www.samajalive.in
Sunday, December 14, 2025
26.1 C
Bhubaneswar

୯ ମାସ ହେଲା ଅଚଳ ସୌରଚାଳିତ ନଳକୂଅ

ଖପ୍ରାଖୋଲ: ପାନୀୟ ଜଳ ସମସ୍ୟା ଦୂର କରିବାକୁ ସରକାର ପଞ୍ଚାୟତ ଗୁଡିକକୁ ଦାୟିତ୍ୱ ଦେଇଛନ୍ତି। ହେଲେ ନଳକୂପ ମରାମତି ପଞ୍ଚାୟତକୁ ହସ୍ତାନ୍ତର ପରେ ଦୁର୍ଦଶା ବଢିଥିବା ଅଭିଯୋଗ ହେଉଛି। ଖପ୍ରାଖୋଲ ବ୍ଳକ ନୂତନ ଚଙ୍ଗରିଆ ପଞ୍ଚାୟତର ରେଙ୍ଗାଲଜୁରୀ ଗାଁ ସ୍କୁଲ ପଡାରେ ଥିବା ସୌରଚାଳିତ ନଳକୂପ ଦୀର୍ଘ ୯ ମାସରୁ ଉର୍ଦ୍ଧ୍ବ ହେବ ଅଚଳ ହୋଇପଡିଛି। ଫଳରେ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ମରାମତି ପାଇଁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଅନ୍ୟ ପକ୍ଷରେ ନଳକୂପ ମରାମତି ଦାୟିତ୍ଵ ପଞ୍ଚାୟତର ନାଁ ଆଉ କାହାର ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି। ଗାଁର ଏକମାତ୍ର ନଳକୂପ ପାନୀୟ ଜଳ ଉପଯୋଗୀ ହୋଇଥିବାରୁ ଗାଁ ମହିଳା ଏହି ନଳକୂପରୁ ପାଣି ନିଅନ୍ତି। ବର୍ତ୍ତମାନ ଖରା ଆଉ ପାନୀୟ ଜଳ ଦେଉଥିବା ନଳକୂଅ ଅଚଳ ଯୋଗଁ ବହୁ ହଇରାଣ ହେଉଛନ୍ତି। ଗାଁ ମହିଳାମାନେ ଖୋଲା କୂଅରୁ ପାଣି ବ୍ୟବହାର କରୁଛନ୍ତି। ଯାହାଫଳରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ଏଥିପ୍ରତି ବ୍ଲକ୍ ପ୍ରଶାସନ ଦୃଷ୍ଟି ଦେଇ ଅଚଳ ନଳକୂପକୁ ସଚଳ କରିବାକୁ ଗାଁ ଲୋକେ ଦାବି କରିଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories