www.samajalive.in
Sunday, December 14, 2025
17.1 C
Bhubaneswar

ଖାଦ୍ୟ ଖାଇବାର ସଠିକ୍‍ ନିୟମ

ଆମେ ଦୈନିକ ୪ରୁ୫ ଥର ଖାଦ୍ୟ ଖାଇଥାଉ।ଖାଦ୍ୟ ଖାଇବା ସମୟରେ କିଛିଟା ଦିଗ ପ୍ରତି ଧ୍ୟାନ ରଖିବା ନିତ୍ୟାନ୍ତ ଆବଶ୍ୟକ। କାରଣ ଆମେ ଜାଣତରେ ଅଜାଣତରେ ଏପରି କିିଛି ଭୁଲ୍‍ କାର୍ଯ୍ୟ କରିଥାଉ, ଯାହା ଦ୍ୱାରା ଏହାର ପ୍ରଭାବ ଆମ ଶରୀର ଉପରେ ପଡ଼ିଥାଏ।
ସକାଳେ ଦାନ୍ତ ଘଷିବା ପରେ  ଯେକୌଣସି ଖାଦ୍ୟ ଖାଇବା ଉଚିତ ।
ଦାନ୍ତ ନ ଘଷି ଖାଦ୍ୟ ଖାଇଲେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସର୍ବଦା ହୋଇଥାଏ।
ଦକ୍ଷିଣ ଦିଗକୁ ମୁହଁ କରି ଖାଦ୍ୟ ଖାଇବା ଉଚିତ ନୁହେଁ। ଏପରି କଲେ ପେଟ ଜନିତ ସମସ୍ୟା ସର୍ବଦା ଲାଗି ରହେ।
ସର୍ବଦା ପୂର୍ବ ଦିଗକୁ ମୁହଁ କରି ଖାଦ୍ୟ ଖାଇବା ଉଚିତ।
ଖାଦ୍ୟ ଖାଇବା ସମୟରେ ମୁଣ୍ଡରେ ହାତ କିମ୍ବା ତଳେ ହାତ ଭରା ଦେଇ  ଖାଇବା ଉଚିତ ନୁହେଁ। ଏପରି କଲେ  ଅଶୁଭ ଫଳ ମିଳିଥାଏ।
ଖାଦ୍ୟ ଖାଇବା ସମୟରେ ଯଦି କୌଣସି ପଶୁପକ୍ଷୀ ଆଦି ଆସିଥାଆନ୍ତି, ତେବେ ପ୍ରଥମେ ତାଙ୍କୁ  ଖାଇବାକୁ ଦିଅନ୍ତୁ । ତା’ପରେ ନିଜେ ଖାଆନ୍ତୁ।
ଅନ୍ଧାର ଘରେ କେବେ ଖାଦ୍ୟ ଖାଆନ୍ତୁ ନାହିଁ। କାରଣ ଏହାକୁ ରାକ୍ଷସ ଭୋଜନ କୁହାଯାଇଥାଏ।
ଖାଦ୍ୟ ଥାଳି ବଢା ହୋଇଥିଲେ, ପ୍ରଥମେ ତାହାକୁ ପ୍ରଣାମ କରି ଖାଆନ୍ତୁ। ଏପରି କଲେ ସର୍ବଦା ମା’ଲକ୍ଷ୍ମୀଙ୍କ କୃପା  ରହିଥାଏ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories