www.samajalive.in
Saturday, December 13, 2025
18.1 C
Bhubaneswar

ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ମହିଳାମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି, ବ୍ୟବସ୍ଥାକୁ ଅଧିକ ସହଜ ଓ ସରଳ କରିବା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ

ଭୁବନେଶ୍ୱର : ସୁଭଦ୍ରା ଯୋଜନା ଏକ ଜନକଲ୍ୟାଣକାରୀ ଯୋଜନା। ଏହି ଯୋଜନାରୁ ମହିଳାମାନେସୁବିଧା ନେବା ପାଇଁ  ସେମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି । ସେଥିପାଇଁ  ବିଭିନ୍ନ କମନ ସର୍ଭିସ ସେଣ୍ଚର ଏବଂ ମୋ ସେବା କେନ୍ଦ୍ରରେ ପ୍ରତିଦିନ ନାମ ପଞ୍ଜୀକରଣ ପାଇଁ ଭିଡ଼ ପରିଲକ୍ଷିତ ହେଉଛି। ଏହି ପରିପ୍ରେକ୍ଷୀରେ ଫର୍ମ ଆବେଦନ ପ୍ରକ୍ରିୟାକୁ କିପରି ଆହୁରି ସରଳ ଓ ସହଜ କରାଯାଇପାରିବ, ସେଥିପାଇଁ ଆଜି ଅପରାହ୍ଣରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର(ଓକାକ) ଠାରେ ଅନୁଷ୍ଠିତ ଏକ ବୈଠକରେଆଲୋଚନା କରିଥିଲେ।

ବୈଠକରେ  ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭିଗର ପ୍ରମୁଖ ଶାସନ ସଚିବ  ତଥା ଓକାକର ଅଧ୍ୟକ୍ଷ  ବିଶାଳ କୁମାର ଦେବ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ, ମହିଳା ଓ ଶିଶୁ ବିକାଶ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଏବଂ ବିଜ୍ଞାନ ଓ ବୈଷୟିକ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମଙ୍କ ସମେତ  କମନ ସର୍ଭିସ୍ ସେଣ୍ଚରର ମୁଖ୍ୟ ବୈଷୟିକ ଅଧିକାରୀ ଏବଂ ମୋ ସେବା କେନ୍ଦ୍ରର ମୁଖ୍ୟ ପରିଚାଳନା ଅଧିକାରୀ ଏବଂ ଅନ୍ୟ ବୈଷୟିକ ବିଶେଷଜ୍ଞ  ସହିତ ଆଲୋଚନା କରାଯାଇଥିଲା ।

- Advertisement -

ଷ୍ଟେଟ୍ ଡାଟା ସେଣ୍ଚର,ଓକାକ୍ ରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ସ୍ଥାପିତ ଡାଟା ସେଣ୍ଟର ରହିଛି । ଆବେଦନକାରୀ ଯେପରି ଠିକ୍ ଭାବେ ବ୍ୟବସ୍ଥା ମଧ୍ୟରେ ଶୀଘ୍ର ଆବେଦନ କରିପାରିବେ,  ସେଥିପ୍ରତି ଦୃଷ୍ଟି ଦିଆଯାଇ  ସମସ୍ତ ବୈଷୟିକ  ଦିଗ ପ୍ରତି ତ୍ୱରିତ ପଦକ୍ଷେପ ନିଆଯାଉଛି ।ଆବେଦନ ପ୍ରକିୟାରେ କିପରି ଆହୁରି ସହଜ କରାଯାଇ ପାରିବ ଏବଂ ଆବେଦନକାରୀମାନେ ଶୀଘ୍ର ଫର୍ମ ଦାଖଲ କରିପାରିବେ, ସେଥିପାଇଁ  ବ୍ୟବସ୍ଥାରେ ଅଧିକ ସହଜ , ସରଳ ଓ ବିକଶିତ କରିବା ଉପରେ ମୁଖ୍ୟ ଶାସନ ସଚିବ  ଗୁରୁତ୍ୱ ଦେଇଥିଲେ ।

ଅନ୍ୟ ପକ୍ଷରେ ଆବେଦନକାରୀଙ୍କ ନିକଟରେ ଫର୍ମ ପହଁଚାଇବାରେ ଏବଂ ଆବେଦନ କରିବାରେ ସହାୟତା କରିବାରେ ବିଶେଷ କରି ଅଙ୍ଗନଓ୍ୱାଡି କର୍ମୀଙ୍କ ଭୂମିକା ପ୍ରଶଂସନୀୟ ରହିଥିବା ବୈଠକରେ ଆଲୋଚନା କରାଯାଇଥିଲା ।  ପରେ ପରେ ସଂଧ୍ୟାରେ ଲୋକସେବା ଭବନରେ ଅନୁଷ୍ଠିତ ଏକ ବୈଠକରେ ଆଭାସୀ ବୈଠକ ମାଧ୍ୟମରେ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରାଯାଇ ସୁଭଦ୍ରା ଯୋଜନାରେ ଆବେଦନ ପ୍ରକ୍ରିୟାର ସରଳୀକରଣ ଓ ସୁବ୍ୟବସ୍ଥା  ସଂପର୍କରେ  ଅବଗତ କରାଯାଇ ଆଲୋଚନା କରାଯାଇଥିଲା ।

ଆଜି ରବିବାର ଛୁଟି ଦିନ ତଥା ନୂଆଁଖାଇ ପର୍ବ ଥିବା ସତ୍ତ୍ୱେ ସୁଭଦ୍ରା ଯୋଜନାରେ ହିତାଧିକାରୀ ମା’ ଭଉଣୀମାନଙ୍କ ପାଇଁ  ଯେପରି ଫର୍ମ ଦାଖଲ ପ୍ରକ୍ରିୟା ସୁବିଧା ଜନକ ହେବ, ସେଥିପାଇଁ ରାଜ୍ୟ ପ୍ରଶାସନର ରାଜ୍ୟସ୍ତରୀୟ ଅଧିକାରୀମାନଙ୍କ ଠାରୁ ଆରମ୍ଭ କରି ଜିଲ୍ଲାସ୍ତରରେ ସମସ୍ତେ ଚଳଚଞ୍ଚଳ ରହି ବ୍ୟବସ୍ଥାର ସୁପରିଚାଳନା ପାଇଁ ତଦାରଖ ଓ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ  କରିଥିଲେ ଏବଂ ଏହି ପ୍ରକ୍ରିୟା ଜାରି ରହିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories