www.samajalive.in
Sunday, December 7, 2025
23.1 C
Bhubaneswar

ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ାଙ୍କୁ ଭଲଭୋ କାର୍ ଦେଲେ ୟେଦୁରପ୍ପା ସରକାର

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାଜ୍ୟସଭା ସଦସ୍ୟ ଦେବେଗୌଡ଼ାଙ୍କୁ କର୍ଣ୍ଣାଟକ ସରକାର ଦେଇଛନ୍ତି ଏକ ବିଳାସପୂର୍ଣ୍ଣ ଭଲଭୋ କାର୍ । କର୍ଣ୍ଣାଟକର କୌଣସି ଲୋକ ପ୍ରତିନିଧିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ବାହନ ମଧ୍ୟରେ ଏହା ସବୁଠୁ ମହଙ୍ଗା ।

- Advertisement -

କର୍ଣାଟକ ସରକାରଙ୍କ ନିୟମ ଅନୁସାରେ କ୍ୟାବିନେଟ ମନ୍ତ୍ରୀ, ଲୋକସଭା ଓ ରାଜ୍ୟସଭା ସଦସ୍ୟଙ୍କୁ ସର୍ବାଧିକ ୨୨ ଲକ୍ଷ ଟଙ୍କା ମୂଲ୍ୟର ଗାଡ଼ି ଦିଆଯିବାର ବ୍ୟବସ୍ଥା ରହିଛି । ସେହିପରି ବୋର୍ଡ଼ ଓ କର୍ପୋରେସନ ଅଧ୍ୟକ୍ଷ ପରି ପଦ ପାଇଁ ୧୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗାଡ଼ି କିଣାଯାଇ ପାରିବ । ​‌ତେବେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ପାଇଁ ସେପରି କିଛି ସୀମା ନାହିଁ । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନିମନ୍ତେ ଏହି ନିୟମରେ ପରିବର୍ତନ କରାଯାଇଛି ଏବଂ ଭଲଭୋ ଏକ୍ସସି ୬୦ ଗାଡ଼ି କିଣାଯାଇଛି । ଯାହାର ମୂଲ୍ୟ ୭୬ ଲକ୍ଷ ଟଙ୍କା । ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ବିଶେଷ ଭାବରେ ଏଥିପାଇଁ ଅନୁମତି ଦେଇଛନ୍ତି । ଟିକସ ଛାଡ଼ ପରେ ଗାଡ଼ିର ମୂଲ୍ୟ ୬୦ ଲକ୍ଷ ଟଙ୍କା ପଡ଼ିଛି । ଗାଡ଼ିଟି ରାଜ୍ୟର ମୁଖ୍ୟ ସଚିବଙ୍କ ନାମରେ ପଞ୍ଜିକୃତ ହୋଇଛି ।

ବର୍ତମାନ କର୍ଣାଟକର ମନ୍ତ୍ରୀମାନେ ଇନୋଭା କ୍ରେଷ୍ଟା ବ୍ୟବହାର କରୁଥିବାବେଳେ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତାଙ୍କୁ ଟୟୋଟା ଫର୍ଚ୍ୟୁନର ବ୍ୟବହାର ଲାଗି ମିଳିଛି ।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories