www.samajalive.in
Friday, December 5, 2025
20.1 C
Bhubaneswar

ଶୀତ ଦିନେ ଘରେ ବନାନ୍ତୁ ଏହି ଖାଦ୍ୟ: ପାଟିକୁ ସୁସ୍ଵାଦୁ, ପୁଷ୍ଟିକର ମଧ୍ୟ…

ନୂଆଦିଲ୍ଲୀ: ଶୀତ ରୁତୁ ଆରମ୍ଭ ହୋଇଯାଇଛି। ତେବେ ଥଣ୍ଡା ମାସରେ ପୁଷ୍ଟିସାର ଯୁକ୍ତ ଖାଦ୍ୟ ସ୍ଵାଦ ଏବଂ ଉଷ୍ମତା ପ୍ରଦାନ କରିବା ସହ ଆମ ସ୍ଵାସ୍ଥ୍ୟକୁ ମଧ୍ୟ ସୁସ୍ଥ ରଖିଥାଏ। ରସାଳୁ ତ ଆପଣ ମାନେ ସମସ୍ତେ ଭଲ ଭାବରେ ଜାଣିଥିଲେ। କିନ୍ତୁ ଏଥିରେ ମଧ୍ୟ ଭଲ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରିହେବ ତାହା ଜାଣିନଥିବେ। ଆସନ୍ତୁ ଜାଣିବା।
ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ-
୧- ୧କିଲୋ କିମ୍ବା ୨ କିଲୋ ରସାଳୁ
୨- ଗୋଟେ ବଡ ଚାମଚ ତେଲ
୩-ଗୋଟେ କିମ୍ବା ଦୁଇ ଚାମଚ ଜିରା
୪-ଛୋଟ ଛୋଟ କଟା ଯାଇଥିବା ଅଦା
୫-୪ଟି ଟମାଟୋ
୬- ୩-୪ ଚାମଚ ଲଙ୍କା ଗୁଣ୍ଡ
୭- ୧-୨ ଚାମଚ ଜିରା ପାଉଡର
୮- ଲୁଣ
ଏବଂ ଲେମ୍ବୁ ରସ
ପ୍ରସ୍ତୁତ ପ୍ରଣାଳୀ
ପ୍ରଥମେ ଅଦା ଏବଂ ଟମାଟୋକୁ ଭଲ ଭାବରେ ଗ୍ରାଇଡିଂ କରିଦିଅନ୍ତୁ। ପରେ ଗ୍ୟାସ୍‌ ଚୁଲାରେ କଡାଇ ବସାଇ ତେଲ ଗରମ କରନ୍ତୁ। ତେଲ ଟିକେ ଗରମ ହୋଇଗଲେ ସେଥିରେ ଜିରା ପକାନ୍ତୁ। ଏହାପରେ ରସାଳୁରେ କିଛି ହଳଦୀ ମିଶାଇ ତେଲରେ କିଛି ସମୟ ଭାଜନ୍ତୁ। ଏଥିରେ ଟମାଟୋ-ଅଦା ପେଷ୍ଟ, ସ୍ଵାଦ ଅନୁସାରେ ଲଙ୍କାଗୁଣ୍ଡ, ଜିରା ପାଉଡର, କିଛି ଲୁଣ ମିଶାଇ ଏହାକୁ ଘୋଡାଇ ଦିଅନ୍ତୁ। ଖାଦ୍ୟ ପ୍ରସ୍ତୁତ ହୋଇଆସିଲେ , ସେଥିରେ କିଛି ଲେମ୍ବୁ ରସ ମିଶାଇ ଏହାକୁ ରୁଟି ସହିତ ଖାଆନ୍ତୁ। ତେବେ ଯଦି ରସାଳୁ ନାହିଁ , ତାହାଲେ ଆପଣ ଆଳୁ ମଧ୍ୟ ବ୍ୟବହାର କରିପାରିବେ।
ସେହିପରି ମୁଗ ଡାଲିରେ ମଧ୍ୟ ଆପଣ ଏକ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରିପାରିବେ।
ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ-
ମୁଗଡାଲି,ପାଣି, ଲୁଣ , ହଳଦୀ, ଘିଅ, କଟା ରସୁଣ, ଧନିଆ ପାଉଡର, ଶୁଖିଲା ଲଙ୍କା ଏବଂ ଲଙ୍କା ଗୁଣ୍ଡ। ତେବେ ଆସନ୍ତୁ ଜାଣିବା ଏହାକୁ କିପରି ପ୍ରସ୍ତୁତ କରିବା।
ପ୍ରଥମେ ଡାଲିକୁ ଭଲ ଭାବେ ଧୋଇନେବା। ଡାଲିରେ କିଛି ହଳଦୀ ଏବଂ ଲୁଣ ପକାଇ ତାକୁ ପ୍ରେସର କୁକରରେ ସିଝାଇବା। ପରେ ଏକ କଡେଇରେ ଘିଅ ଗରମ କରି ଡାଲିକୁ ପକାଇବା, ତାକୁ କିଛି ସମୟ ଭାଜିବା ପରେ ଧନିଆ ପାଉଡର ଏବଂ ଲଙ୍କା ଗୁଣ୍ଡ , ଏବଂ ଆବଶ୍ୟକ ମୁତାବକ ଲୁଣ ପକାଇବା। ତା ପରେ ଖାଦ୍ୟ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଯିବ। ଆପଣ ମୁଗ ଡାଲି ବଦଳରେ ପାଳଙ୍ଗ ମଧ୍ୟ ବ୍ୟବହାର କରିପାରିବେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories