www.samajalive.in
Sunday, December 7, 2025
14.1 C
Bhubaneswar

ଖର୍ଚ୍ଚ ଉପରେ ନିୟନ୍ତ୍ରଣ ନାହିଁ କି? ଏମିତି କରନ୍ତୁ ସଞ୍ଚୟ

ସମାଜ ଡିଜିଟାଲ ଡେସ୍କ: ମାସ ଆରମ୍ଭରେ ଲୋକମାନେ ଦରମା ପାଇବା ମାତ୍ରେ ଅତ୍ୟନ୍ତ ଖୁସି ହୋଇଥାନ୍ତି। ହେଲେ ମାସ ଶେଷ ହେବା ବେଳକୁ ପକେଟ ଫାଙ୍କା ହୋଇଥିବାରୁ ଚିନ୍ତାରେ ପଡିଥାନ୍ତି। ଦରମା ମିଳିବା ମାତ୍ରେ କେତେକ ଅନାବଶ୍ୟକ ଖର୍ଚ୍ଚ କରବାରେ ଲାଗିଥାନ୍ତି। ଅଜଥା ଖର୍ଚ୍ଚ ରୋକିବା ଏବଂ ଦୈନଦିନ ଜୀବନଶୈଳୀରେ ଆର୍ଥିକ ସନ୍ତୁଳନ ବଜାୟ ରଖିବା ଅତ୍ୟନ୍ତ ଜରୁରୀ। ଅତ୍ୟଧିକ ଖର୍ଚ୍ଚରୁ ନିଜକୁ ରକ୍ଷା କରିବା, ବ୍ୟକ୍ତିଗତ ଖର୍ଚ୍ଚକୁ ସଠିକ୍‌‌ ଭାବେ କରିବା ଏବଂ ଆବଶ୍ୟକତାକୁ ମନେ ରଖି ଖର୍ଚ୍ଚ କରିବା ଜରୁରୀ। ଏହା ବ୍ୟତୀତ ଆପଣଙ୍କ ଆୟ ଅନୁଯାୟୀ ଆପଣଙ୍କର ଖର୍ଚ୍ଚକୁ ନିୟନ୍ତ୍ରଣ କରିବା ମଧ୍ୟ ଆବଶ୍ୟକ। ପରିବାର ଚଳାଇବା ପାଇଁ ବଜେଟ ସ୍ଥିର କରିବା ଏବଂ ଏହାକୁ ଅନୁସରଣ କରିବାରେ ସଂଯମତା ଏବଂ ଦାୟିତ୍ୱ ହେବା ଆବଶ୍ୟକ।
ନିଜକୁ ଅଯଥା ଖର୍ଚ୍ଚରୁ କିପରି ଦୂରେଇ ରଖିବେ:
ସର୍ବପ୍ରଥମେ ଆପଣଙ୍କର ଖର୍ଚ୍ଚର ଅଭ୍ୟାସକୁ ବୁଝନ୍ତୁ। ଟଙ୍କା କେଉଁଠାରେ ଖର୍ଚ୍ଚ କରିବେ? କେଉଁ ଜିନିଷଗୁଡିକରେ ଅନାବଶ୍ୟକ ଭାବରେ ଖର୍ଚ୍ଚ କରୁଛନ୍ତି ତାହାକୁ ବୁଝିବା ଜରୁରୀ।
ମାସକର ଖର୍ଚ୍ଚକୁ ନେଇ ଏକ ବଜେଟ ପ୍ରସ୍ତୁତ କରନ୍ତୁ। ଆୟ ଅନୁଯାୟୀ ଖର୍ଚ୍ଚ କରିବାକୁ ଚେଷ୍ଟା କରନ୍ତୁ। ଫଳରେ ବଜେଟରେ ସଞ୍ଚୟ କରିପାରିବେ।
ଆପଣ ଖର୍ଚ୍ଚ କରିବା ପୂର୍ବରୁ ଯୋଜନା କରନ୍ତୁ। କିଛି କିଣିବା ପୂର୍ବରୁ ତାହା ଆପଣଙ୍କୁ ଆବଶ୍ୟକ ଅଛି କି ନାହିଁ ଚିନ୍ତା କରି କିଣନ୍ତୁ। ଅନାବଶ୍ୟକ ସାମଗ୍ରୀ କିଣି ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ।
ଦାମୀ ଜିନିଷ କିଣିବା ଅପେକ୍ଷା ଅଳ୍ପ ଟଙ୍କାରେ ବିକଳ୍ପ ଖୋଜିବା ଆବଶ୍ୟକ। ଘରେ ଆପଣ ନିଜେ ମଧ୍ୟ ଚାହିଁଲେ ଅନେକ ଜିନିଷ ପ୍ରସ୍ତୁତ କରି ପାରିବେ। ସାଙ୍ଗ ଓ ପରିବାର ବର୍ଗଙ୍କ ଠାରୁ ଧାର କରଜ କରିବା ଠାରୁ ଦୂରେଇ ରୁହନ୍ତୁ।
ନିଜକୁ ଅଧିକ ମାତ୍ରରେ ଖର୍ଚ୍ଚାନ୍ତା କରିବା ଠାରୁ ବା ପ୍ରଲୋଭନରୁ ଦୂରେଇ ରୁହନ୍ତୁ। ସିପଂ ମଲ ଏବଂ ଅନ୍ୟାନ୍ୟ ସ୍ଥାନକୁ ଅଧିକାଂଶ ସମୟ ଯିବା ଠାରୁ ଦୂରେଇ ରୁହନ୍ତୁ। ଯେଉଁଠାରେ ଆପଣଙ୍କ ଖର୍ଚ୍ଚ ବଢିପାରେ। କୌଣସି କାମରେ ନିଜକୁ ବ୍ୟସ୍ତ ରଖନ୍ତୁ ଫଳରେ ଏସବୁ ଖର୍ଚ୍ଚରୁ ଦୂରେଇ ରହିବେ।
ସଞ୍ଚୟ ଲକ୍ଷ୍ୟ ସ୍ଥିର କରନ୍ତୁ। ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଆଡକୁ ଆପଣଙ୍କର ସଞ୍ଚୟ ରଖନ୍ତୁ। ସଞ୍ଚୟ କରି ଯେପରିକି ଘର କିଣିବା, କିମ୍ବା ଛୁଟିରେ ବାହାରକୁ ବୁଲି ଯିବା।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଜୀବନରେ ଶୃଙ୍ଖଳିତ ରହିବା। ମାସକ ଖର୍ଚ୍ଚର ବଜେଟ ସ୍ଥିର କରିବା, ନିଜର ଖର୍ଚ୍ଚ ଅଭ୍ୟାସକୁ ନିୟନ୍ତ୍ରଣ କରିବା, ସମୟ ସହିତ ଆପଣଙ୍କର ଖର୍ଚ୍ଚ ହ୍ରାସ କରିବା ସହ ଅଧିକ ସଞ୍ଚୟ କରିବାକୁ ସମର୍ଥ ହେବ।
ଅଯଥା ଖର୍ଚ୍ଚ କରି ପରିସୀମା ଭିତରେ ରହି ଖର୍ଚ୍ଚ କରିଲେ ଜୀବନରେ ଅନେକ ଗୁଡିଏ ସ୍ୱପ୍ନ ପୂରଣ କରିବପାରିବେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories