www.samajalive.in
Monday, December 8, 2025
14.1 C
Bhubaneswar

ଖୋଲୁଛି ଗୁମର : ରସିକିଆ ଠକକୁ ଜେରା , ସତ୍ୟଜିତର ଭାଇକୁ ନୋଟିସ

ଭୁବନେଶ୍ବର : ଦିନ ଗଡୁଛି, ରହସ୍ୟ ବଢୁଛି। ଖୋଲୁଛି ରସିକିଆ ପ୍ରେମିକ ସତ୍ୟଜିତ ସାମଲର ଗୁମର। ଏକାଧିକ ମହିଳାଙ୍କୁ ବିବାହ କରିବାକୁ କହି ପ୍ରାୟ ୫୦ଲକ୍ଷ ଟଙ୍କା ସେ ଠକିଥିବା ତଦନ୍ତବେଳେ ପୁଲିସ ଜାଣିବାକୁ ପାଇଛି। ଏହି ଠକେଇରେ ସତ୍ୟଜିତକୁ ସହଯୋଗ କରୁଥିଲା ତା’ ଭାଇ। ଠକେଇ ଟଙ୍କାରେ ଗାଡ଼ି କିଣି ଟ୍ରାଭେଲ୍ସରେ ଲଗାଉ ଥିଲେ ଦୁଇ ଭାଇ। ସେପଟେ ରହସ୍ୟମୟୀ ମହିଳାଙ୍କ ପୂରା ପରିବାର ସତ୍ୟଜିତଙ୍କ ସମ୍ପର୍କରେ ଥିବା ତଦନ୍ତକାରୀ ଦଳ ଜାଣିବାକୁ ପାଇଛି। କ୍ୟାପିଟାଲ ଥାନା ପୁଲିସ ସତ୍ୟଜିତର ଭାଇ ବିଶ୍ବଜିତକୁ ନୋଟିସ କରିଛି। ହାଜର ହେବା ପରେ ତାକୁ ତଦନ୍ତକାରୀ ଦଳ ଜେରା କରିବ ବୋଲି ଜଣାପଡ଼ିଛି। ରସିକିଆ ସତ୍ୟଜିତ ଓ ରହସ୍ୟମୟୀ ମହିଳାଙ୍କ ପରିବାରକୁ ପୁଲିସ ତଦନ୍ତ ପରିସରଭୁକ୍ତ କରିଛି।
ରସିକିଆ ପ୍ରେମିକ ସତ୍ୟଜିତର ଗୁମର ଖୋଲୁଛି। ହେପାଜତରେ ଥିବା ସତ୍ୟଜିତକୁ ପୁଲିସ ଯେତିକି ପଚାରୁଛି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଦୁଇଟି ଦାମୀ କାର୍‌ କିଣିବାକୁ ସୋ’ ରୁମ୍‌ରେ ସେ ଆଗୁଆ ଟଙ୍କା ଦେଇଥିଲା। ସେପଟେ ସତ୍ୟଜିତ ଗିରଫ ପରେ ଏବେ ରହସ୍ୟମୟୀ ମହିଳା କଥା ବଦଳାଉଛନ୍ତି। ଆରମ୍ଭରୁ ସତ୍ୟଜିତକୁ ସ୍ୱାମୀ କହୁଥିବା ଏହି ରହସ୍ୟମୟୀ ଏବେ ନିଜକୁ ପୀଡ଼ିତା କହୁଛନ୍ତି। ସୋମବାର ରହସ୍ୟମୟୀଙ୍କୁ ଜେରା ପରେ ପୁଲିସକୁ ଅନେକ ତଥ୍ୟ ମିଳିଛି। ତାଙ୍କୁ ଟଙ୍କା ସମ୍ବନ୍ଧୀୟ ତଥ୍ୟ ପଚରାଉଚାରା କରାଯାଇଥିବା ଭୁବନେଶ୍ବର ପୁଲିସ ଉପାୟୁକ୍ତ ପ୍ରତୀକ ସିଂ କହିଛନ୍ତି। ଉକ୍ତ ମହିଳାଙ୍କ ଅଭିଯୋଗ ଉପରେ ପୁଲିସ ତଦନ୍ତ କରୁଛି। ସେହିପରି ରହସ୍ୟମୟୀଙ୍କ ପରିବାର ସହ ସତ୍ୟଜିତର ସମ୍ପର୍କ ଥିବା ତଦନ୍ତ ବେଳେ ଜଣାପଡ଼ିଛି। ରହସ୍ୟମୟୀଙ୍କ ମା’ ଓ ଭଉଣୀଙ୍କ ଆକାଉଣ୍ଟକୁ ଟଙ୍କା କାରବାର ହୋଇଛି। ବୁଧବାର ସତ୍ୟଜିତର ଦ୍ୱିତୀୟ ପର୍ଯ୍ୟାୟ ହେପାଜତ ଅବଧି ସରୁଛି। ତା’ ପାଖରୁ ମିଳିଥିବା ତଥ୍ୟକୁ ଆଧାର କରି କଟକ, ଯାଜପୁର ଓ ଖୋର୍ଦ୍ଧା ତହସିଲଦାରଙ୍କୁ ପୁଲିସ ଚିଠି ଲେଖିଛି। ଏସବୁ ତହସିଲ ଅଧୀନରେ ସେ କେଉଁଠି ଜମି କିଣିଛି ତା’ର ତଥ୍ୟ ମାଗିଛି ତଦନ୍ତକାରୀ ଦଳ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories