www.samajalive.in
Sunday, December 7, 2025
26.1 C
Bhubaneswar

ଏଫଏଲଏନ୍ ଆଦର୍ଶ ବିଦ୍ୟାଳୟ ପାଇଁ ମାର୍ଗଦର୍ଶିକା, ଖେଳକୁଦ ମାଧ୍ୟମରେ ବଢ଼ାଯିବ ସୃଜନଶୀଳତା

ଭୁବନେଶ୍ବର: ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନରେ ଦକ୍ଷ ହେବେ ଛାତ୍ରଛାତ୍ରୀ। ଏଥିପାଇଁ ଷ୍ଟାର୍ସ ପ୍ରକଳ୍ପ ଅଧୀନରେ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ (ଏଫଏଲଏନ୍‌) ଆଦର୍ଶ ବିଦ୍ୟାଳୟ ପ୍ରସ୍ତୁତ କରାଯିବ। ବିଦ୍ୟାଳୟରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏଫଏଲଏନ୍ ରିସୋର୍ସ ଗୃହ ଭାବେ ତିନୋଟି ଶ୍ରେଣୀଗୃହ ରହିବ। ସମସ୍ତ ଏଫଏଲଏନ୍ ଶ୍ରେଣୀଗୃହ ଆକର୍ଷକ ଶିଶୁ ଅନୁକୂଳ ଶୀର୍ଷକ ସହିତ ନାମିତ ହେବ।

ମାର୍ଗଦର୍ଶିକା ଅନୁସାରେ, ଉକ୍ତ ବିଦ୍ୟାଳୟରେ ଟିଭି ଲଗାଯିବା ସହ ଖେଳକୁଦ ମାଧ୍ୟମରେ ପିଲାମାନେ ପାଠ ପଢ଼଼ିବେ। ପ୍ରଥମ, ଦ୍ବିତୀୟ ଓ ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସ୍ବତନ୍ତ୍ର ପୁସ୍ତକ ମାଧ୍ୟମରେ ପାଠ ପଢ଼଼ାଯିବା ସହ ପିଲାଙ୍କ ସମନ୍ୱିତ ଓ ସାମଗ୍ରିକ ବିକାଶ ଲାଗି ବିଶେଷ ଗୁରୁତ୍ବ ଦିଆଯିବ। ଗୋଟିଏ ଗୃହରେ ଗୋଟିଏ କମ୍ପ୍ୟୁଟର ସହିତ ସ୍ମାର୍ଟ ଟିଭି ଏବଂ ଅଡିଓ ସିଷ୍ଟମ ସୁବିଧା ରହିବ। ବିଦ୍ୟାଳୟରେ କାର୍ଟୁନ୍ ‌େ‌ଶା’, ଷ୍ଟୋରୀ ଟେଲିଂ, କବିତା ଆବୃତ୍ତି ପାଇଁ ବ୍ୟବସ୍ଥା କରାଯିବ। ପ୍ରତ୍ୟେକ ଶ୍ରେଣୀଗୃହର ଦୁଇପାର୍ଶ୍ବ କାନ୍ଥରେ କଳାପଟା ରହିବ। ଯେଉଁଠି ପିଲାମ‌ାନେ ଚିତ୍ର ଆଙ୍କିବା ସହ ପତ୍ର, ସଂଖ୍ୟା ଓ ଅକ୍ଷର ଆଦି ଲିଖନ କରିବେ। ବିଦ୍ୟାଳୟରେ ଡିସ୍‌ପ୍ଲେ ବୋର୍ଡ ରହିବା ସହ ପିଲାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା କଳାକୃତି ସେଥିରେ ପ୍ରଦର୍ଶନ କରାଯିବ। ‘ଏଫଏଲଏନ୍‌‌’ ସ୍ୱତନ୍ତ୍ର ପୁସ୍ତିକା ଦ୍ୱାରା ପିଲାଙ୍କୁ ପାଠ ପଢ଼଼ାଯିବା ସହ ଆଦିବାସୀ ଅଞ୍ଚଳର ପିଲାଙ୍କ ପାଇଁ ସେମାନଙ୍କ ଆଞ୍ଚଳିକ ଭାଷାରେ ପାଠପଢ଼ାକୁ ଗୁରୁତ୍ବ ଦିଆଯିବ। ପିଲାଙ୍କ ଖେଳକୁଦ ପାଇଁ ସ୍ବତନ୍ତ୍ର କକ୍ଷ ରହିବ। ଏଥିରେ ବିଭିନ୍ନ ଖେଳଣା, କ୍ୟାରମ୍ ବୋର୍ଡ, ଲୁଡୁ, ବିଭିନ୍ନ ପଶୁ, ପକ୍ଷୀ ଫଳ ଆଦି ଖେଳଣା ରଖାଯିବ। ଉଚ୍ଚତା ମାପିବା ଚାର୍ଟ ଏବଂ ଓଜନ ଯନ୍ତ୍ର ମଧ୍ୟ ରହିବ। ଏଥିସହ ବିଭିନ୍ନ ଦକ୍ଷତା ପରୀକ୍ଷା ମାଧ୍ୟମରେ ପିଲାଙ୍କ ଜ୍ଞାନ ବୃଦ୍ଧି ଅନୁଶୀଳନ କରାଯିବ। ଏ ସମସ୍ତ ପ୍ରକ୍ରିୟା ପରିଚାଳନା ପାଇଁ ଜଣେ ଦକ୍ଷ ଶିକ୍ଷକଙ୍କୁ ଦାୟିତ୍ବ ଦିଆଯିବାକୁ ଥିବାବେଳେ କାର୍ଯ୍ୟକ୍ରମର ପରିଚାଳନା ଦାୟିତ୍ବରେ ଜିଲା ଓ ବ୍ଲକ ଶିକ୍ଷାଧିକାରୀଙ୍କ ସମେତ, ଡିପିସି, ସିଆରସିସି ପ୍ରମୁଖ ରହିବେ ବୋଲି ଜଣାପଡ଼ିଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories