ସତର୍କ ରୁହନ୍ତୁ, ମିଛ ଖବର

ଡେସ୍କ: ପିଏମ୍ କୁସୁମ ଯୋଜନାରେ ୮ ହଜାର ଟଙ୍କା ପଞ୍ଜୀକରଣ ଶୁଳ୍କ ଆଦାୟ କରୁଥିବା ଏକ ଠକେଇ ବିରୋଧରେ ପତ୍ର ସୂଚନା କାର୍ଯ୍ୟାଳୟର ଫ୍ୟାକ୍ଟ ଚେକ୍ ୟୁନିଟ୍ ଚେତାବନୀ ଦେଇଛି। ଫ୍ୟାକ୍ଟ ଚେକ୍ ୟୁନିଟ୍ ପକ୍ଷରୁ କୁହାଯାଇଛି ଯେ ପଞ୍ଜୀକରଣ ଶୁଳ୍କ ଦେବା ପରେ ଏହି ଯୋଜନା ଅଧୀନରେ ଆବେଦନ ମଞ୍ଜୁର କରାଯିବ ବୋଲି ଦାବି କରି ଲୋକଙ୍କୁ ନକଲି ଅନୁମୋଦନ ପତ୍ର ପଠାଯାଉଛି। କେନ୍ଦ୍ର ସରକାର ଏଭଳି କୌଣସି ଦାବିକୁ ଖଣ୍ଡନ କରିବା ସହ ଚିଠିଟି ନକଲି ବୋଲି କହିଛନ୍ତି।

prayash

ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଦୃଢ଼ ପରାମର୍ଶ ଦେଇଛି ଯେ ପିଏମ-କୁସୁମ ଯୋଜନାରେ ଆଗ୍ରହୀ ଲୋକମାନେ କୌଣସି ବ୍ୟକ୍ତିଗତ ସୂଚନା ପ୍ରଦାନ କରିବା କିମ୍ବା ଟଙ୍କା ଜମା କରିବା ପୂର୍ବରୁ ୱେବସାଇଟର ସତ୍ୟତା ଯାଞ୍ଚ କରିବା ଉଚିତ୍। ଯୋଗ୍ୟତା ଏବଂ କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ସୂଚନା ମନ୍ତ୍ରଣାଳୟର ୱେବସାଇଟ “pmkusum.mnre.gov.in” ଏବଂ ଟୋଲ୍ ଫ୍ରି ନମ୍ବର ୧୮୦୦-୧୮୦-୩୩୩୩ରେ ଉପଲବ୍ଧ ରହିଛି।

kalyan agarbati

Comments are closed.