ରାଫେଲ ସମ୍ବନ୍ଧରେ ‘ଦି ହିନ୍ଦୁ’ ରିପୋର୍ଟ ସମ୍ପୂର୍ଣ୍ଣ ଏକପାଖିଆ: ସୀତାରମଣ

0

ନୂଆଦିଲ୍ଲୀ : ରାଫେଲ ସମ୍ବନ୍ଧରେ ‘ଦି ହିନ୍ଦୁ’ ଯେଉଁ ରିପୋର୍ଟ ଉପସ୍ଥାପନ କରିଛି ତାହା ସମ୍ପୂର୍ଣ୍ଣ ରୂପେ ଏକପାଖିଆ ବୋଲି ବର୍ତ୍ତମାନର ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଲୋକସଭାରେ କହିଛନ୍ତି। ଏହି ପ୍ରସଙ୍ଗରେ ତତ୍‌କାଳୀନ ପ୍ରତିରକ୍ଷାମନ୍ତ୍ରୀ ତଥା ବର୍ତ୍ତମାନର ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପରିକର ଦେଇଥିବା ମନ୍ତବ୍ୟକୁ ଉକ୍ତ ଗଣମାଧ୍ୟମ ପ୍ରକାଶ କରିବା ଉଚିତ ଥିଲା ବୋଲି ସେ ଦର୍ଶାଇଛନ୍ତି। ସେ କହିଛନ୍ତି, କାରବାରକୁ ନେଇ ସବୁକିଛି ଠିକ୍‌ ଚାଲିଛି; ଏଣୁ ଶାନ୍ତ ରହିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ପରିକର ଚିଠି ପାଇବା ପରେ କହିଥିଲେ। ଚିଠି ଉପରେ ପିଏମଓ ତଦନ୍ତ ମଧ୍ୟ କରିଥିଲା। ତତ୍‌ସମୟରେ କାରବାରକୁ ନେଇ ଯେଉଁ ପ୍ରକ୍ରିୟା ଜାରି ରହିଥିଲା ତାହାକୁ ହସ୍ତକ୍ଷେପ କୁହାଯିବ ନାହିଁ ବୋଲି ତଦନ୍ତରୁ ଜଣାପଡିଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ଏଥିସହ ସୋନିଆ ଗାନ୍ଧୀଙ୍କ ନେତୃତ୍ବାଧୀନ ଏନ୍‌ଏସି(ରାଷ୍ଟ୍ରୀୟ ପରାମର୍ଶଦାତା କମିଟି) ପୂର୍ବତନ ପିଏମ୍‌ଓ କାର୍ଯ୍ୟରେ ହସ୍ତକ୍ଷେପ କରିବା ନେଇ ସେ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ କେବଳ ମୃତ ଘୋଡ଼ାକୁ ନେଇ ଖେଳ ଖେଳୁଛି ବୋଲି ସୀତାରମଣ ଓ ବିଜେପିର ଅନ୍ୟ ନେତାମାନେ କହିଛନ୍ତି। ରାହୁଲଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ସୀତାରମଣ ପାର୍ଲାମେଣ୍ଟ ବାହାରେ କହିଛନ୍ତି, ବାୟୁସେନା କର୍ମଚାରୀଙ୍କୁ ରାହୁଲ ସେନା କେନ୍ଦ୍ର ବିରୋଧରେ ଉସୁକାଉଛନ୍ତି, ଯାହାକି ଅତ୍ୟନ୍ତ ଚିନ୍ତାଜନକକ ବିଷୟ।

Leave A Reply