www.samajalive.in
Saturday, December 13, 2025
15.1 C
Bhubaneswar

୨୦୩୦ ଯୁବ ଅଲିମ୍ପିକ୍ସ ଓ ୨୦୩୬ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ଆୟୋଜନ

ଡେସ୍କ: ୨୦୩୦ରେ ଯୁବ ଅଲିମ୍ପିକ୍ସ ଓ ୨୦୩୬ରେ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତ ବିଡ୍ କରିବ ବୋଲି ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡବ୍ୟ କହିଛନ୍ତି। ରବିବାର ନୂଆଦିଲ୍ଲୀଠାରେ ୪୪ତମ ଅଲିମ୍ପିକ୍ କାଉନସିଲ୍ ଅଫ୍ ଏସିଆ ସାଧାରଣ ସଭାକୁ ସମ୍ବୋଧିତ କରି ସେ କହିଥିଲେ ଯେ ସରକାର କ୍ରୀଡ଼ା ବଜେଟକୁ ୨୦୧୪-୧୫ରେ ପ୍ରାୟ ୧୪୩ ନିୟୁତ ଡଲାରରୁ ବର୍ତ୍ତମାନ ପ୍ରାୟ ୪୭୦ ନିୟୁତ ଡଲାରକୁ ବୃଦ୍ଧି କରିଛନ୍ତି। ଏହା ଏସୀୟ କ୍ରୀଡ଼ାରେ ୧୦୭ ଓ ଏସୀୟ ପାରା ଗେମ୍ସରେ ୧୧୧ ପଦକ ସହ ଦେଶର ଅସାଧାରଣ ପ୍ରଦର୍ଶନରେ ସହାୟକ ହୋଇଛି।

ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି ଯେ ଅଲିମ୍ପିକ୍ସ କାଉନସିଲ ଅଫ୍ ଏସିଆ ନିଜେ ପ୍ରମାଣ କରୁଛି ଯେ କ୍ରୀଡ଼ା କିପରି ଏକ ବିବିଧ ଗୋଷ୍ଠୀକୁ ଏକାଠି କରିପାରିବ ଏବଂ ଭାଇଚାରାର ଭାବନା ସୃଷ୍ଟି କରିପାରିବ। ସେ କହିଛନ୍ତି ଯେ ନିଆଯାଇଥିବା ନିଷ୍ପତ୍ତି ଏସୀୟ କ୍ରୀଡ଼ାବିତଙ୍କ ଭବିଷ୍ୟତ ଗଠନରେ ସହାୟକ ହେବ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories