୫ ଆନ୍ତଃ ଜିଲା ଡକାୟତ ଗିରଫ , ଚୋରି ସାମଗ୍ରୀ ଜବତ

0

ମ୍ବଲପୁର: ସମ୍ବଲପୁର ଜିଲା ପୁଲିସ ଏକ ଆନ୍ତଃରାଜ୍ୟ ଡକାୟତ ଦଳକୁ ଧରିବାରେ ସଫଳ ହୋଇଛି। ଏ ସର୍ମ୍ପକରେ ସମ୍ବଲପୁର ଏସପି କନୱର ବିଶାଲ ସିଂହଙ୍କ ଦ୍ୱାରା ରବିବାର ପୂର୍ବାହ୍ନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଏହି ଡକାୟତ ଦଳ ସମ୍ବଲପୁର ଜିଲା ସହିତ ପଶ୍ଚିମ ଓଡିଶାର ବିଭିନ୍ନ ଜିଲାମାନଙ୍କରେ ସକ୍ରିୟ ରହିଛି। ଗତ ଶୁକ୍ରବାର ଦିନ ସନ୍ଧ୍ୟା ଓ ରାତ୍ରୀ ସମୟରେ ଚାରମାଲ ଥାନା ଅର୍ନ୍ତଗତ ଭରତପୁର ଗ୍ରାମ ନିକଟସ୍ଥ ବିଶ୍ୱନାଥପୁର ଜଙ୍ଗଲ ରାସ୍ତା ଏବଂ ଗ୍ରାମରେ ସ୍ଥିତ ରାମେଶ୍ୱର ମନ୍ଦିର ଠାରେ ଦୁଇଟି ଡକାୟତି ଘଟଣା ଭିଆଇଥିଲେ। ପ୍ରଥମ ମାମଲାରେ ଶୁକ୍ରବାର ସନ୍ଧ୍ୟା ସମୟରେ ଭରତ ଫାଇନାନ୍ସ ଇନକ୍ଲୁସନ ଲିମିଟେଡର ଫିଲ୍ଡ ଅଫିସର କାର୍ତ୍ତିକ ଶିଖା ଓ ତାଙ୍କର ସାଥି ଭରତପୁର ପଞ୍ଚାୟତର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନିକଟରୁ ଋଣ ଟଙ୍କା ଆଦାୟ କରି ଫେରୁଥିଲେ। ସେହି ସମୟରେ ଡକାୟତ ଦଳ ବଢୋ଼ଲ ଓ ଭରତପୁର ଗ୍ରାମ ମଧ୍ୟରେ ଥିବା ବିଶ୍ୱନାଥପୁର ଜଙ୍ଗଲ ରାସ୍ତାରେ ଲୁଟ କରିଥିଲେ। ଏ ସର୍ମ୍ପକରେ କାର୍ତ୍ତିକଙ୍କର ଲିଖିତ ଅଭିଯୋଗ ପରେ ଚାରମାଲ ପୁଲିସ ମାମଲା ନଂ ୧୦୫/୨୦୧୯ ରୁଜୁ କରି ମାମଲାର ତଦନ୍ତ ଆରମ୍ଭ କରିଥିଲା।

 

prayash

ସେହିଭଳି ଦ୍ୱିତୀୟ ମାମଲାରେ ସେହିଦିନ ରାତ୍ରୀରେ ଏହି ଡକାୟତ ଦଳ ଭରତପୁର ଗ୍ରାମ ସ୍ଥିତ ରାମେଶ୍ୱର ମନ୍ଦିରର ଭଣ୍ଡାର ଗୃହର କବାଟ ଭାଙ୍ଗି ଏକ ମାଇକ ସେଟ, ମହାପ୍ରଭୂଙ୍କର ୨ଟି ଗରା, ବିଭିନ୍ନ ପୂଜା ସାମଗ୍ରୀ, ଏକ କ୍ୱିଣ୍ଟାଲ ଚାଉଳ, ୨୦ କିଲୋ ଡାଲି ଆଦି ବିଭିନ୍ନ ସାମଗ୍ରୀ ଚୋରି କରିନେଇଥିଲେ। ଏନେଇ ମଧ୍ୟ ଚାରମାଲ ଥାନାରେ ଅଭିଯୋଗ ହେବା ପରେ ମାମଲା ନଂ ୧୧୧/୨୦୧୯ ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ମାତ୍ର କେଇ ଘଣ୍ଟା ମଧ୍ୟରେ ଗୋଟିଏ ଥାନାର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଦୁଇ ଦୁଇଟି ଡକାୟତି ଘଟଣା ପରେ ମାମଲା ଗୁଡିକର ଗମ୍ଭୀରତାକୁ ଦୃଷ୍ଟିରେ ରଖି ୨ଟି ସ୍ୱତନ୍ତ୍ର ଯାଞ୍ଚ ଦଳ ଗଠନ କରାଯାଇ ଅଭିଯୁକ୍ତ ମାନଙ୍କୁ ପୁଲିସ ଧରିବା ପାଇଁ ପ୍ରଚେଷ୍ଠା କରିଥିଲା ବୋଲି ଏସପି ବିଶାଳ ସିଂହ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ପୁଲିସ ଦଳ ମାନେ ଯାଞ୍ଚ କରିବା ପରେ ଏହି ଦୁଇ ଘଟଣା ସର୍ମ୍ପକରେ ଆନ୍ତଃଜିଲା ଡକାୟତ ଦଳର ୫ ଜଣ ଡକାୟତ ଚାରମାଲ ଥାନା ଅର୍ନ୍ତଗତ ବଡଖୋଲର ନିବାସୀ ସୁରେଶ ଦେହୁରୀ , ଝାଙ୍କରେଇର ନିବାସୀ ରମାକାନ୍ତ ବାଦୀ , ଟାଉନ ଥାନା ଅର୍ନ୍ତଗତ ତୁଳସୀ ନଗର ରେଳବାଇ କଲୋନୀର ସୈଳେନ୍ଦ୍ର କୁମାର ବେହେରା ଓରଫ ଜଲ , ସୋନପୁର ଜିଲା ବିରମହାରାଜପୁର ଥାନା ଅର୍ନ୍ତଗତ ମହୁଲପାଲୀର ନିବାସୀ ରସାନନ୍ଦ କୁମ୍ଭାର ଓ ଗଗନଖାଲିର ନିବାସୀ ବାବଲୁ ବେହେରା କୁ ଗିରଫ କରିବାରେ ସଫଳ ହୋଇଥିଲା। ପୁଲିସର ଜେରା ସମୟରେ ଏହି ସମସ୍ତ ଡକାୟତି ଘଟଣା ସହିତ ପଶ୍ଚିମ ଓଡିଶାର ଅନ୍ୟ ଜିଲା ଯଥା ସୋନପୁର, ବଲାଙ୍ଗୀର ଓ ଅନ୍ୟାନ୍ୟ ଜିଲା ମାନଙ୍କରେ ମଧ୍ୟ ପୂର୍ବରୁ ଅପରାଧିକ କାଣ୍ଡ ମାନେ ଭିଆଇଛନ୍ତି ବୋଲି ସ୍ୱିକାର କରିଛନ୍ତି। ପୁଲିସ ଏହି ଡକାୟତ ମାନଙ୍କ ଠାରୁ ନଗଦ ୧୧ ହଜାର ଟଙ୍କା, ଗୋଟିଏ ସାମସୁଙ୍ଗ ଟ୍ୟାବ, ଗୋଟିଏ ସାମସୁଙ୍ଗ ମୋବାଇଲ ଓ ଗୋଟିଏ ମୋଟରସାଇକେଲ (ଓଆର – ୦୩- ଇ – ୮୫୦୪) ଜବତ କରିଛି। ପୁଲିସ ସମସ୍ତ ଅଭିଯୁକ୍ତ ଡକାୟତ ମାନଙ୍କୁ କୋର୍ଟ ଚାଲାଣ କରିଛି । ଏହି ଅବସରରେ ଜିଲା ପୁଲିସ ଲୋକ ସର୍ମ୍ପକ ଅଧିକାରୀ ତଥା ଏଏସପି ପି.କେ. ମହାପାତ୍ର ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

 

kalyan agarbati
Leave A Reply