www.samajalive.in
Monday, December 15, 2025
14.1 C
Bhubaneswar

୧୮ ମହଲା କୋଠାରେ ଅଗ୍ନିକାଣ୍ଡ: ଜଣେ ମୃତ, ୧୯ ଆହତ

ମୁମ୍ବଇ : ମୁମ୍ବଇସ୍ଥିତ ୧୮ ମହଲା ବିଶିଷ୍ଟ କୋଠା ‘ଅଶୋକ ସମ୍ରାଟ’ରେ ରବିବାର ଅଗ୍ନିକାଣ୍ଡ ଘଟି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ୧୯ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ ବାହିନୀ ଏବଂ ପୁଲିସ୍‍ କୋଠାର ଉପର ମହଲରେ ଫସି ରହିଥିବା ୫୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି।
ସୂଚନା ଅନୁସାରେ ରବିବାର ଭୋର ସମୟରେ କୋଠାର ତୃତୀୟ ମହମଲାରେ ନିଅାଁ ଲାଗିଥିବା ଦେଖିବାକୁ ମିଳିଥିଲା। କିଛି ସମୟ ମଧ୍ୟରେ ନିଅାଁ ଅନ୍ୟ ମହଲାକୁ ବ୍ୟାପୀ ଯାଇଥିଲା। ଉପର ମହଲାରେ ପାଖାପାଖି ୯୬ ଜଣ ଲୋକ ଥିଲେ। ନିଅାଁ ଦେଖି କିଛି ଲୋକ ବାହାରକୁ ପଳାଇ ଆସିଥିଲେ। ପରେ ଦମକଳ ବାହିନୀ ଓ ପୁଲିସ୍‍ ପହଞ୍ଚି ଅନ୍ୟ ଲୋକଙ୍କୁ ଉଦ୍ଧାର କରିଥିଲେ। ନିଅାଁରେ ପୋଡ଼ି ହୋଇ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତାଙ୍କ ନାମ ଲକ୍ଷ୍ମୀବାଇ ଓ ବୟସ ୭୦ ବର୍ଷ ବୋଲି ପୁଲିସ୍‍ ପ୍ରକାଶ କରିଛି। ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡିନାହିଁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories