www.samajalive.in
Sunday, December 7, 2025
14.1 C
Bhubaneswar

ଖରା ଦିନରେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଏହି ଖାଦ୍ୟ

ଖରାଦିନରେ କେଉଁ ପ୍ରକାରର ଖାଦ୍ୟ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ, ତାହା ଜାଣିବା ନିତ୍ୟାନ୍ତ ଆବଶ୍ୟକ। ସେହି ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖିବା ମଧ୍ୟ ଉଚିତ। ଜାଣନ୍ତୁ ଖରା ଦିନରେ କେଉଁ ଖାଦ୍ୟଦ୍ରବ୍ୟରୁ ନିଜକୁ ଦୂରେଇ ରଖିବା ଉଚିତ…….
ଚା’ ଓ କଫି –
ବହୁ ଲୋକଙ୍କର ଦିନ ମଧ୍ୟରେ ୪ ରୁ ୫ ଥର ଚା’ ଓ କଫିର ସେବନ କରିଥାଆନ୍ତି। ମାତ୍ର ଖରାଦିନରେ ଏପରି କରିବା ଉଚିତ ନୁହେଁ। ଏହା ସ୍ୱାସ୍ଥ୍ୟ ଜନିତ ବହୁ ସମସ୍ୟା ସୃଷ୍ଟି କରେ। ତେଣୁ ଦିନକୁ ଥରେ ଚା’ କିମ୍ବା କଫି ପିଅନ୍ତୁ।
ଚିଜ –
ଚିଜ ଓ ଚିଜରେ ପ୍ରସ୍ତୁତ ଖାଦ୍ୟଦ୍ରବ୍ୟ ଖାଇବା ସଭିଁଙ୍କୁ ବେଶ ପସନ୍ଦ। ମାତ୍ର ଏଥିରେ ଅଧିକ ପରିମାଣରେ କ୍ୟାଲୋରୀ ଓ ଫ୍ୟାଟ ଥିବାରୁ ଖରାଦିନରେ ଏହାକୁ ଖାଇବା ଅନୁଚିତ।
ଅଧିକ ମସଲାଯୁକ୍ତ ଖାଦ୍ୟ –
ଅଧିକ ମସଲା ଖାଦ୍ୟର ସ୍ୱାଦକୁ ବଢାଇଲେ ମଧ୍ୟ ଖରା ଦିନରେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏସିଡ଼ିଟି, ବଦହଜମି ହେବା ସହ ହଜମ କ୍ରିୟା ଉପରେ ମଧ୍ୟ ପ୍ରଭାବ ପକାଏ। ପେଟ ଜନିତ ବହୁ ସମସ୍ୟା ସୃଷ୍ଟି ହୋଇଥାଏ।
କମ ପରିମାଣରେ ଆମିଷ ଖାଆନ୍ତୁ –
ଖରାଦିନରେ ସମ୍ଭବତଃ ଆମିଷ ବ୍ୟଞ୍ଜନର ସେବନ କମ କରନ୍ତୁ। ଆମିଷ ହଜମ ହେବାକୁ ଅଧିକ ସମୟ ଲାଗିଥାଏ ଓ ଶରୀରର ଉଷ୍ଣତା ମଧ୍ୟ ବୃଦ୍ଧି ପାଏ, ଫଳରେ ଅଧିକ ଗରମ ଲାଗି ଝାଳ ବୋହି ଥାଏ। ତେଣୁ ଏହି ଦିନରେ ଆମିଷ କମ ମାତ୍ରାରେ ଖାଆନ୍ତୁ।
ଜଙ୍କ ଫୁଡ଼ –
ଖରାଦିନରେ ଜଙ୍କ ଫୁଡ଼ ଖାଇବା ପରିବର୍ତ୍ତେ ସବୁଜ ପନିପରିବା ଅଧିକ ଖାଇବା ଉଚିତ। ସବୁଜ ପନିପରିବା ଖାଇବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିଥାଏ। ବହୁ ରୋଗରୁ ମଧ୍ୟ ରକ୍ଷା କରିଥାଏ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories