କ୍ରିମ ଛତୁ ସୁପ

0

ଆବଶ୍ୟକ ସାମଗ୍ରୀ
ଛତୁ – ୨୫୦ ଗ୍ରାମ
ବଟର – ୨ଚାମଚ
କଟା ପୁଦିନା ପତ୍ର – ୨ଚାମଚ
ଧନିଆ ପତ୍ର – ଅଳ୍ପ
ମଇଦା – ୨ଚାମଚ
କ୍ଷୀର – ୩କପ
କ୍ରିମ – ୧କପ
ଗୋଲମରିଚ ଗୁଣ୍ଡ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଛତୁକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏବେ ଗ୍ୟାରେ କଡ଼େଇ ବସାଇ ବଟର ପକାନ୍ତୁ ଓ ଏଥିରେ ଛତୁ ପକାଇ ଭାଜନ୍ତୁ। ଏହାପରେ ମଇଦା ପକାଇ ଗୋଳାନ୍ତୁ। ଏହାପରେ ଧିରେ ଧିରେ କ୍ଷୀର , କ୍ରିମ ପକାଇ ଭଲ ଭାବେ ଗୋଳାନ୍ତୁ। କିଛି ସମୟ ପରେ ଧନିଆ ପତ୍ର, ପୁଦିନା ପତ୍ର ପକାନ୍ତୁ। ଏବେ ଲୁଣ ଓ ଗୋଲମରିଚ ପକାଇ ୨ ମିନିଟ ଗ୍ୟାସରେ ବସାଇ ଏକ ପାତ୍ରକୁ କାଢନ୍ତୁ। ପ୍ରସ୍ତୁତ ହୋଇଗଲା କ୍ରିମ ଛତୁ ସୁପ।

Leave A Reply