www.samajalive.in
Sunday, December 7, 2025
14.1 C
Bhubaneswar

ପାଟିକୁ ସ୍ୱାଦିଷ୍ଟ ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ଏହି ଖାଦ୍ୟ

କରୋନା ବର୍ତ୍ତମାନ ସଭିଁଙ୍କ ଚିନ୍ତାର କାରଣ ପାଲଟିଛି। ତେଣୁ କରୋନାର ସମସ୍ତ ନିୟମ ପାଳନ ସହ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ବିିଭିନ୍ନ ପ୍ରକାର ଖାଦ୍ୟର ସେବନ କରିବା ଉଚିତ। ଏହାସହ ଅଧିକାଂଶ ଲୋକେ ସ୍ୱାସ୍ଥ୍ୟକର ସହ ସ୍ୱାଦିଷ୍ଟ ଖାଦ୍ୟ ମଧ୍ୟ ପସନ୍ଦ କରିଥାଆନ୍ତି। ଜାଣନ୍ତୁ ଏଭଳି କିଛି ଖାଦ୍ୟ ବିଷୟରେ ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେବା ସହ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରେ….
ଦହି ଭାତ
ଦହି ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ଏହା ସ୍ୱାସ୍ଥ୍ୟଜନିତ ଅନେକ ସମସ୍ୟା ଦୂର କରିଥାଏ। ରୋଗପ୍ରତିରୋଧକ ବୃଦ୍ଧି ସହ ଶରୀରରୁ ଅନେକ ରୋଗ ଦୂର କରିଥାଏ। ଦହି ଭାତକୁ ସୁପରଫୁଡ ବୋଲି କୁହାଯାଏ। ଏହା ପ୍ରୋଟିନ,କ୍ୟାଲସିୟମର ଉତ୍ତମ ସ୍ରୋତ। ଏହାସହ ଏଥିରେ କ୍ୟାଲସିୟମର ମାତ୍ରା ସର୍ବାଧିକ।
ସେହିଭଳି ଭାତ,ରୁଟି, ଦୋସା ଆଦି ସହ ଆପଣ ଉଷୁମ ଚିକେନ ତରକାରୀ ମଧ୍ୟ ଖାଇପାରିବେ। ଏହାସହ ଜିଙ୍କ ଓ ଭିଟାମିନ ବି-୧୨ ଏଥିରେ ଭରପୁର ମାତ୍ରାରେ ରହିଛି। ଜିଙ୍କ ଥିବା ଖାଦ୍ୟ ପଦାର୍ଥରେ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଥାଏ। ଯାହା ଶରୀରକୁ ନାନା ସଂକ୍ରମଣରୁ ରକ୍ଷା କରିଥାଏ। ବିଭିନ୍ନ ରୋଗ ଜୀବାଣୁ ସହ ଲଢେଇ କରିଥାଏ।
ଡାକ୍ତର ଓ ବିଶେଷଜ୍ଞଙ୍କ ମତରେ ଖେଚେଡି ସଭିଁଙ୍କ ପାଇଁ ଏକ ଉତ୍ତମ ଖାଦ୍ୟ। ଏହା ଖୁବ ସହଜରେ ହଜମ ହୋଇଥାଏ। ଏଥିରେ ଭରପୁର ପରିମାଣରେ ପ୍ରୋଟିନ ରହିଥାଏ।
କର୍ଣ୍ଣାଟକ (ବିସି ବେଲ୍‍ ଭାତ) ଏହାର ଅର୍ଥ ଉଷୁମ ଡାଲି ଭାତ ଯାହା ଖେଚେଡି ଭଳି। ଏହା ପ୍ରସ୍ତୁତ କରିବା ପାଇଁ ଚାଉଳ,ଡାଲି, ବିଭିନ୍ନ ପନିପରିବା ଓ ବିିଭିନ୍ନ ମସଲାର ବ୍ୟବହାର ହୋଇଥାଏ। ଏହା ପୋଷକ ତତ୍ତ୍ୱ ,ପ୍ରୋଟିନ,କାବ୍ରୋହାଇଡ୍ରେଟ, ଭିଟାମିନ ଓ ଖଣିଜରେ ଭରପୁର।
ସେହିଭଳି ଟମାଟୋ, ହଳଦୀ, ରସୁଣ ଓ ଅଦା ଆଦିରେ ପ୍ରସ୍ତୁତ ରସମ ଦେଶର ସବୁଠାରୁ ସରଳ ଓ ସ୍ୱାଦିଷ୍ଟ ଖାଦ୍ୟ। ଏହାକୁ ଭାତରେ ମଧ୍ୟ ଖାଇପାରିବେ। ତାମିଲନାଡୁରେ ଏହାକୁ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ସୁପ୍‍ ବୋଲି ମଧ୍ୟ କୁହାଯାଏ।
ଦେଶରେ ବିଭିନ୍ନ ପ୍ରକାର ଡାଲି ମିଳିଥାଏ। ସମସ୍ତ ଡାଲି ଖାଇବାକୁ ମଧ୍ୟ ସ୍ୱାଦିଷ୍ଟ। ସେଭଳି ହିଁ ଏକ ଡାଲି ହେଉଛି ପାଳଙ୍ଗ ଡାଲି। ଏହି ଡାଲି ପ୍ରସ୍ତୁତ କରିବାକୁ ପାଳଙ୍ଗ, ଡାଲି, ତେନ୍ତୁଳି,ଭୁସଙ୍ଗପତ୍ର ଓ କିଛି ମସଲା ବ୍ୟବହାରରେ ପ୍ରସ୍ତୁତ କରାଯାଏ। ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଏହାକୁ ପାଲକୁରା ପପ୍ପୁ ବୋଲି କୁହାଯାଏ। ସ୍ୱାସ୍ଥ୍ୟ ପାଇଁ ଏହା ବେଶ ଉପକାରୀ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories