www.samajalive.in
Sunday, December 7, 2025
23.1 C
Bhubaneswar

ବିଜେଡି ଛାଡ଼ିଲେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା , ଏକାଧିକ କାରଣ ଦର୍ଶାଇ ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଲେ ଇସ୍ତଫାପତ୍ର

ବାଲେଶ୍ବର:  ରେମୁଣାର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ସୁଦର୍ଶନ ଜେନା ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ଏକାଧିକ କାରଣ ଦର୍ଶାଇ ସେ ତାଙ୍କ ଇସ୍ତଫାପତ୍ର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ତାଙ୍କୁ ଦଳରେ ଅଣଦେଖା ଓ ଅପମାନିତ କରାଯାଇଥିବାରୁ ସେ ବିଜେଡିରୁ ଇସ୍ତଫା ଦେଇଥିବା ତାଙ୍କ ଇସ୍ତଫାପତ୍ରରେ ଉଲ୍ଲେଖ କରିଥିବା ସୂଚନା ମିଳିଛି।

୨୦୦୯ରେ ସୁଦର୍ଶନ ଜେନା ବିଜେଡି ଟିକେଟରେ ରେମୁଣାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତେବେ ୨୦୧୪ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଠାରୁ ୧୩ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ ହୋଇଥିଲେ। ୨୦୧୯ରେ ଦଳ ତାଙ୍କୁ ଟିକେଟ୍ ଦେଇ ନଥିଲା। ତାଙ୍କ ବଦଳରେ ଦଳ ସୁଧାଂଶୁ ଶେଖର ପରିଡ଼ାଙ୍କୁ ଟିକେଟ୍ ଦେଇଥିଲା ଓ ସେ ବିଜୟୀ ହୋଇଥିଲେ।

- Advertisement -

ବିଜେଡିର କିଛି ଲୋକଙ୍କ ବିଶ୍ୱାସଘାତକତା ଯୋଗୁ ୨୦୧୪ ନିର୍ବାଚନରେ ସେ ହାରି ଯାଇଥିଲେ। ତଥାପି ସେ ଦଳ ପାଇଁ କାମ କରିଥିଲେ ବୋଲି ଲେଖିଛନ୍ତି। ଭଲ କାର୍ଯ୍ୟ କରିବା ସତ୍ତ୍ୱେ ଦଳର ଜିଲା ସଂଗଠନ ଓ ଏହାର ଦାୟିତ୍ୱରେ ରହିଥିବା ନେତାମାନେ ତାଙ୍କୁ ଅପମାନିତ ଓ ଅଣଦେଖା କରିଥିଲେ ବୋଲି ସୁଦର୍ଶନ ଜେନା ତାଙ୍କ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି। ବିଧାୟକ ପ୍ରାର୍ଥୀ ଭାବେ ଟିକେଟ୍ ପାଇବାକୁ ଯୋଗ୍ୟ ହୋଇଥିବା ସତ୍ତ୍ୱେ  ତାଙ୍କୁ ଦଳରେ ଗୁରୁତ୍ବ ଦିଆଯାଉନାହିଁ। ତେଣୁ ସେ ବିଜେଡିରୁ ଇସ୍ତଫା ଦେଉଛନ୍ତି ବୋଲି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଥିବା ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories