ପକ୍ଷୀ ଜାଳିଦେଲା ୧୭ ଏକର ବିଲ, ହେଲିକପ୍ଟର ଯୋଗେ ଲିଭାଗଲା ନିଅାଁ
ବର୍ଲିନ : ଜର୍ମାନୀରେ ଏକ ପକ୍ଷୀ ଯୋଗୁଁ ୧୭ ଏକର ବିଲରେ ନିଆଁ ଲାଗିଯିବା ଓ ପରେ ହେଲିକପ୍ଟର ଯୋଗେ ନିଆାଁକୁ ଲିଭାଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁସାରେ ଏକ ବିଦ୍ୟୁତ୍ ତାରରେ ପିଟି ହୋଇଯିବା ଫଳରେ ପକ୍ଷୀ ଦେହରେ ନିଆଁ ଲାଗିଯାଇଥିଲା। ପକ୍ଷୀଟି ଜଳି ଜଳି ଆସି ୧୭ ଏକରର ଏକ ବିଲରେ ପଡିଥିଲା। ଶୁଷ୍କ ବିଲରେ ନିଅାଁ ଲାଗିବା ପରେ ଏହା କିଛି ସମୟ ମଧ୍ୟରେ ଚାରିଆଡକୁ ବ୍ୟାପୀ ଯାଇଥିଲା। ମାତ୍ର କିଛି ମୁହୂର୍ତ୍ତ ମଧ୍ୟରେ ସମ୍ପୂର୍ଣ୍ଣ ବିଲ ହୁତୁ ହୁତୁ ହୋଇ ଜଳିଥିଲା। ଗତ ସୋମବାର ଜର୍ମାନୀର ରାଷ୍ଟୋକ ସହରରେ ଏହି ଦୁର୍ଘଟଣା ଘଟିଥିଲା। ପବନ ବହିବା ଯୋଗୁଁ ନିଅାଁ ଭୟାବହ ରୂପ ନେଇଥିଲା। କିଛି ସମୟ ମଧ୍ୟରେ ନିଅାଁ ପାଖରେ ଥିବା ଲୋକଙ୍କ ବାସସ୍ଥଳୀ ନିକଟକୁ ଚାଲିଯାଇଥିଲା। ୫୦ ଅଗ୍ନିଶମ କର୍ମଚାରୀ ଏବଂ ସ୍ଥାନୀୟ ଲୋକେ ନିଅାଁ ଲିଭାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଫଳରେ ପ୍ରଶାସନ ହେଲିକପ୍ଟର ଯୋଗେ ନିଅାଁ ଲିଭାଇଥିଲା। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି।