www.samajalive.in
Sunday, December 14, 2025
26.1 C
Bhubaneswar

କୋଭିଡ ମୁକାବିଲା କ୍ଷେତ୍ରରେ ସଫଳତା : ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ତଳେ

ନୂଆଦିଲ୍ଲୀ :  କୋଭିଡ ମୁକାବିଲା କ୍ଷେତ୍ରରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ବିଗତ ଦେଢ଼ମାସ ମଧ୍ୟରେ ପ୍ରଥମଥର ପାଇଁ ଦେଶରେ ଚିକିତ୍ସିତ ହେଉଥିବା ସକ୍ରିୟ ସଂକ୍ରମିତମାନଙ୍କ ସଂଖ୍ୟା ୮ଲକ୍ଷରୁ ନିମ୍ନରେ ରହିଛି। ଏବେ ଚିକିତ୍ସିତ ହେଉଥିବା ମୋଟ୍‍ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭ଲକ୍ଷ ୯୫ହଜାର ୮୭ ରହିଛି, ଯାହା ମୋଟ୍‍ ସଂକ୍ରମଣର ୧୦.୭% ରହିଛି। ଗତ ସେପ୍ଟେମ୍ବର ପହିଲାରେ ଦେଶରେ ସଂକ୍ରମିତମାନଙ୍କ ସଂଖ୍ୟା ୮ଲକ୍ଷରୁ କମ୍‍ ଥିଲା।
ଅନ୍ରପକ୍ଷରେ ଦେଶରେ କୋଭିଡ୍‍ ଆରୋଗ୍ୟ ହାର ମଧ୍ୟ ୮୭.୭/୮ପ୍ରତିଶତକୁ ବୃଦ୍ଧି ପାଇଛି। ଅଧିକ ସଂଖ୍ୟାରେ ସଂକ୍ରମିତ ଆରୋଗ୍ୟ ଲାଭ
କରୁଥିବାରୁ ଦେଶରେ ଚିକିତ୍ସିତ ହେଉଥିବା ସକ୍ରିୟ ସଂକ୍ରମିତମାନଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ମୋଟ୍‍ ଆରୋଗ୍ୟ ଲୋକଙ୍କ ସଂଖ୍ୟା ୬୫ଲକ୍ଷ ୨୪ହଜାର ୫୯୫ରେ ପହଞ୍ଚିଛି। ଚିକିତ୍ସିତ ହେଉଥିବା ସକ୍ରିୟ ସଂକ୍ରମିତମାନଙ୍କ ସଂଖ୍ୟା ଓ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ମଧ୍ୟରେ ତାରତମ୍ୟ ବୃଦ୍ଧି ପାଇ ଚାଲିଥିବା ସହ ୫୭ଲକ୍ଷ ୨୯ହଜାର ୫୦୮ ରହିଛି।  ଗତ ୨୪ଘଣ୍ଟା ମଧ୍ୟରେ ଚିକିତ୍ସିତ ହେଉଥିବା ୭୦ ହଜାର ୮୧୬ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି।

ସେହିପରି  ଗତ ୨୪ଘଣ୍ଟା ଭିତରେ ୬୨ ହଜାର ୨୧୨ଜଣ ନୂଆ ଲୋକ ସଂକ୍ରମିତ ହୋଇଥିବାର ଜଣାପଡ଼ିଛି। ଦେଶରେ କୋଭିଡ୍‍ ମୃତ୍ୟୁହାର ୧. ୫୨ ଭାଗ ରହିଛି। ମୋଟ୍‍ ଆରୋଗ୍ୟଙ୍କ ମଧ୍ୟରୁ  ୭୮% ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛନ୍ତି। କେବଳ ମହାରାଷ୍ଟ୍ରରେ ଗୋଟିଏ ଦିନରେ ୧୩ ହଜାରରୁ ଊର୍ଦ୍ଧ୍ବ ଲୋକ ଆରୋଗ୍ୟଲାଭ କରିଥିବାବେଳେ, କର୍ଣ୍ଣାଟକରେ ୮ ଲକ୍ଷ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ନୂଆ ସଂକ୍ରମିତମାନଙ୍କର ୭୯ ପ୍ରତିଶତ ରହଛିନ୍ତି। ସେମାନଙ୍କ ମଧ୍ୟରେ ମହାରାଷ୍ଟ୍ର ମଧ୍ୟ ଶୀର୍ଷସ୍ଥାନରେ ରହିଛି।
ମହାରାଷ୍ଟ୍ରରେ ୧୧ହଜାର ନୂଆ ଲୋକ ଭୂତାଣୁରେ ସଂକ୍ରମିତ ହୋଇଥିବାବେଳେ କର୍ଣାଟକ ୨ୟ ଓ କେରଳ ୩ୟ ସ୍ଥାନରେ ରହିଛି। ସେହି ଦୁଇ ରାଜ୍ୟରୁ ୭ହଜାର ଲେଖାଏଁ ଲୋକ ସଂକ୍ରମିତ ହୋଇଛନ୍ତି।
ଅନ୍ୟପକ୍ଷରେ ଦେଶରେ ଗତ ୨୪ଘଣ୍ଟା ମଧ୍ୟରେ ୮୩୭ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ  ୮୨% ୧୦ଟି ରାଜ୍ୟରୁ ଅଛନ୍ତି। ମହାରାଷ୍ଟ୍ରରୁ
ସର୍ବାଧିକ ୩୦୬ଜଣଙ୍କର ମୃତ୍ୟୁ ଘଟିଛି।

Hot this week

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

Related Articles

Popular Categories