www.samajalive.in
Sunday, December 14, 2025
23.1 C
Bhubaneswar

ଭେଜ୍ ଚପାତି ରୋଲ୍‍

ଆବଶ୍ୟକ ସାମଗ୍ରୀ
ମଇଦା – ୨ କପ
ଅଟା – ୧ କପ
ଗାଜର – ୧ଟି
ଘିଅ – ଅଳ୍ପ
ତେଲ – ଆବଶ୍ୟକ ଅନୁଯାୟୀ
ହଳଦୀ ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲଙ୍କା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଗରମ ମସଲା – ଅଳ୍ପ
ଗୋଟା ଜିରା – ଅଳ୍ପ
ମଟର ଛୁଇଁ – ଅଳ୍ପ
କ୍ୟାପସିକମ – ୧ଟି
କଟା ପିଆଜ – ୧ଟି
କଟା ଆଳୁ – ୧ଟି
ଲୁଣ – ଆବଶ୍ୟକ ଅନୁଯାୟୀ
କଟା ଟମାଟୋ – ୧ଟି
କଟା ଧନିଆ ପତ୍ର – ଅଳ୍ପ
ଟମାଟୋ ସସ୍‍ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମଇଦା ଓ ଅଟାକୁ ମିଶାଇ ସାମାନ୍ୟ ଲୁଣ ପକାଇ ପାଣି ଦେଇ ଭଲ ଭାବେ ଚକଟି ରଖି ଦିଅନ୍ତୁ। ଏବେ କଡ଼େଇରେ ତେଲ ଗରମ କରନ୍ତୁ । ତେଲ ଗରମ ହେବା ପରେ ଏଥିରେ ଗୋଟା ଜିରା, ପିଆଜ, କ୍ୟାପସିକମ, ଗାଜର, ମଟର ଛୁଇଁ, ଆଳୁ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ ପକାଇ ଭଲ ଭାବେ ଭାଜି ଦିଅନ୍ତୁ। ଭାଜି ହେବା ପରେ ଟମାଟୋ, ଗରମ ମସଲା, କଟା ଧନିଆ ପତ୍ର ପକାଇ ଆଉ କିଛି ସମୟ ଭାଜନ୍ତୁ। କିଛି ସମୟ ପରେ ଏହି ଭଜାକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ଏବେ ଗ୍ୟାସରେ ତାୱା ଗରମ କରନ୍ତୁ। ଚକଟି ଥିବା ମଇଦାରୁ ଗୁଳା କରି ରୁଟି ଭଳି ବେଲି ଦିଅନ୍ତୁ। ଏହା ପରେ ଏହାକୁ ତାୱାରେ ସେକନ୍ତୁ ଓ ସେକିବା ସମୟରେ ଏଥିରେ ଘିଅ ଲଗାନ୍ତୁ। ନରମ କରି ସେକିବା ପରେ ଏହାକୁ ଏକ ପ୍ଲେଟକୁ କାଢି ଏହି ରୁଟିରେ ଟମାଟୋ ସସ୍‍ ଲଗାଇ ପ୍ରସ୍ତୁତ କରି ରଖିଥିବା ଭଜାକୁ ଏହି ରୁଟିର ମଝିରେ ରଖି ଏହାକୁ ରୋଲ୍‍ ଭଳି କରନ୍ତୁ। ଏବେ ଏହାକୁ ଟମାଟୋ ସସ୍‍ ସହ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories