www.samajalive.in
Friday, December 5, 2025
17.1 C
Bhubaneswar

ଥାନା ପଛରେ ନାବାଳକଙ୍କୁ ଥାର୍ଡ଼ ଡିଗ୍ରୀ

ସମାଜ ଲାଇଭ୍ ଡେସ୍କ : ଭଦ୍ରକ ଜିଲାରେ ଥାନା ପଛରେ ନାବାଳକଙ୍କୁ ଥାର୍ଡ଼ ଡିଗ୍ରୀ ଅଭିଯୋଗ । ଅଭିଯୋଗ ଅନୁସାରେ ଏକ ମୋବାଇଲ୍ ଚୋରୀ ଅଭିଯୋଗର ତଦନ୍ତ ପାଇଁ ଚାନ୍ଦବାଲି ପିରହାଟ ଥାନା ପୁଲିସ୍ ଜଣେ ନାବାଳଙ୍କୁ ଆଣିଥିଲା । ତଦନ୍ତ ନା ରେ କ୍ୟାମେରା ଆଢୁଆଳରେ ଥାନା ପଛକୁ ନେଇ ନାବାଳକଙ୍କୁ ମାଡ଼ ମାରିଥିଲା ପୁଲିସ୍ । ମାଡ଼ ମାରିବା ପରେ ଏକଥା କାହାକୁ ନକହିବାକୁ ପୁଲିସ୍ ନାବାଳକଙ୍କୁ ତାଗିଦ୍ କରିଥିଲା । ଏପରିକି ବିରିୟାନୀ ଖାଇବାକୁ ପୁଲିସ୍ ୨୦୦ଟଙ୍କା ଦେଇଥିବା ଅଭିଯୋଗ ମଧ୍ୟ ହୋଇଛି । ନାବାଳକ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ନାବାଳକଙ୍କୁ ନ୍ୟାୟ ଦେବା ପାଇଁ ପରିବାର ଲୋକ ଦାବି କରିଛନ୍ତି । ଅନ୍ୟପଟେ ସମସ୍ତ ଅଭିଯୋଗକୁ ଥାନାଧିକାରିଣୀ ଖଣ୍ଡନ କରିଛନ୍ତି ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories