www.samajalive.in
Monday, December 15, 2025
15.1 C
Bhubaneswar

ଉତ୍ତମ ସେବା ଯୋଗାଇ ଦେବା ପାଇଁ ସେବିକାଙ୍କ ଶପଥପାଠ

ଭୂବନେଶ୍ୱର: ଫ୍ଲୋରେନସ୍ ନାଇଟିଙ୍ଗେଲଙ୍କ ଜନ୍ମଦିବସକୁ ସାରା ପୃଥିବୀ ଆର୍ନ୍ତଜାତୀୟ ସେବିକା ଦିବସ ରୂପେ ପାଳନ କରିଆସୁଛି। ଏହି ପରିପ୍ରେକ୍ଷୀରେ ଓଡିଶାର ରାଜଧାନୀ ଭୂବନେଶ୍ୱରର ‘ଦିବ୍ୟ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁଟ୍’ ସହ ସହବନ୍ଧିତ ବହୁ ପୁରାତନ ନର୍ସିଂ ସ୍କୁଲ୍ ‘ଗୀତାଞ୍ଜଳୀ ସ୍କୁଲ୍ ଆଣ୍ଡ୍ କଲେଜ ଅଫ୍ ନସିଂ’ ଏବଂ ସୁନ୍ଦରଗଡ ଜିଲ୍ଲାର ‘ଦିବ୍ୟ କଲେଜ ଅଫ୍ ନର୍ସିଂ’ ଓ ନବରଙ୍ଗପୁର ଜିଲ୍ଲାର ‘ମା ଭଣ୍ଡାରଘରଣୀ କଲେଜ୍ ଅଫ୍ ନର୍ସିଂ’ର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥ ଇଡକଲ ଅଡିଟୋରିୟମ୍ଠାରେ ଆର୍ନ୍ତଜାତୀୟ ସେବିକା ଦିବସ ତଥା ଗୀତାଞ୍ଜଳୀ ସ୍କୁଲ୍ ଆଣ୍ଡ୍ କଲେଜ ଅଫ୍ ନସିଂର ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏବର୍ଷର ଆର୍ନ୍ତଜାତୀୟ ସେବିକା ଦିବସର ବାର୍ତ୍ତା ହେଉଛି- ବିଶ୍ୱର ସ୍ୱାସ୍ଥ୍ୟ ଅଧିକାରକୁ ସମ୍ମାନର ସହ ସୁରକ୍ଷିତ ରଖିବା ପାଇଁ ସେବା କ୍ଷେତ୍ରରେ ଦୃଢ ମନୋନିବେଶ କରିବା। ସେବାରେ ନିଜକୁ ଉତ୍ସର୍ଗ କରିଥିବା ସମସ୍ତ ସେବିକାମାନଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଇବା ଓ ସେହି ବାର୍ତ୍ତାକୁ ଆଧାର କରି ସମସ୍ତ ସେବିକା ନିଜ ନିଜର କର୍ମକ୍ଷେତ୍ରରେ ଦୃଢ ମନୋବଳ ତିଆରି କରିବା ଆଜି ଦିବସ ପାଳନର ମୂଳମନ୍ତ୍ର। ଏହି ଅବସରରେ ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ ସେବିକାମାନେ ଶପଥ ପାଠ କରିଥିଲେ।

କଟକ ଜିଲା ପରିଷଦ ସଦସ୍ୟ ତଥା ଗୀତାଞ୍ଜଳୀ ସ୍କୁଲ୍ ଆଣ୍ଡ୍ କଲେଜ ଅଫ୍ ନର୍ସିଂର ପରାମର୍ଶଦାତା ଆଶିଷ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ଏହି କାର୍ଯ୍ୟକ୍ରମରେ ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୂର୍ବତନ ବିଧାୟକ ତଥା ପୂର୍ବତନ ସରକାରୀ ମୁଖ୍ୟ ସଚେତକ ପ୍ରଭାତ କୁମାର ତ୍ରିପାଠୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଦିବ୍ୟ ଗ୍ରୁପ ଅଫ୍ ଇନ୍ଷ୍ଟିଚ୍ୟୁଟ୍ର ଅଧ୍ୟକ୍ଷ ଦିବ୍ୟଲୋଚନ ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟକ୍ଷା ବିଷ୍ଣୁପ୍ରିୟା ମହାନ୍ତି ଆର୍ନ୍ତଜାତୀୟ ସେବିକା ଦିବସର ବିଷୟବସ୍ତୁ, ଲକ୍ଷ୍ୟ ଓ ତାତ୍ପର୍ୟ୍ୟ ଉପରେ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥି ଭାବେ ଭୁବନେଶ୍ୱର(ମଧ୍ୟ)ର ବିଧାୟକ ଅନନ୍ତ ନାରାୟଣ ଜେନା, ଭୂବନେଶ୍ୱର(ଉତ୍ତର)ର ବିଧାୟକ ସୁଶାନ୍ତ କୁମାର ରାଉତ, ବରିଷ୍ଠ ସ୍ୱାସ୍ଥ୍ୟ ଶିକ୍ଷା ଅଧିକାରୀ ଉମାକାନ୍ତ ଶତପଥୀ, ପଦ୍ମଶ୍ରୀ ଦିଲ୍ଲିପ ତିର୍କୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଓ ଦେବୀ ରଂଜନ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ଏହି ଦିବସ ପାଳନର ମହତ୍ୱ ଉପରେ ନିଜ ନିଜର ବକ୍ତବ୍ୟମାନ ରଖିଥିଲେ। ଆଜିର ଏହି କାର୍ୟ୍ୟକ୍ରମରେ ସଭାପତି ଆଶିଷ ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟକ୍ଷ ଦିବ୍ୟଲୋଚନ ନାୟକ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। କାର୍ୟ୍ୟକ୍ରମ ପ୍ରାରମ୍ଭରେ ଫ୍ଲୋରେନସ୍ ନାଇଟିଙ୍ଗଲ୍ଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯିବା ସହ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ଏଥିସହ ନର୍ସିଂ କଲେଜର ଛାତ୍ରଛାତ୍ରୀମାନେ ଭଲ ସେବିକା ହେବା ପାଇଁ ଶପଥ ନେଇଥିଲେ। ଏହି ଅବସରରେ ପ୍ରଶାନ୍ତ କୁମାର ନାୟକଙ୍କ ଦ୍ୱାରା ଅନୁଷ୍ଠାନର ସଙ୍କଳନ ମୁଖପତ୍ର ‘ସାଧନା’ର ଉନ୍ମୋଚନ କରାଯାଇଥିଲା। ଏତଦ୍ ବ୍ୟତୀତ ଦୁଇଜଣ ସେବିକାଙ୍କୁ ସେମାନଙ୍କର ପ୍ରଶଂସନୀୟ ସେବାପାଇଁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା। ଏହି କାର୍ୟ୍ୟକ୍ରମରେ ପୁରସ୍କାର ବିତରଣ ସହ ନର୍ସିଂ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ ବିଚିତ୍ରା ନାଟକ ଅଭିନୟ କରାଯାଇଥିଲା। ଶୁଭ୍ରକାନ୍ତ ନାୟକ ଓ ଅଜିତ୍ କୁମାର ସ୍ୱାଇଁ କାର୍ୟ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ। ଶେଷରେ ଅନୁଷ୍ଠାନର ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories