www.samajalive.in
Monday, December 15, 2025
17.1 C
Bhubaneswar

ଡାକ୍ତରଖାନାରେ ଅଗ୍ନିକାଣ୍ଡ ଯୋଗୁ କର୍ମଚାରୀଙ୍କ ମୃତ୍ୟୁ, ଝରକା କାଚ ଭାଙ୍ଗି ରୋଗୀଙ୍କୁ କରାଗଲା ଉଦ୍ଧାର

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀର କଡକଡଡୁମାସ୍ଥିତ କସ୍‌ମସ୍‌ ହସ୍ପିଟାଲରେ ଶନିବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଡାକ୍ତରଖାନାର ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ହସ୍ପିଟାଲ ଧୂଆଁମୟ ହୋଇଯିବା ଫଳରେ ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା। କିନ୍ତୁ ଅଗ୍ନିଶମ ବାହିନୀ ଠିକ୍ ସମୟରେ ପହଞ୍ଚି ଝରକା ଭାଙ୍ଗି ରୋଗୀମାନଙ୍କୁ ଉଦ୍ଧାର କରି ବାହାରକୁ ଆଣିବାରେ ସଫଳ ହେବାରୁ ବଡ଼ ଅଘଟଣ ଟଳିଯାଇଥିଲା। ଡାକ୍ତରଖାନାରେ ମହଜୁଦ କିଛି ଅମ୍ଳଜାନ ସିଲିଣ୍ଡର ନିଆଁ କବଳକୁ ଚାଲିଆସିଥିଲା। ମାତ୍ର ଅଗ୍ନିଶମ କର୍ମଚାରୀମାନେ ତ୍ଵରିତ ପଦକ୍ଷେପ ନେଇ ସିଲିଣ୍ଡରଗୁଡ଼ିକୁ ବାହାରକୁ ଆଣିବା ଫଳରେ ନିଆଁ ଅଧିକ ବ୍ୟାପି ନ ଥିଲା। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ି ନାହିଁ।

ନିଆଁ ଲାଗିଯିବା ପରେ ଅମିତନାମକ ଜଣେ କର୍ମଚାରୀ ଭୟଭୀତ ହୋଇ ଡାକ୍ତରଖାନାର ବାଥରୁମରେ ନିଜକୁ ବନ୍ଦ କରିଦେଇଥିଲେ। ଯାହାଫଳରେ ଅରନିଃଶ୍ଵାସୀ ହୋଇ ତାଙ୍କର ମୃତ୍ୟୁ ଘଟିଥିଲା। ନିଆଁ ଲିଭା କାର୍ଯ୍ୟରେ ୮ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories