www.samajalive.in
Monday, December 15, 2025
15.1 C
Bhubaneswar

ପାନ୍‍ କାର୍ଡରେ ପିତାଙ୍କ ନାମ ବାଧ୍ୟତାମୂଳକ ନୁହେଁ, ଫର୍ମରେ ହେବ ସଂଶୋଧନ

ନୂଆଦିଲ୍ଳୀ: ପାନ୍‍ କାର୍ଡରେ ପିତାଙ୍କ ନାମ ଉଲ୍ଳେଖ କରିବା ଆଉ ବାଧ୍ୟତାମୂଳକ ହେବ ନାହିଁ। ଏଥିଲାଗି ଉଦ୍ଦିଷ୍ଟ ଆୟକର ନିୟମ ୧୯୬୨ର ୧୪୪ ଧାରାରେ ଖୁବ୍‍ ଶୀଘ୍ର ସଂଶୋଧନ ଅଣାଯିବ। ସ୍ୱାମୀ ପରିତ୍ୟକ୍ତା, ଛାଡ଼ପତ୍ର ନେଇ ଏକାକିନୀ ରହୁଥିବା ମହିଳା, ବିଧବା ମାନଙ୍କ ସନ୍ତାନଙ୍କ ହିତକୁ ଦୃଷ୍ଟିରେ ରଖି ଉପରୋକ୍ତ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।
ପ୍ରଚଳିତ ନିୟମ ଅନୁଯାୟୀ, ପାନ୍‍ ପାଇଁ ଫର୍ମ ୪୯ ଏ ଓ ୪୯ ଏଏରେ ଆବେଦନ କରିବାକୁ ପଡ଼ୁଛି। ସେଥିରେ ନିଜ ନାମ, ଜନ୍ମତାରିଖ ସହିତ ପିତାଙ୍କ ନାମ ଉଲ୍ଲେଖ କରିବା ବାଧ୍ୟତାମୂଳକ ରହିଛି। କିନ୍ତୁ ଯେଉଁମାନଙ୍କ କ୍ଷେତ୍ରରେ କେବଳ ମାତା ହିଁ ଅଭିଭାବକ ଭାବେ ସ୍ୱୀକୃତ ସେମାନେ ଫର୍ମ ପୂରଣ କରିବା ବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ଆୟକର ବିଭାଗ ପାଖରେ ବହୁ ଅଭିଯୋଗ ଆସିବା ପରେ ଆଇନ୍‍ରେ ସଂଶୋଧନ କରିବା ପାଇଁ ଚିନ୍ତା କରାଯାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories