ବାଉତୀ ମନ୍ଦିର ଉନ୍ନତିକରଣ ପାଇଁ ଶିଳାନ୍ୟାସ

ଆଠଗଡ : ଆଠଗଡର ଅଧିଷ୍ଠାତ୍ରୀ ଦେବୀ ମା’ ବାଉତୀଙ୍କର ବହୁ ପୁରାତନ ମନ୍ଦିର ଓ ରୋଷଶାଳାର ନବୀକରଣ ତଥା ଉନ୍ନତିକରଣ କାର୍ଯ୍ୟ ପାଇଁ ରବିବାର ଶିଳାନ୍ୟାସ କରାଯାଇଛି। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିଜ ବିଧାୟକ ଉନ୍ନୟନ ପାଣ୍ଠିରୁ ରୋଷଘରର ପୁରାତନ ଛାତକୁ ହଟାଇ ସେଠାରେ ନୂତନ କଂକ୍ରିଟ ଛାତ ଲାଗି ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ପରେ ଅନ୍ୟାନ୍ୟ ଉନ୍ନତିକରଣ କାର୍ଯ୍ୟ ପାଇଁ ଆବଶ୍ୟକୀୟ ଅର୍ଥ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି । ରବିବାର ସକାଳେ ଏନଏସି ନଗରପାଳ ସସ୍ମିତା ରାଉତ ଏହି ନବୀକରଣ କାର୍ଯ୍ୟ ପାଇଁ ପାରମ୍ପରିକ ପୂଜାର୍ଚ୍ଚନା ପରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ୮ନଂ ୱାର୍ଡ କାଉନସିଲର ରାକେଶ ଭକ୍ତା, ଏନଏସି ବିଜେଡି ସଭାପତି ଶିଶିର ପ୍ରସାଦ ମାନସିଂହ, ମହିଳା ବିଜେଡି ସଭାନେତ୍ରୀ ସୁଷମା ପରିଡା, ଯୁବ ବିଜେଡି ସଭାପତି ଶିବଶଙ୍କର ଜେନା, ଛାତ୍ର ବିଜେଡି ସଭାପତି ଖଲିଦ୍‌ ମହମ୍ମଦ୍‌, ଯୁବ ସଂଗଠକ ପ୍ରକାଶ ରାଉତ, ଦୀପକ ମହାନ୍ତି, ଶ୍ୟାମା ପ୍ରସାଦ ପଣ୍ଡା, କଲ୍ୟାଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ମନ୍ଦିରର ପୂଜକ ଶରତ କୁମାର ପଣ୍ଡା ଓ ଅମରେଶ ପଣ୍ଡା ପୂଜା କାର୍ଯ୍ୟ ସଂପନ୍ନ କରିଥିଲେ ।

Comments are closed.