www.samajalive.in
Sunday, December 7, 2025
16.1 C
Bhubaneswar

ଉଡ଼ିବ ବିମାନ: ସରକାର ଧାର୍ଯ୍ୟ କଲେ ଭଡ଼ା; କର୍ମଚାରୀ ପିନ୍ଧିବେ ପିପିଇ କିଟ୍, ଯାତ୍ରୀଙ୍କ ଲାଗି ମାସ୍କ-ଗ୍ଲୋଭ୍ସ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ପ୍ରାୟ ୨ ମାସର ବିରତି ପରେ ଏବେ ଦେଶରେ ସାଧାରଣ ଜୀବନଯାତ୍ରା ସ୍ୱାଭାବିକ ହେବାକୁ ଯାଉଛି। ମେ’ ୨୫ତାରିଖରୁ ଦେଶରେ ଘରୋଇ ବିମାନ ଉଡ଼ାଣ ସେବା ଆରମ୍ଭ ହେବ ଏବଂ ଏଥିପାଇଁ ଏୟାର୍‌ଲାଇନ୍ସ ଓ ଏୟାର୍‌ପୋର୍ଟ ପ୍ରସ୍ତୁତ ରହିଛି। ଘରୋଇ ବିମାନରେ ଯାତ୍ରା କରିବା ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଛି ନିୟମ ପାଳନ କରିବା ପାଇଁ ନିର୍ଦେଶ ଜାରି କରିଛନ୍ତି। କୌଣସି ବିମାନ ଯେଭଳି ମନଇଚ୍ଛା ଯାତ୍ରୀଙ୍କ ପାଇଁ ଭଡ଼ା ଯେଳଭି ସଂଗ୍ରହ ନ କରିବେ ସେଥିନେଇ ମଧ୍ୟ ସେ ଗୁରୁତ୍ବ ଦେଇଛନ୍ତି। ଘରୋଇ ବିମାନରେ ଉଡ଼ାଣ ପାଇଁ ସର୍ବନିମ୍ନ ଓ ସର୍ବାଧିକ ଭଡ଼ା ଧାର୍ଯ୍ୟ କରାଯାଇଛି, ଯାହା ୩ ମାସ ପାଇଁ କାର୍ଯ୍ୟକାରୀ ହେବ ବୋଲି ସୂଚନା ଦିଆଯାଇଛି।
ଗୁରୁବାର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ ସରକାରଙ୍କ ପକ୍ଷରୁ ଘରୋଇ ବିମାନ ଟିକେଟ୍‍ର ସର୍ବନିମ୍ନ ଓ ସର୍ବାଧିକ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି, ଯାହାର ସମସ୍ତ ଏୟାର୍‍ଲାଇନ୍ସ ପାଳନ କରିବାକୁ ପଡ଼ିବ। ଦିଲ୍ଲୀ-ମୁମ୍ବଇ ବିମାନ ପାଇଁ ସର୍ବନିମ୍ନ ୩,୫୦୦ରୁ ସର୍ବାଧିକ ୧୦,୦୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ହିସାବରେ ଏୟାର୍‌ଲାଇନ୍ସ କମ୍ପାନୀଗୁଡ଼ିକ ସେମାନଙ୍କର ଟିକଟ ମୂଲ୍ୟ ନିର୍ଦ୍ଧାରଣ କରିବେ।

ତେବେ ସମସ୍ତ କମ୍ପାନୀ ସର୍ବାଧକ-ସର୍ବନିମ୍ନ ମଧ୍ୟରେ ଟିକଟ ମୂଲ୍ୟ ସ୍ଥିର କରିବେ। ବିମାନ ଯାତ୍ରା ପାଇଁ ଏହି ସର୍ବନିମ୍ନ ଓ ସର୍ବାଧିକ ଟିକଟମୂଲ୍ୟ ତିନି ମାସ କିମ୍ବା ଆସନ୍ତା ଅଗଷ୍ଟ ୨୪ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ରହିବ ବୋଲି ଜଣାପଡ଼ିଛି। ବିମାନଯାତ୍ରୀମାନେ ଗ୍ଲୋଭସ ଓ ମାସ୍କ ପିନ୍ଧିବା ସହିତ ଆରୋଗ୍ୟ ସେତୁ ଆପ୍‍ ଡ଼ାଉନଲୋଡ଼ କରିବା ଜରୁରୀ। ସେହିପରି ବିମାନ କର୍ମଚାରୀମାନେ ପିପିଇ କିଟ୍ ପିନ୍ଧିବେ ବୋଲି କୁହାଯାଇଛି ।

- Advertisement -

କେନ୍ଦ୍ରମନ୍ତ୍ରୀଙ୍କ କହିବା ଅନୁଯାୟୀ ଦେଶର ସମସ୍ତ ରୁଟ୍‍କୁ ୭ଟି ରୁଟରେ  ବାଣ୍ଟି ଦିଆଯିବ। ଗ୍ରୀଷ୍ମ ଋତୁ ୨୦୨୦ ପାଇଁ ଅନୁମୋଦନ କରାଯାଇଥିବା ମେଟ୍ରୋସିଟି ଏବଂ ନନ୍‌ମେଟ୍ରୋ ସିଟିକୁ ଏକ ତୃତିୟାଂଶ ଯାତ୍ରୀଙ୍କୁ ନେଇ ପ୍ରାୟ ୧୦୦ଟି ବିମାନ ଚଳାଚଳ କରିବ। ସେହିପରି ଅନୁମୋଦିତ ଗ୍ରୀଷ୍ମଋତୁ ୨୦୨୦ ନିୟମାନୁସାରେ ଏକ ତୃତୀୟାଂଶ ଯାତ୍ରୀଙ୍କୁ ନେଇ ଦେଶର ଅନ୍ୟ ସହରଗୁଡ଼ିକ ମଧ୍ୟ ଘରୋଇ ବିମାନ ଯାଇପାରିବ। ତେବେ ଘରୋଇ ବିମାନ ଉଡ଼ାଣ କାର୍ଯ୍ୟକାରିତା ପରଖିବା ପରେ ଆନ୍ତର୍ଜାତିୟ ବିମାନ ଉଡ଼ାଣ ପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories