଦିଏ । ବେଳେ ବେଳେ ଏହା ମୃତ୍ୟୁର କାରଣ ହୋଇଥାଏ ।

ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ଖବର ସରୋବରାହ ସଂସ୍ଥା ପକ୍ଷରୁ ଏହି ଖବର ପ୍ରକାଶ ପାଇଛି । ସେରେବ୍ରେଲ ଐନ୍ୟୁରିଜମ୍‌ଯୋଗୁଁ ଗତ ବର୍ଷ ଚୀନ୍‌ର ରାଷ୍ଟ୍ରପତିଙ୍କର ଚିକିତ୍ସା କରାଯାଇଥିଲା । ପାରମ୍ପରିକ ଚୀନ୍‌ର ଔଷଧରେ ଏହାର ଚିକିତ୍ସା କରାଯାଉଥିବା ସୂଚନା ମିଳିଛି । ମାତ୍ର ଡାକ୍ତରମାନେ ତାଙ୍କୁ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେଇଛନ୍ତି ।

- Advertisement -

ଗତ କିଛି ଦିନ ଧରି ଜିନ୍‌ପିଙ୍ଗଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଅଛି । ମସ୍ତିଷ୍କର ବିଭିନ୍ନ ଧମନୀରେ ଠିକ୍‌ ଭାବେ ରକ୍ତ ପ୍ରବାହ ହେଉନାହିଁ । ତାଙ୍କର ମସ୍ତିଷ୍କ ଏବଂ ଖପୁରୀ ମଧ୍ୟରେ ଥିବା ରକ୍ତବାହିକା ଧମନୀ କ୍ଷତିଗ୍ରସ୍ତ ହେବା ସହ ରକ୍ତପ୍ରବାହ ଠିକ୍‌ ଭାବରେ ହେଉ ନଥିବା ସୂଚନା ମିଳିଛି । ଏଥିଯୋଗୁଁ ଅନେକ ରୋଗୀଙ୍କର ଜୀବନ ପ୍ରତି ବିପଦ ରହିଥାଏ। ଏଥିଯୋଗୁଁ ମୁଣ୍ଡ ବିନ୍ଧା., ଆଖିର ଦୃଷ୍ଟିଶକ୍ତି ହ୍ରାସ ପାଇବା , ମୁହଁରେ ସ୍ନାୟୁଗତ ବିକା ଦେଖା ଦେବା ଅନ୍ୟତମ ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories