www.samajalive.in
Sunday, December 14, 2025
17.1 C
Bhubaneswar

ସରକାରୀ ମଦ ଦୋକାନ ଖୋଲିବାକୁ ଜନ ଶୁଣାଣି : ୭ରେ ଆସି ୧୬ରେ ଝୁଲିଲା ବିଜ୍ଞପ୍ତି

ଗଡ଼ମଧୁପୁର : ଯାଜପୁର ଜିଲ୍ଲା  ଜେନାପୁର ଥାନା ଅନ୍ତର୍ଗତ ଶୁକୁଟିଝର ମୌଜାରେ ଏକ ସରକାରୀ ମଦ ଦୋକାନ ଖୋଲିବାକୁ ଜନ ଶୁଣାଣି ପାଇଁ ପୁରୁଣା ବଉଳମାଳ ପଞ୍ଚାୟତକୁ ନୋଟିସ ହୋଇଛି। ଜିଲା ଅବକାରୀ କାର୍ଯ୍ୟାଳୟ ଯାଜପୁର ପତ୍ର ସଂଖ୍ୟା ୧୩୩୭, ୭।୧୦। ୨୦୨୦ ରେ ଅବକାରୀ ରୁଲ ୩୧(କ), ୩୩(କ), ୫୧(୬)ଅନୁଯାଇ ଜନ ସାଧାରଣଙ୍କ ଠାରୁ ଅଭିଯୋଗ ପତ୍ର ନିମନ୍ତେ ଏହି ବିଜ୍ଞପ୍ତି ଜାରି ହୋଇଛି। ଓଡିଶା ସରକାର ଶୁକୁଟିଝର ମୌଜାର ଖାତାନଂ ୩୦୪/୩୨୩, ପ୍ଲଟ ନଂ ୪୪/୧୪୫୧ରେ ଏହି ବିଦେଶୀ ମଦ ଦୋକାନ ଖୋଲିବାକୁ ପ୍ରସ୍ତାବ ରଖିଛନ୍ତି। ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ଅର୍ଥାତ ୭ ଅକ୍ଟୋବର ୨୦୨୦ ଠା​‌ରୁ ୨୦୨୦-୨୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ମଞ୍ଜୁରୀ କରିବା ନିମନ୍ତେ ପ୍ରସ୍ଥାବ ରଖିଛନ୍ତି। ଯାହାକି ପୂର୍ବରୁ ଅନୁମୋଦିତ ଥିବା ଚକ୍ରଧରପୁର ବିଦେଶୀମଦ ଦୋକାନ ଅଟେ। ଯାହାକୁ ସରକାର ଗତ ୧୨/୩/୨୦ରେ ଅଞ୍ଜିରା ମୌଜାର ୧୩୪୧ ଖାତା ୩୨୮୩ନଂ ପ୍ଲଟ ଉପରେ କରିବାକୁ ପ୍ରସ୍ତାବ ରଖିଥିଲେ। ସେଠାରେ ଏହି ପ୍ରସ୍ତାବକୁ ତୀବ୍ର ବିରୋଧ କରାଯିବାରୁ ବିଭାଗୀୟ ଅଧିକାରୀ ଏହାକୁ ଅଞ୍ଜିରା ପାଖ ପୁରୁଣା ବଉଳମାଳ ପଞ୍ଚାୟତର ଶୁକୁଟିଝର ମୌଜାରେ ୫୩ନଂ ଜାତୀୟ ରାଜପଥ ପାଖ ତାରିଣୀଛକ (ରାମଚନ୍ଦ୍ରପୁର) ଠାରେ କରିବାକୁ ଯୋଜନା କରିଛନ୍ତି।

ଏହି ପ୍ରସ୍ଥାବ ଉପରେ ଯଦି କାହାର କିଛି ଆପତ୍ତି ଅଭିଯୋଗ ରହିଥାଏ ତାହେଲେ ୨୬ମାର୍ଚ୍ଚ ୨୦୨୦ ତାରିଖ ସୁଦ୍ଧା ପଠାଇବାକୁ ନୋଟିସରେ ଆମନ୍ତ୍ରଣ କରାଯାଇଛି। ଯଦି ଏହି ସମୟ ସୀମା ମଧ୍ୟରେ କୌଣସି ଅଭିଯୋଗ ପତ୍ର ପ୍ରାପ୍ତି ନହୁଏ ତେବେ ପରେ କାହାର ଅଭିଯୋଗ ଶୁଣାଯିବ ନାହିଁ ବୋଲି ସ୍ପଷ୍ଟ ଭାବରେ ଉଲେଖ ରହିଛି। ନୋଟିସର ଅବଧି ପୁରିବାକୁ ଆଉ ମାତ୍ର ୫ଦିନ ରହିଥିବା ବେଳେ ଗଣମାଧ୍ୟମ ଚାପରେ ଗତକାଲି ତାହାକୁ ଅତି ତରବାରିଆ ଭାବରେ ପଞ୍ଚାୟତ କାର୍ଯ୍ୟାଳୟରେ ଲଗାଇ ଦିଆଯାଇଛି। ଯାହାକୁ ନେଇ ଅବକାରୀ ବିଭାଗ ଓ ମଦ ବ୍ୟବସାୟୀଙ୍କ ମଧ୍ୟରେ ସଲାରୁତରା ଥିବା ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଏଠାରେ ପ୍ରଶ୍ନ ଉଠୁଛି ଯେ କୌଣସି ନୋଟିସ ସର୍ବନିମ୍ନ ୭ଦିନର ଅବଧି ରହିଥାଏ। କିନ୍ତୁ ଏହି ନୋଟିସକୁ ଗୁପ୍ତ ଭାବରେ ରଖାଯାଇ କାହା ସ୍ୱାର୍ଥରେ ଅବଧି ପୁରିବାକୁ ୫ ଦିନ ଥାଇ ଲଗାଯାଇଛି ? ପଞ୍ଚାୟତର ଜନସାଧାରଣ ଏତେ କମ ସମୟ ମଧ୍ୟରେ କିପରି ଏହା ଜାଣିବେ ଏବଂ କରୋନା କଟକଣା ଭିତରେ ଏହାର ଉତ୍ତର ବା ଅଭିଯୋଗ ରଖିପାରିବେ ତାହାକୁ ନେଇ ଏବେ ପ୍ରଶ୍ନବାଚି ହୋଇଛି? ଏହି ନୋଟିସର ନକଲ ଅବକାରୀ ଥାନା ଧର୍ମଶାଳା, ଅବକାରୀ ନିରୀକ୍ଷକ ଯାଜପୁର ଓ ଉପ ଅଧିକ୍ଷକ ଯାଜପୁରଙ୍କ ନିକଟକୁ ପ୍ରେରଣ କରି ଏହା ଯେପରି ପ୍ରସ୍ତାବିତ ଅଞ୍ଚଳର ଲୋକମାନଙ୍କ ପାଇଁ ସହଜ ଦୃଶ୍ୟମାନ ହେବ ସେ ଭଳି ସ୍ଥାନରେ ଲଗାଇବା ଓ ଡ୍ରମ ବାଦନ କରି, କିମ୍ବା ଡାକବାଜି ଯନ୍ତ୍ର ସହୟତାରେ ଏହି ସୂଚନା ଲୋକମାନଙ୍କ ନିକଟରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାତ୍ର ଏହି ନିର୍ଦ୍ଦେଶକୁ ଫୁ କରି ଦିଆ ଯାଇଛି।

- Advertisement -

ଶନିବାର ଏହି ବିଜ୍ଞପ୍ତି ବିଷୟରେ ସମ୍ୟକ ସୁଚନା ପାଇ ପାଖାପାଖି ଦୁଇ ପଞ୍ଚାୟତ ଯଥା ସାହାଣିଡିହ ଓ ପୁରୁଣା ବଉଳମାଳ ପଞ୍ଚାୟତର ଅନେକ ଲୋକ ଏହାକୁ ବିରୋଧ କରିବେ ବୋଲି ଜଣାଯାଇଛି। ସରପଞ୍ଚ ଏହି ନୋଟିସକୁ କାହିଁକି ଓ କାହା ଚାପରେ ସାର୍ବଜନିନ ନକରି ଚାପି ରଖି ୭ତାରିଖର ନୋଟିସକୁ ୧୬ତାରିଖରେ ଲଗାଇଲେ ତାହା ଏବେ ସନ୍ଦେହ ଘେରରେ। ଏହା ଏକ ସୁଚିନ୍ତିତ ସଡଯନ୍ତ୍ର ବୋଲି ଅଭିହିତ କରିବା ସହିତ ଗୋଟିଏ ବର୍ଷରେ ଗୋଟିଏ ପ୍ରସ୍ଥାବିତ ମଦ ଦୋକାନକୁ କେତେ ଯାଗାକୁ ସ୍ତାନାନ୍ତରିତ କରିବା ପାଇଁ ବିଭାଗ ପ୍ରସ୍ଥାବ ରଖି ପରିବେ ତାହା ଷ୍ପଷ୍ଟ କରିବେ କି ବୋଲି ପ୍ରଶ୍ନ ଉଠିଛି। ଅବକାରୀ ଆଇନ ଅନୁଯାଇ ଗୋଟିଏ କ୍ୟାଲେଣ୍ଡର ବର୍ଷ ମଧ୍ୟରେ ଗୋଟିଏ ଯାଗାରୁ ଅନ୍ୟ ଗୋଟିଏ ଯାଗାକୁ ସ୍ଥାନାନ୍ତରିତ କରିବାକୁ ପ୍ରସ୍ତାବ ରଖିପାରିବେ। କିନ୍ତୁ ଦୁଇ ତିନି ଯାଗାକୁ ନିହେଁ ବୋଲି ବୁଦ୍ଧିଜିବୀ ମାନେ କହନ୍ତି। ତେବେ ଏଠାରେ ଏହି ଆଇନର ଉଲଙ୍ଘନ କାହା ସ୍ୱାର୍ଥରେ? ପୁର୍ବରୁ ଏହି ମଦ ଦୋକାନକୁ ପୁରା ୧୧ନଂ ଜୋନର ଲୋକମାନେ ବିରୋଧ କରିଥିଲେ। ଏବେ ୧୧ନଂ ଜୋନ ଛାଡି ୧୨ନଂ ଜୋନରେ ଅଖି ପକାଇଛି ବିଭାଗ। ଏହି ପଞ୍ଚାୟତରେ ୭୦ ରୁ ୮୦ ପ୍ରତିଶତ ଦିନ ମଜୁରିଆ ଶ୍ରେଣୀର ହୋଇଥିବାରୁ ଏମାନେ ଅନେକ ସମୟରେ ମଦ ପିଇ ମାତାଲ ହେବା ସହିତ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି। ପ୍ରସ୍ତାବିତ ମଦ ଦୋକାନ ଠାରୁ ଦୁଇ କିମି ଦୁରରେ ଚଢେଇଧରା ତଳଛକଠାରେ ଏକ ବିଦେଶୀ ଓ ଏକ ଦେଶି ମଦ ଦୋକାନ ପୂର୍ବରୁ ରହିଛି। ଏହାକୁ ମଧ୍ୟ ପୂର୍ରୁବ ଅନେକ ଥର ବିରୋଧ କରାଯାଇଛି। ଏହି ଦୁଇଟି ଦୋକାନ ଠାରୁ ଏତେ କମ ଦୁରତାରେ ଦୋକାନ ବସାଇବାକୁ ବିଭାଗ କାହିଁକି ସ୍ଥିର କରିଛି। ଏଠାରେ ବିଦେଶୀ ମଦ ଦୋକାନ ଖୋଲାଗଲେ ଏହି ଅଞ୍ଚଳରେ ମଦୁଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବ ବୋଲି ମତ ପ୍ରକାଶ ପାଇଥିଲା। ତେଣୁ ସରକାର ଏଠାରେ ମଦ ଦୋକାନ ଖୋଲିବାକୁ ଯେଉଁ ଭିତିରି ଯୋଜନା କରିଛନ୍ତି ତାର ଦୃଢ ଜବାବ ଆଗାମି ଦିନରେ ଏହି ସ୍ୱୟଂ ସହାୟକ ଗୋଷ୍ଠୀ ଓ ସାମାଜିକ ସଙ୍ଗଠନ ମାନେ ଦେବେ ବୋଲି ସାଧାରଣରେ ଆଲୋଚନା ହେଉଛି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories