ଆବଶ୍ୟକ ସାମଗ୍ରୀ
ଅଟା – ଆବଶ୍ୟକ ପରିମାଣରେ
ସିଝା ଆଳୁ – ୨ଟି
କଟା ପିଆଜ – ୧ଟି
କଟା କଞ୍ଚା ଲଙ୍କା – ୨ଟି
ଜୁଆଣୀ – ସାମାନ୍ୟ
କଟା ଧନିଆ ପତ୍ର – ୧କପ ରୁ କମ
ଲଙ୍କା ଗୁଣ୍ଡ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ଅଟା , ଅଳ୍ପ ତେଲ, ଲୁଣ, ଜୁଆଣୀ ପକାଇ ଅଟାକୁ ଭଲ ଭାବେ ଦଳି ରଖନ୍ତୁ। ଏବେ ଆଉ ଏକ ପାତ୍ରରେ ସିଝା ଆଳୁ, କଟା ପିଆଜ, ଲଙ୍କା ଗୁଣ୍ଡ, ଲୁଣ, ଧନିଆ ପତ୍ର , କଞ୍ଚା ଲଙ୍କା ପକାଇ ଭଲ ଭାବେ ଚକଟି ପୁର ପ୍ରସ୍ତୁତ କରି ରଖନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ଭିତରେ ଆପଣ ଦଳା ହୋଇଥିବା ଅଟାରୁ ଗୋଲ ଆକୃତିର ଗୁଳା ପ୍ରସ୍ତୁତ କରନ୍ତୁ। ଗୁଳାକୁ ଛୋଟ ଆକୃତିର ବେଲି ଏହା ଭିତରେ ପ୍ରସ୍ତୁତ ପୁରକୁ ଭର୍ତ୍ତି କରି ଏହାର ହାତରେ ପୁଣି ଗୁଳା ଭଳି କରି ପୁରୀ ଆକାରର ବେଲି ଦିଅନ୍ତୁ। ବେଲିବା ପରେ ଏହାକୁ ତେଲରେ ଭଲ ଭାବେ ଛାଣି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆଳୁ ପୁରୀ। ଏହାକୁ ଗରମାଗରମ ଖାଆନ୍ତୁ ଓ ମଜା ନିଅନ୍ତୁ।



