ଦେଶର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଭୟାବହ : ମୃତ୍ୟୁ ସଂଖ୍ୟା ୫୦ ଟପିଲା

ଗୁଆହାଟୀ : ଦେଶର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରିଛି। ତେବେ ଆସାମ,ମିଜୋରାମ ଓ ବିହାରରେ ବନ୍ୟା ଯୋଗୁଁ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଆସାମରେ ବନ୍ୟା ପରିସ୍ଥିତି ଅପରିବର୍ତ୍ତିତ ରହିଛି। ସୋମବାର ସୁଦ୍ଧା ୧୫ ଜଣଙ୍କ ମୃତ୍ୟୁ ଘଟିଛି। ମିଜୋରାମରେ ମୁଷଳ ଧାରାରେ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିହାରର ୧୦ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ଅଧିକ ସଂକଟ ଜନକ ରହିଛି ।

ଆସାମରେ ବନ୍ୟା ପରିସ୍ଥିତି ଉଦବେଗଜନକ ଜନକ ସ୍ଥିତିରେ ରହିଛି। ଆହୁରି କେତେକ ଅଞ୍ଚଳରେ ବନ୍ୟା ପାଣି ମାଡ଼ି ଯାଇଛି। ବ୍ରହ୍ମପୁତ୍ର ନଦୀ ସମେତ ଅନେକ ନଦୀରେ ଜଳପତନ ବୃଦ୍ଧି ପାଉଛି। ୨୮ଟି ଜିଲ୍ଲାରେ ୨୬ଲକ୍ଷ ଲୋକ ବନ୍ୟା ପାଣି ଘେରରେ ଅଛନ୍ତି। ବାରପେଟା, ମୋରିଗାଁ ଓ ଧ୍ରୁର୍ବି ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି। ବାସଚ୍ୟୁତ ଲୋକମାନଙ୍କ ପାଇଁ ବିଭିନ୍ନ ଜିଲ୍ଲାରେ ରିଲିଫ୍‍ ଶିବିରମାନ ଖୋଲା ଯାଇଛି। ସୋମବାର ସୁଦ୍ଧା ୧୫ ଜଣଙ୍କ ମୃତ୍ୟୁ ଘଟିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମରେ ପ୍ରଳୟଙ୍କରୀ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ସବୁ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନାୱାଲଙ୍କ ସହ ଟେଲିଫୋନରେ କଥାବାର୍ତ୍ତା ସମୟରେ ରିଲିଫ୍‍, ଉଦ୍ଧାର ଓ ଥଇଥାନ୍‍ ସଂକ୍ରାନ୍ତରେ ସେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି।
ମିଜୋରାମରେ ମଧ୍ୟ ମୁଷଳ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ୬ ଜଣ ଲୋକଙ୍କର ପ୍ରାଣହାନୀ ଘଟିଥିଲାବେଳେ ୧ହଜାରରୁ ଅଧିକ ପରିବାର ବାସଚ୍ୟୁତ ହୋଇଛନ୍ତି। ଗତ ସାତ ଦିନ ଧରି ମେଘାଳୟରେ ଲଗାଣ ବର୍ଷା ହେଉଥିବାରୁ ରାଜ୍ୟର ଦୁଇଟିଯାକ ନଦୀରେ ବନ୍ୟା ଆସିବା ଦ୍ୱାରା ପଶ୍ଚିମଗାରୋ ପାର୍ବତ୍ୟ ଜିଲ୍ଲାରେ ବନ୍ୟାପାଣି ମାଡ଼ି ଯାଇଛି। ଏକ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଥିବା ସରକାରୀ ଭାବେ ସୂଚନା ମିଳିଛି।

Image for representation PTI

ବିହାରର ୧୦ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ଅଧିକ ସଂକଟ ଜନକ ରହିଛି। କେନ୍ଦ୍ରୀୟ ଜଳ କମିଶନ୍‍ ପକ୍ଷରୁ କୁହାଯାଇଛି, ବାଗ୍‍ମତି, ଗଣ୍ଡକ, ମହାନନ୍ଦା ଓ କମଳାନଦୀରେ ଜଳପତନ ବିପଦ ସଂକତ ଊର୍ଦ୍ଧ୍ବରେ ପ୍ରବାହିତ ହେଉଛି। ୩୨ ଜଣ ଲୋକଙ୍କର ପ୍ରାଣହାନୀ ଘଟିଲାଣି ଏବଂ ଅନେକ ଲୋକ ବନ୍ୟା ପାଣିରେ ଭାସିଯାଇଥିବାର ଖବର ମିଳିଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କ୍ରମାଗତ ଦୁଇ ଦିନ ହେଲା ଆକାଶମାର୍ଗରୁ ବନ୍ୟାଞ୍ଚଳ ବୁଲି ଦେଖୁଛନ୍ତି। ପୁର୍ଣ୍ଣିଆର ଚୁନାପୁର ବିମାନ ବନ୍ଦରଠାରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ବନ୍ୟା ବିପନ୍ନମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.