ଜାଣନ୍ତୁ ରାଶି ଅନୁସାରେ କିପରି ରହିବ ଆଜି ଆପଣଙ୍କ ଦିନ: ଗୁରୁବାର ରାଶିଫଳ
ମେଷ: ମାୟାର ଚାରି ସେନାପତି କାମ, କ୍ରୋଧ, ଲୋଭ ଓ ମୋହର ଜାଲରେ ନ ପଡ଼ି, ସମାଜର ଜଣେ କୃତୀ ସନ୍ତାନଭାବେ ନିଜର ପରିଚୟ ସୃଷ୍ଟି କରିବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତାରୁ ବିବାଦରେ ବିଜୟୀ ହେବେ।
ବୃଷ: ହିଂସା, ଦ୍ବେଷ, ପରିଶ୍ରୀକାତରତାରୁ ଊର୍ଦ୍ଧ୍ବରେ ରହି ପ୍ରାପ୍ତ କ୍ଷମତାର ଭାଇଚାରା ଭାବ ପ୍ରବର୍ତ୍ତନ କରିପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ। ପତ୍ନୀଙ୍କ ବିଶ୍ବାସକୁ ଅତୁଟ ରଖିବେ।
ମିଥୁନ: ନିଜ ପାଣ୍ଡିତ୍ୟର ପ୍ରତିଭା ପରିସ୍ଫୁଟ ପାଇଁ ପ୍ରୟାସୀ ହୋଇଥିବାବେଳେ ସାମାନ୍ୟ ଅସୁସ୍ଥତା, ଆପଣଙ୍କ ଉଦ୍ୟମକୁ ନିଷ୍କ୍ରିୟ କରିପାରେ। ଆଜି ଦିନରେ ଯାନବାହନ ଚଳାଚଳରେ ସତର୍କ ରହିବାକୁ ପଡ଼ିବ।
କର୍କଟ:ବିଗତ ଏକ ମାସ ମଧ୍ୟରେ ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଓ ଉନ୍ନୟନଦାୟକ ହୋଇପାରେ। କର୍ମତତ୍ପର ରହି ବହୁ ସୁଫଳର ଅଧିକାରୀ ହେବେ। ନିଜର ସାରସ୍ବତ୍ବ ସାଧନାକୁ ବ୍ୟକ୍ତ କରିପାରନ୍ତି।
ସିଂହ:ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଆପଣଙ୍କ କପଟହୀନ ସ୍ବଭାବ ଓ ସ୍ନେହାସ୍ପଦ ବ୍ୟବହାର ଅଜାତଶତ୍ରୁ କରିପାରେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି।
କନ୍ୟା:ଆବଶ୍ୟକ ଅର୍ଥ ଅକ୍ଲେଶରେ ହାତକୁ ଆସିବ। ପ୍ରେମମୟୀ ପତ୍ନୀଙ୍କ ସହଯୋଗ ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତିର ମୂଳଦୁଆ ପକାଇବ। ପ୍ରବଚନ ଦେବାର ପ୍ରସ୍ତୁତି ସ୍ବରୂପ ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିବେ।
ତୁଳା: ନିଜର ଓ ପରିବାରର ସ୍ବାସ୍ଥ୍ୟ ରକ୍ଷା ପାଇଁ ବାସଗୃହକୁ ପ୍ରଦୂଷଣମୁକ୍ତ ରଖିବାକୁ ସଚେଷ୍ଟ ହେବେ। ମହନୀୟ ରାଜପଦ ଓ ଅତୁଳ ଧନ ସମ୍ପଦର ଅଧିକାରୀ ହେବେ। ଉଦାରଚେତା ସ୍ବଭାବ ଆପଣଙ୍କୁ ମହାନ୍ କରିବେ।
ବିଛା: ଭାଷାରେ ନୂତନ ଦିଗନ୍ତ ସୃଷ୍ଟିକରି ଅଧସ୍ତନଙ୍କଠାରୁ ଆଶାନୁରୂପ ଶ୍ରମ ଆଦାୟ କରିପାରନ୍ତି। ବ୍ରହ୍ମବାଦୀ ହୋଇ ଜୀବନକୁ ଶୃଙ୍ଖଳିତ ଓ ସମୃଦ୍ଧ କରିପାରନ୍ତି। ଅସୁସ୍ଥତାର ଉପସମ ହେବ। ରୋଜଗାର ବୃଦ୍ଧି ହେବ। ଧନୁ: ସ୍ବଚ୍ଛ ସ୍ବଭାବ ସମ୍ପନ୍ନ ହେବେ। ମତିମାନ୍, କର୍ତ୍ତବ୍ୟ ପରାୟଣ, ତ୍ୟାଗରୂପକ ମହତ୍ ପ୍ରୟାସୀ ହୋଇପାରନ୍ତି। ବେଶ ପରିପାଟୀ ଦେବଦୁଲ୍ଲର୍ଭ ହେବ। ବିଭିନ୍ନ ସ୍ତରରୁ ଧନାଗମ ହୋଇପାରେ।
ମକର: କୋମଳ ହୃଦୟଯୁକ୍ତ ଓ ଜ୍ଞାନର ଭଣ୍ଡାର ହୋଇପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେତୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି।
କୁମ୍ଭ: ନିରାଡ଼ମ୍ବର ଓ ସରଳ ଜୀବନଯାପନ ଆପଣଙ୍କର ଧ୍ୟେୟ ହୋଇଛି। ଆତ୍ମବିଶ୍ବାସକୁ ଜାଗ୍ରତ କରି ସୁଫଳର ଅଭିଳାଷୀ ହୋଇପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ। ସୁସ୍ଥ ରହିବେ।
ମୀନ: ଅନ୍ୟମନସ୍କ ନ ହୋଇ ମନକୁ ସାଧିଲେ ସବୁ ସାଧ୍ୟ ହୋଇଯିବ। ଜ୍ଞାନ ପିପାସା ମେଣ୍ଟାଇବାରେ ସିଦ୍ଧହସ୍ତ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଅର୍ଥ ପ୍ରାପ୍ତି ଉଦ୍ୟମ ଫଳବତୀ ହେବ।
Comments are closed.