www.samajalive.in
Saturday, December 6, 2025
14.1 C
Bhubaneswar

ଏସ୍‌ସିବିରେ ନୂଆ ଅଧ୍ୟାୟ: ସ୍ବାମୀ ଦେହରେ ଲାଗିଲା ସ୍ତ୍ରୀଙ୍କ ଯକୃତ

କଟକ : ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ବୁଧବାର ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଏଠାରେ ପ୍ରଥମଥର ପାଇଁ ଯକୃତ ପ୍ରତିରୋପଣ କରାଯାଇଛି। ସ୍ତ୍ରୀଙ୍କ ଶରୀରରୁ ଯକୃତର କିଛି ଅଂଶ କଢ଼ାଯାଇ ସ୍ବାମୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି। ଦୀର୍ଘ ୯ ଘଣ୍ଟା ଧରି ଏସ୍‌ସିବିର ଦୁଇଟି ଓଟିରେ ୨ଜଣଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ହାଇଦରାବାଦରୁ ଆସିଥିବା ଏଆଇଜି ଟିମ୍‌ ଓ ଏସ୍‌ସିବି ଡାକ୍ତର ଏହି ଅସ୍ତ୍ରୋପଚାର କରିଛନ୍ତି। ଯକୃତ ଦାତା ଏବଂ ଗ୍ରହୀତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ତିଗିରିଆ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଠାରେ ଯକୃତ ପ୍ରତିରୋପଣ କରାଯାଇଛି। ସ୍ବାମୀଙ୍କୁ ଯକୃତ ଦେଇ ଜୀବନ ଦାନ କରିଛନ୍ତି ସ୍ତ୍ରୀ। ସ୍ତ୍ରୀଙ୍କ ଶରୀରରୁ ଯକୃତର କିଛି ଅଂଶ କଟାଯାଇ ସ୍ବାମୀଙ୍କ ଠାରେ ଲଗାଯାଇଛି। ସ୍ବାମୀଙ୍କ ବୟସ ୪୫ ବର୍ଷ ହୋଇଥିବା ବେଳେ ସ୍ତ୍ରୀଙ୍କ ବୟସ ୩୫। ରୋଗୀ ପେସାରେ ଜଣେ ଗାଡ଼ିଚାଳକ। ସେ ଯକୃତ ରୋଗରେ ପୀଡିତ ହୋଇ ଚିକିତ୍ସାଧୀନ ଥିଲେ। ଏଆଇଜିର ୯ ଜଣିଆ ଟିମ ଓ ଏସ୍‌ସିବିର ୧୫ ଜଣିଆ ଟିମ୍‌କୁ ନେଇ ୨ଟି ଓଟିରେ ସକାଳୁ ଉଭୟଙ୍କ ଅସ୍ତ୍ରୋପଚାର କରାଯାଇଥିଲା।  ଶଲ୍ୟ, ନିଶ୍ଚେତକ, ରଞ୍ଜନରଶ୍ମୀ ଆଦି ବିଭାଗ ମିଳିତ ଭାବରେ ଏଥିରେ କାର୍ଯ୍ୟ କରିଛନ୍ତି।  ପ୍ରତିରୋପଣ ପରେ ରକ୍ତ ନଳୀରେ ରକ୍ତ ଠିକ୍‌ରେ ପ୍ରବାହିତ ହେଉଛି କି ନାହିଁ ତାହା ‘ଇଣ୍ଟ୍ରା ଅପରେଟିଭ ଅଲଟ୍ରାସାଉଣ୍ଡ’ ମାଧ୍ୟମରେ ଦେଖି ହେବ। ସମ୍ପୃକ୍ତ ରୋଗୀଙ୍କ ଠାରେ ଏହି ସବୁ ଯାଞ୍ଚ କରାଯାଇଥିବା ବେଳେ ତାହା ଠିକରେ କାର୍ଯ୍ୟକାରୀ କରୁଥିବା ଜଣାପଡିଛି। ହାଇଦ୍ରାବାଦ ଏଆଇଜି ଲିଭର ଟ୍ରାନ୍ସପ୍ଲାଣ୍ଟର ନିର୍ଦେଶକ ତଥା ମୁଖ୍ୟ ପି. ବାଲଚନ୍ଦ୍ରନ ମେନନ୍‌ ଏହି ପ୍ରତିରୋପଣର ମୁଖ୍ୟ ଥିଲେ। ଏସ୍‌ସିବିରେ କରାଯାଇଥିବା ଏହି ପ୍ରତିରୋପଣ ସବୁଠାରୁ ଭଲ ହୋଇଛି ଏବଂ ଏଠାକାର ଭିତ୍ତିଭୂମି ସର୍ବୋତ୍ତମ ରହିଛି ବୋଲି ଡା. ବାଲଚନ୍ଦ୍ରନ କହିଥିବା ଡା. ମିଶ୍ର ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories