www.samajalive.in
Sunday, December 14, 2025
19.1 C
Bhubaneswar

ନୂଆ ରୂପରେ ଆସିଲା ପଲସର-୧୫୦

ନୂଆଦିଲ୍ଲୀ : ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ବଜାଜ ଅଟୋ ଭାରତରେ ପଲସର-୧୫୦ର ନୂଆ ମଡେଲ ବଜାର ପ୍ରବେଶ କରିସାରିଛି। କମ୍ପାନୀ ଏହାର ମୂଲ୍ୟ ୬୪,୯୯୮ ରଖିଛି। ପଲସର-୧୫୦ର ଏହି ନୂଆ ମଡେଲରେ କମ୍ପାନୀ ନୂଆ ରଙ୍ଗ ଓ ଗ୍ରାଫିକ୍ସ କାମ କରାଯାଇଛି। ଏହି ବାଇକରେ ମେଟ କଳା ସହ ନିଆନ ଲାଲ୍‍, ନିଆନ ସିଲଭର, ନିଆନ ହଳଦିଆ ଆଦି ରଙ୍ଗରେ ବଜାର ପ୍ରବେଶ କରାଯାଇଛି। ଏହାସହ ବାଇକରେ କନଷ୍ଟ୍ରାଟ ହେଡଲ୍ୟାମ୍ପ, ରିୟର ଗ୍ରୋବ ରେଲ, ସାଇଡ ମେସ ପେନଲ, ଟ୍ରଙ୍କ ଆଦି ସୁବିଧା ରହିଛି। ପୁରୁଣା ବାଇକ ସହ ଏହି ନୂଆ ଗାଡିରେ କୌଣସି ବିଶେଷ ପରିବର୍ତ୍ତନ କରାଯାଇନାହିଁ। ଏହି ବାଇକରେ ୧୪୯ ସିସି, ସିଙ୍ଗଲ ସିଲିଣ୍ଡର ଡିଟିଏସ-ଆଇ ଇଞ୍ଜିନ ରହିଛି। ଏହାବ୍ୟତୀତ ୫ସ୍ପିଡ ଗିୟରବକ୍ସ, ସମ୍ମୁଖ ଚକରେ ୨୪୦ଏମଏମ ଡିସ୍‍ ବ୍ରେକ ଓ ୧୩୦ଏମଏମ୍‍ ଡ୍ରମ ବ୍ରେକ ରହିଛି। କମ୍ପାନୀ ବର୍ତ୍ତମାନ ସୁଦ୍ଧା ଏହି ସେଗମେଣ୍ଟରେ ଏବିଏସ୍‍ ସୁବିଧା ଦିଆଯାଇନାହିଁ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories