www.samajalive.in
Saturday, December 6, 2025
17.1 C
Bhubaneswar

ମୁହଁରୁ ଜାଣନ୍ତୁ ଜାତକରେ ଗ୍ରହଙ୍କ ସ୍ଥିତି

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଜାତକରେ ଗ୍ରହଙ୍କ ସ୍ଥିତି ବ୍ୟକ୍ତିଙ୍କ ଜୀବନରେ ବିଶେଷ ମହତ୍ତ୍ୱ ରହିଛି। କୁହାଯାଏ ଯେ, ଜାତକରେ ଗ୍ରହଙ୍କ ସ୍ଥିତି ଠିକ ନଥିଲେ ବ୍ୟକ୍ତିଙ୍କୁ ଜୀବନରେ ବହୁ ସମସ୍ୟାରୁ ସମ୍ମୁଖୀନ ହେବାକୁ ପଡ଼ିଥାଏ। ମାତ୍ର ଆପଣ ଜାଣିଛନ୍ତି କି, ବ୍ୟକ୍ତିଙ୍କ ମୁହଁରୁ ସେମାନଙ୍କ ଗ୍ରହର ସ୍ଥିତି ବିଷୟରେ ବହୁ କିଛି ଜାଣି ହୋଇଥାଏ। ଜାଣନ୍ତୁ ଏହା ବିଷୟରେ….
କିଛି ଲୋକଙ୍କ ଆଖି ନିକଟରେ ହଠାତ ଚମକ କମି ଯାଇଥାଏ। ଏହାସହ ତାଙ୍କୁ ହାଲିଆ ମଧ୍ୟ ଅନୁଭୂତ ହୋଇଥାଏ। ଆତ୍ମ ବିଶ୍ୱାସ କମିଯାଇଥାଏ। ଏହା ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ଖରାପ ଥିବାର ସଙ୍କେତ ଦେଇଥାଏ।
ସୂର୍ଯ୍ୟଙ୍କ ସ୍ଥିତି ମଜଭୂତ କରିବା ପାଇଁ ହାତ ଉପରକୁ ଉଠାଇ ‘ଓଁ’ଉଚ୍ଚାରଣ କରିବା ସହ ୨୪ ଥର ଗାୟତ୍ରୀ ମନ୍ତ୍ରର ଜପ କରିବା ଉଚିତ। ଏହା ଖୁବ ଶଭୁଫଳ ପ୍ରଦାନ କରିଥାଏ।
କିଛି ସମୟରେ ଦେଖାଯାଏ ଯେ ମୁହଁ ଅଧିକ ଶୁଷ୍କ ଓ ବିଭିନ୍ନ ଦାଗ ସୃଷ୍ଟି ହୋଇଥାଏ। ଏପରି ହେଲେ ଜାତକରେ ମଙ୍ଗଳ ଗ୍ରହଙ୍କ ସ୍ଥିତି ଖରାପ ଥିବାର ସଙ୍କେତ ବୋଲି କୁହାଯାଏ। ଏହି ଲୋକଙ୍କୁ ମିଠା ଦ୍ରବ୍ୟ କମ ଖାଇବା ଉଚିତ।
ବହୁ ସମୟରେ ଆଖି ତଳ କଳା ପଡ଼ିଥିବାର ଦେଖାଯାଏ। କେଶ କମ ବୟସରେ ଅଧିକ ଧଳା ହୋଇଥାଏ। ଏପରି ହେଲେ ଜାତକରେ ଚନ୍ଦ୍ରମା ଖରାପ ସ୍ଥିତିରେ ଥାଆନ୍ତି ବୋଲି କୁହାଯାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରିବା କରିବା ସହ ଅଧିକ ମାତ୍ରାରେ ଗଛ ଲଗାଇବା ଉଚିତ। ଅଧିକ ମାତ୍ରାରେ ପାଣି ପିଇଲେ ମଧ୍ୟ ଶୁଭଫଳ ମିଳିଥାଏ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories