ଓଡ଼ିଶାରେ ପାଗ କୋହଲା
ଭୁବନେଶ୍ବର: ତାମିଲନାଡୁରେ ବାତ୍ୟା ‘ଫେଙ୍ଗଲ’ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ପ୍ରଭାବରେ ଓଡ଼ିଶାରେ ପାଗ କୋହଲା ସହ ଝିପିଝିପି ବର୍ଷା ହୋଇଛି। ଓଡ଼ିଶାରେ ଆଗାମୀ ୩ ତାରିଖ ପର୍ଯ୍ୟନ୍ତ କିଛି ଅଞ୍ଚଳରେ ଝିପିଝିପି ବର୍ଷା ଲାଗି ରହିବ ବୋଲି କହିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ଜାରି ବୁଲେଟିନ୍ ଅନୁସାରେ ଆଗାମୀ ୨୪ ଘଣ୍ଟା ଭିତରେ ରାଜ୍ୟରେ ବର୍ଷା ହୋଇପାରେ। ଉପକୂଳ ଓଡ଼ିଶା ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ାରେ ବର୍ଷା ହେବା ସମ୍ଭାବନା ରହିଛି। ୩୦ ଓ ୧ ରେ କିଛି ଜିଲାରେ ବର୍ଷା ହେବ। ଆଗାମୀ ୪ରୁ ୫ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ପରିବର୍ତ୍ତନ ସମ୍ଭାବନା ନାହିଁ।
Comments are closed.