ସାଧାରଣତନ୍ତ୍ର ଦିବସ: ଏଥର ଅତିଥି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ
ନୂଆଦିଲ୍ଲୀ: ଏଥର ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ପାଳନ ସମାରୋହରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଜାନୁଆରୀ ୨୬ ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା। ତେବେ କିଛି କାରଣ ଯୋଗୁ ଜାନୁଆରୀରେ ସେ ଭାରତ ଆସିବାକୁ ଅକ୍ଷମତା ପ୍ରକାଶ କରିଥିଲେ। ଏହାପରେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନଙ୍କୁ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି।
ସୂଚନାଯୋଗ୍ୟ, ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇରେ ମାକ୍ରନଙ୍କ ନିମନ୍ତ୍ରଣକ୍ରମେ ଫ୍ରାନ୍ସ ଯାଇଥିଲେ। ପ୍ୟାରିସରେ ବଷ୍ଟିଲ୍ ଡେ ପ୍ୟାରେଡରେ ମୋଦୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
Comments are closed.