www.samajalive.in
Sunday, December 7, 2025
26.1 C
Bhubaneswar

ଜାମ୍ମୁ କାଶ୍ମୀରକୁ ଆଗ ରାଜ୍ୟ ମାନ୍ୟତା, ପରେ ନିର୍ବାଚନ: ଚିଦମ୍ବରମ୍‍

ନୂଆଦିଲ୍ଲୀ: କଂଗ୍ରେସ ଓ ଅନ୍ୟ ରାଜନୈତିକ ଦଳଗୁଡିକ ଜାମ୍ମୁ କାଶ୍ମୀରକୁ ପ୍ରଥମେ ରାଜ୍ୟ ମାନ୍ୟତା ପ୍ରଦାନ କରାଯିବା ଚାହାନ୍ତି, ତାହାପରେ ନିର୍ବାଚନ କରାଯିବା ପ୍ରସଙ୍ଗ ଆସିବ ବୋଲି କଂଗ୍ରେସର ବରିଷ୍ଠ ନେତା ପି ଚିଦମ୍ବରମ୍‍ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାମ୍ମୁ କାଶ୍ମୀରରୁ ଆସିଥିବା ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ସେଠାରେ ବିଧାନସଭା ନିର୍ବାଚନ କରାଇବା ସପକ୍ଷରେ କେନ୍ଦ୍ର ସରକାର ରହିଥିବା ଏବଂ ସୀମା ନିର୍ଦ୍ଧାରଣ ପ୍ରକ୍ରୟା ଶେଷହେବାପରେ ତାହାକୁ ରାଜ୍ୟ ମାନ୍ୟତା ପ୍ରଦାନ କରାଯିବା ନେଇ ଆଶ୍ୱାସନା ଦେବାର ଦିନକ ପରେ ଚିଦମ୍ବରମ୍‍ ଏହା କହିଛନ୍ତି।
ସେ କହିଛନ୍ତି ଯେ ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ଏବଂ ଜାମ୍ମୁ କାଶ୍ମୀରର ଅନ୍ୟ ରାଜନୈତିକ ଦଳ ତଥା ନେତୃବୃନ୍ଦ ଜାମ୍ମୁ କାଶ୍ମୀରର ରାଜ୍ୟ ମାନ୍ୟତା ପ୍ରଥମେ ଫେରିପାଇବା ଚାହାନ୍ତି। ତାହାପରେ ନିର୍ବାଚନ କଥା ଉଠିବ। ଅନ୍ୟପକ୍ଷରେ କେନ୍ଦ୍ର ସରକାର ଆଗ ନିର୍ବାଚନ ପରେ ରାଜ୍ୟ ମାନ୍ୟତା କଥା କହୁଛନ୍ତି। ଚିଦମ୍ବରମ୍‍ କହିଛନ୍ତି, ଗାଡିକୁ ଘୋଡା ଟାଣିଥାଏ। ତେଣୁ ଏକ ରାଜ୍ୟ ନିଜର ନିର୍ବାଚନ କରାଇବା ଦରକାର। ଏକ ରାଜ୍ୟ ନିର୍ବାଚନ ଆୟୋଗ ଅଧୀନରେ ଏକ ନିର୍ବାଚନ ଅବାଧ ଓ ନିରପେକ୍ଷ ହୋଇପାରିବ। କିନ୍ତୁ ସରକାର ଆଗ ଗାଡି ଓ ତା’ପଛରେ ଘୋଡାକୁ ରଖିବାକୁ କାହିଁକି ଚାହୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories