କଟକ: ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା ସାରସ୍ବତ ସାଧକ ଡ଼ ମନୀନ୍ଦ୍ର ମହାନ୍ତି ଚଳିତ ୨୦୨୫ ମସିହାର ମର୍ଯ୍ୟାଦାପୂର୍ଣ୍ଣ ନଦୀୟା ବିହାରୀ ମହାନ୍ତି ସ୍ମୃତି ସମ୍ମାନ ପାଇବା ପାଇଁ ମନୋନୀତ ହୋଇଛନ୍ତି। ଓଡିଶାର ପୁରାତନ ଶିଶୁ ସାହିତ୍ୟ ଅନୁଷ୍ଠାନ “ଧ୍ରୁବତାରା” ଓ ଓଡ଼ିଶା ସାହିତ୍ୟ ଏକାଡେମୀ ମିଳିତ ଆନୁକୂଲ୍ୟରେ ଚଳିତ ନଭେମ୍ବର ୧୫ ତାରିଖ ସନ୍ଧ୍ୟାରେ କଟକ ସ୍ଥିତ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନଠାରେ ଅନୁଷ୍ଟିତ ବଡଭାଇଙ୍କର ୯୫ତମ ଜୟନ୍ତୀ ପାଳନ ଅବସରରେ ପ୍ରଦାନ କରାଯିବ ବୋଲି ଧ୍ରୁବତାରାର ଆବାହକ ଆଇନଜୀବୀ ପ୍ରସନ୍ନ କୁମାର ନନ୍ଦ ସୂଚନା ପ୍ରଦାନ କରିଛନ୍ତି । ଡ଼ ମନୀନ୍ଦ୍ର ମହାନ୍ତି ଶିଶୁ ସାହିତ୍ୟ ସମେତ ଅନ୍ୟାନ୍ୟ ବର୍ଗରେ ୬୪ ରୁ ଊର୍ଦ୍ଧ୍ଵ ପୁସ୍ତକ ରଚନା କରି ବେଶ୍ ପ୍ରତିଷ୍ଠିତ।
Popular Categories



