www.samajalive.in
Sunday, December 14, 2025
26.1 C
Bhubaneswar

ନଦୀକୁ ଡେଇଁ ଯୁବକ ନିଖୋଜ

ସମାଜ ଡିଜିଟାଲ ଡେସ୍କ: ପୋଲ ଉପରେ ବାଇକ୍, ଚପଲ ରଖି ନଦୀକୁ ଡେଇଁ ପଡ଼ିଲେ ଯୁବକ। କେନ୍ଦ୍ରାପଡ଼ା ଜିଲା ଆଳିଜଙ୍ଗା ପୋଲ ଉପରେ ଶନିବାର ଅପରାହ୍ନରେ ଏଭଳି ଦୃଶ୍ୟ​‌ ଦେଖିବାକୁ ମିଳିଛି। ଖବର ପାଇ ଓଡ୍ରାଫ ଟିମ୍ ପହଞ୍ଚି ନଦୀରେ ଖୋଜାଖୋଜି ଜାରି ରଖିଛି। ହେଲେ ସନ୍ଧ୍ୟା ସୁଦ୍ଧାର ନିଖୋଜ ଯୁବକଙ୍କ ପତ୍ତା ମିଳିପାରି ନାହିଁ।

ନିଖୋଜ ଯୁବକଙ୍କ ପରିଚୟ ମିଳିପାରି ନାହିଁ। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ଯୁବକ ଜଣକ ବାଇକରେ ଆସିଥିଲେ। ଗୋବରୀ ନଦୀ ପୋଲ ଉପରେ ହଠାତ୍‌ ଗାଡ଼ି ବନ୍ଦ କରି ଓହ୍ଲାଇଥିଲେ। ଏହା ପରେ ସେ ନଦୀକୁ ଡେଇଁ ପଡ଼ିଥିଲେ। ଏହା ଦେଖି ସେମାନେ ଅଗ୍ନିଶମ ଏବଂ ଓଡ୍ରାଫ ଟିମ୍‌କୁ ଖବର ଦେଇଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories