www.samajalive.in
Sunday, December 14, 2025
17.1 C
Bhubaneswar

ଆଗୁଆ ଭାଙ୍ଗିବ ତେଲେଙ୍ଗାନା ବିଧାନସଭା!

ହାଇଦ୍ରାବାଦ୍‍: ତେଲେଙ୍ଗାନାରେ ଆଗୁଆ ବିଧାନସଭା ନିର୍ବାଚନ ଚାହୁଛନ୍ତି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ। ତେଣୁ ଆସନ୍ତା କାଲି ବିଧାନ ସଭା ଭଙ୍ଗ ପାଇଁ ଘୋଷଣା ହୋଇପାରେ। ଟିଆରଏସ୍‍ର ନିକଟତମ ମହଲର ସୂତ୍ରକୁ ଉଦ୍ଧାର କରି ଏଭଳି ସମ୍ବାଦ ପ୍ରକାଶ ପାଇବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ଆସନ୍ତା ଡିସେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ୪ଟି ରାଜ୍ୟର ନିର୍ବାଚନ ସହିତ ତେଲେଙ୍ଗାନାର ବିଧାନସଭା ନିର୍ବାଚନ କରିବା ପାଇଁ ଶ୍ରୀରାଓ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି।
ଆସନ୍ତା କାଲି ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି(ଟିଆରଏସ୍‍)ର ଚତୁର୍ଥ ପ୍ରତିଷ୍ଠା ଦିବସ ଅବସରରେ ଅପରାହ୍ଣ ୧ଟା ବେଳେ ରାଜ୍ୟ କ୍ୟାବିନେଟ୍‍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି। ସେହି ବୈଠକରେ ହିଁ ବିଧାନସଭା ଭଙ୍ଗ ପ୍ରସ୍ତାବକୁ ଅନୁମୋଦନ କରାଯାଇପାରେ ବୋଲି କୁହାଯାଉଛି। ଏହା ପରେ ପରେ ରଙ୍ଗା ରେଡ୍ଡୀ ଜିଲାରେ ଜନସାଧାରଣଙ୍କ ଏକ ମହାସମାବେଶକୁ ମୁଖ୍ୟମନ୍ତ୍ରୀ ଶ୍ରୀ ରାଓ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରାୟ ୨୦୦୦ ଏକର ଜମିରେ ଅନୁଷ୍ଠିତ ହେବାକୁ ଥିବା ଏହି ବିଶାଳ ଜନସଭା ଭାରତୀୟ ଇତିହାସରେ ସର୍ବବୃହତ ଜନସଭାର ମାନ୍ୟତା ପାଇବାକୁ ଯାଉଛି। ଏହି ସଭାରେ ପାର୍ଟି ତରଫରୁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରାଯିବ ବୋଲି ଚନ୍ଦ୍ରଶେଖର ରାଓଙ୍କ ପୁଅ ତଥା ଆଇଟି ମନ୍ତ୍ରୀ କେଟି ରାମା ରାଓ କହିଛନ୍ତି।
ତେଲେଙ୍ଗାନାର ବିଧାନସଭା କାର୍ଯ୍ୟକାଳ ଆସନ୍ତା ୨୦୧୯ ମେ’ ମାସରେ ସମାପ୍ତ ହେଉଛି। ସେହି ସମୟରେ ସାଧାରଣ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ତେଣୁ ସାଧାରଣ ନିର୍ବାଚନ ସହିତ ତେଲେଙ୍ଗାନାର ବିଧାନସଭା ନିର୍ବାଚନ ଏକାସାଙ୍ଗରେ ହେବ ବୋଲି ଆପାତତଃ ସ୍ଥିର ହୋଇଥିଲା। କିନ୍ତୁ ଆଗୁଆ ନିର୍ବାଚନ କରିବା ଲକ୍ଷ୍ୟରେ ଟିଆରଏସ୍‍ ଏଭଳି ନିଷ୍ପତ୍ତି ନେଇଥିବା ଏବେ ଆଲୋଚନା ହେଉଛି। ଏହାପୂର୍ବରୁ ଚିନ୍ତନ ବୈଠକରେ ମଧ୍ୟ ବିଜେପି ଅଧ୍ୟକ୍ଷ ଅମିତ ଶାହା ତେଲେଙ୍ଗାନା ରାଜ୍ୟ ବିଜେପି ମୁଖ୍ୟମାନଙ୍କ ସହିତ ଆଲୋଚନା ବେଳେ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ। ତେଣୁ ଚନ୍ଦ୍ରଶେଖର ରାଓଙ୍କ ଆଭିମୁଖ୍ୟକୁ ନେଇ ଏବେ ରାଜ୍ୟ ଓ ଦଳୀୟ ରାଜନୀତି ସରଗରମ ହୋଇଛି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories