www.samajalive.in
Sunday, December 14, 2025
17.1 C
Bhubaneswar

ଓଡିଆ ଜାତି ଦୟାରେ ନୁହେଁ ଲଢେଇ କରି ସ୍ୱୀକୃତି ପାଇବ – ଧର୍ମେନ୍ଦ୍ର ପ୍ରଧାନ

– ମୋଦୀ ସରକାର ପାଇକ ବିଦ୍ରୋହର ୨ ଶତାବ୍ଦୀ ପାଳନ ନାଁରେ ଓଡିଆ ବୀରତ୍ୱକୁ ରାଷ୍ଟ୍ରୀୟ ସ୍ତରରେ ସମ୍ମାନ ଦେଇଛନ୍ତି
-କେନ୍ଦ୍ର ସଂସ୍କୃତି ବିଭାଗ ନେତୃତ୍ୱରେ ପାଇକ ବିଦ୍ରୋହ ‘ଏନ୍‍ସିଇଆରଟି’ ପୁସ୍ତକରେ ସ୍ଥାନ ପାଇଛି
-ଏହି ସ୍ମାରକୀ ଆଗାମୀ ୨୦୦ ବର୍ଷ ପର୍ଯ୍ୟନ୍ତ ଓଡିଆ ଜାତିର ବିଜୟଗାଥାକୁ ବିଶ୍ୱରେ ପ୍ରତିପାଦିତ କରିବ

ଖୋର୍ଦ୍ଧା : ଓଡିଆ ଜାତି କାହା ଦୟାରେ ନୁହଁ ଲଢେଇ କରି ସ୍ୱୀକୃତି ପାଇବ ବୋଲି ରବିବାର ଖୋର୍ଦ୍ଧା ବରୁଣେଇ ଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ପାଇକ ବିଦ୍ରୋହ ସ୍ମାରକ ଶିଳାନ୍ୟାସ ଅବସରରେ କେନ୍ଦ୍ର ପେଟ୍ରେଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି, ଯେ ପାଇକ ବିଦ୍ରୋହର ସ୍ମୃତିକୁ ଅମର କରି ରଖିବା ପାଇଁ ଖୋର୍ଦ୍ଧାର ଅନତିଦୂରରେ ଥିବା ବରୁଣେଇ ଠାରେ ଏକ ଭବ୍ୟ ସ୍ମାରକ ନିର୍ମାଣ ପାଇଁ ମୋଦୀ ସରକାର ୨୦୧୭ ମସିହାରେ ଘୋଷଣା କରିଥିଲେ। ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ମୋଦୀ ପାଇକ ବିଦ୍ରୋହର ସଂଗ୍ରାମୀ ପୀଠ ବରୁଣେଇରେ ପାଇକ ବିଦ୍ରୋହର କର୍ଣ୍ଣଧାର ମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଇକ ବିଦ୍ରୋହର ୨ ଶତାବ୍ଦୀ ପାଳନ ନାଁରେ ବରେଣ୍ୟ ପାଇକ ବୀରଗଣଙ୍କ ବଂଶଧରଙ୍କୁ ସମ୍ବର୍ଦ୍ଧିତ କରି ରାଷ୍ଟ୍ରୀୟ ସ୍ତରରେ ସମ୍ମାନ ଦେଇଛନ୍ତି।

- Advertisement -

ପ୍ରଧାନମନ୍ତ୍ରୀ ମୋଦୀ ପାଇକ ବିଦ୍ରୋହ ସ୍ମାରକ ମୁଦ୍ରା, ସ୍ମାରକ ଡାକ ଟିକେଟ୍‍ ଉନ୍ମୋଚନ ତଥା ଉତ୍କଳ ବିଶ୍ୱବିଦ୍ୟାଳୟରେ ୫ କୋଟି ଟଙ୍କା ବ୍ୟୟରେ ବକ୍ସି ଜଗବନ୍ଧୁ ଚେୟାରକୁ ଅୟମାରମ୍ଭ କରି ପାଇକ ବିଦ୍ରୋହକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୧୭ ମସିହାର ତତ୍କାଳୀନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ପାଇକ ବିଦ୍ରୋହର ରାଷ୍ଟ୍ରୀୟ ଉତ୍ସବକୁ ଉଦ୍‍ଘାଟନ କରି ପାଇକ ବିଦ୍ରୋହକୁ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଆଦ୍ୟ-ଉଦଘୋଷଣାର ଉଜ୍ଜଳ ଘଟଣା ବୋଲି ଅଭିହିତ କରିଥିଲେ। ଏତଦବ୍ୟତିତ, କେନ୍ଦ୍ର ସଂସ୍କୃତି ବିଭାଗ ନେତୃତ୍ୱରେ ଶୌର୍ଯ୍ୟ ପୂଣ୍ୟ ପାଇକ ବିଦ୍ରୋହକୁ ‘ଏନ୍‍ସିଇଆରଟି’ର ପାଠ୍ୟ ପୁସ୍ତକରେ ସମ୍ମିଳିତ କରାଯିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୮୦୩ ମସିହାରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଓଡିଶା ଉପରେ କବଜା କଲା। ଏହି ସମୟରେ ବାଳୁତ ରାଜା ମୁକୁନ୍ଦ ଦେବଙ୍କର ଅଭିଭାବକ ଜୟୀ ରାଜଗୁରୁ ଯୁଦ୍ଧର ରାସ୍ତାକୁ ଓହ୍ଲାଇଲେ। ଜୟୀ  ରାଜଗୁରୁଙ୍କ ସହିତ ଓଡିଆ ବୀରମାନେ ବ୍ରିଟିଶ ଓଡିଶାରେ ପାଦ ଦେଉ ଦେଉ ତାଙ୍କର ଅସ୍ଥାନକୁ ଦୋହଲାଇ ଦେଇଥିଲେ ବୋଲି ସେ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ବରୁଣେଇ ପାହାଡର ପାଦଦେଶରେ ଏହି ସ୍ମାରକୀର ଶୁଭାରମ୍ଭ ହୋଇଯାଇଛି। ଏହି ସ୍ମାରକୀ ୨୦୦ ବର୍ଷ ପର୍ଯ୍ୟନ୍ତ ଓଡିଆ ଜାତିର ବିଜୟଗାଥାକୁ ବିଶ୍ୱରେ ପ୍ରତିପାଦିତ କରିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories