www.samajalive.in
Saturday, December 6, 2025
26.1 C
Bhubaneswar

ତନ୍ଦୁରୀ ମ୍ୟାଗି

ମ୍ୟାଗି – ୨ଟି
ଧନିଆ ଗୁଣ୍ଡ – ଅଳ୍ପ
ଜିରା ଗୁଣ୍ଡ – ଅଳ୍ପ
ହଳଦୀ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
କଟା ପିଆଜ – ୧ଟି
କଞ୍ଚା ଲଙ୍କା – ୨ଟି
ବିନସ – ଅଳ୍ପ
ମଟର ଛୁଇଁ – ଆବଶ୍ୟକ ପରିମାଣରେ
ଗାଜର – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
କଟା କ୍ୟାପସିକମ – ୧ଟି
ତେଲ – ଆବଶ୍ୟକ ପରିମାଣରେ
ବେସନ – ଅଳ୍ପ
ଏକ ମାଟି ପାତ୍ର
ପ୍ରସ୍ତୁତି ପ୍ରଣାଳୀ – ଗ୍ୟାସ ଲଗାଇ କଡେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ କଞ୍ଚା ଲଙ୍କା, ବିନସ, ଗାଜର, ମଟର ଛୁଇଁ, ପିଆଜ, କ୍ୟାପସିକମ ପକାଇ ଭାଜନ୍ତୁ। ଅଳ୍ପ ଭାଜିବା ପରେ ଏଥିରେ ସାମାନ୍ୟ ବେସନ ପକାଇ ଭାଜନ୍ତୁ। ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ ,ଲଙ୍କା ଗୁଣ୍ଡ, ଲୁଣ ପକାଇ ଗୋଳାନ୍ତୁ। ଗୋଳାଇବା ପରେ ଏଥିରେ ପାଣି ଦିଅନ୍ତୁ। ପାଣି ଫୁଟିବା ପରେ ଏଥିରେ ମ୍ୟାଗି ପକାନ୍ତୁ। ମ୍ୟାଗି ପକାଇବା ପରେ ଏଥିରେ ମ୍ୟାଗି ମସଲା ପକାଇ ଭଲ ଭାବେ ସିଝାନ୍ତୁ। ଏବେ ଗ୍ୟାସରେ ଏକ ମାଟି ପାତ୍ରକୁ ଭଲ ଭାବେ ଗରମ କରନ୍ତୁ। ମାଟି ପାତ୍ର ଭଲ ଭାବେ ଗରମ ହେବା ପରେ ପ୍ରସ୍ତୁତ ମ୍ୟାଗିକୁ ଏହି ପାତ୍ର ମଧ୍ୟକୁ ଢାଳନ୍ତୁ। କିଛି ସମୟ ସେହି ମାଟି ପାତ୍ରରେ ମ୍ୟାଗି ରଖିବା ପରେ ଏକ ପାତ୍ରକୁ କାଢି ଗରମାଗରମ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories