www.samajalive.in
Monday, December 15, 2025
17.1 C
Bhubaneswar

ଟ୍ରମ୍ପ-ପୁଟିନ ଆଲୋଚନା ନେଇ ମୁହଁ ଖୋଲିଲେ ଜେଲେନସ୍କି

ସମାଜ ଡିଜିଟାଲ ଡେସ୍କ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ବିଗତ ୩ ବର୍ଷରୁ ଅଧିକ ସମୟ ଧରି ଯୁଦ୍ଧ ଜାରି ରହିଛି। ଅନେକ ଦେଶ ହସ୍ତକ୍ଷେପ କରି ଏହାକୁ ରୋକିବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ତାହା ଫଳପ୍ରଦ ହୋଇନାହିଁ। ଆମେରିକା ପକ୍ଷରୁ ବି ଅନେକ ଥର ଉଦ୍ୟମ ହୋଇଛି। ସେଥିରେ ବି ସଫଳତା ମିଳିନାହିଁ। କିନ୍ତୁ ଆଗାମୀ କିଛି ଦିନ ମଧ୍ୟରେ ଯୁଦ୍ଧ ନିର୍ଣ୍ଣାୟକ ରୂପ ନେଇପାରେ ବୋଲି ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତା ୧୫ ତାରିଖରେ ଆମେରିକାର ଆଲାସ୍କା ରାଜ୍ୟରେ ପରସ୍ପରଙ୍କୁ ଭେଟିବେ। ଯୁଦ୍ଧ କିପରି ବନ୍ଦ ବେହ ତାହାକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହେବ। ଏ ସମ୍ପର୍କରେ ଟ୍ରମ୍ପ ନିଜେ ସାମାଜିକ ଗଣମାଧ୍ୟମରେ ଘୋଷଣା କରିଛନ୍ତି।

- Advertisement -

ଟ୍ରମ୍ପଙ୍କ କହିବା ଅନୁସାରେ, ଏହି ଆଲୋଚନାରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ବି ସାମିଲ ହେବେ। ୩ଟି ଯାକ ପକ୍ଷ ଏକତ୍ର ବସିଲେ ଯୁଦ୍ଧବିରତି ଉପରେ ସହମତି ହୋଇପାରିବ, ଯେଉଁଥିରେ ୟୁକ୍ରେନକୁ କିଛି ଅଞ୍ଚଳ ତ୍ୟାଗ କରିବାକୁ ପଡ଼ିପାରେ।

ତେବେ ଟ୍ରମ୍ପଙ୍କ ଏପରି ମନ୍ତବ୍ୟ ପରେ ଜେଲେନସ୍କି ମୁହଁ ଖୋଲିଛନ୍ତି। ସେ ସ୍ପଷ୍ଟ କରି କହିଛନ୍ତି ଯେ, ୟୁକ୍ରେନର ସମ୍ବିଧାନର ଉଲ୍ଲଂଘନ କରାଯିବ ନାହିଁ। ୟୁକ୍ରେନ କୌଣସି ରାଷ୍ଟ୍ରଦ୍ଵାରା କବ୍‌ଜା କରାଯାଇଥିବା ଭୂମିକକୁ ଉପହାର ସ୍ଵରୂପ ଦେବ ନାହିଁ। ନିଜର ଟେଲିଗ୍ରାମ ଚ୍ୟାନେଲରେ ଜେଲେନସ୍କି କହିଛନ୍ତି ଯେ, ୟୁକ୍ରେନ ସହମତି ବିନା ନିଆଯାଇଥିବା କୌଣସି ନିଷ୍ପତ୍ତି ଶାନ୍ତି ବିରୋଧୀ ହେବ। ଏହାଦ୍ଵାରା ଶାନ୍ତି ଫେରିବନି। ଯୁଦ୍ଧବିରତି ପ୍ରଭାବୀ ହେବନାହିଁ। ଆମକୁ ପ୍ରକୃତ ଶାନ୍ତି ଦରକାର, ଅସ୍ଥାୟୀ ଶାନ୍ତିର ଆବଶ୍ୟକତା ନାହିଁ।

ସୂଚନାଯୋଗ୍ୟ, ରୁଷ ଦ୍ଵାରା ୨୦୧୪ରେ ୟୁକ୍ରେନର ୪ଟି ଅଞ୍ଚଳକୁ କବଜା କରାଯାଇଥିଲା। ଯାହାକୁ ପୁଟିନ ନିଜର ବୋଲି ମାନୁଛନ୍ତି। ଏସବୁ ଅଞ୍ଚଳ ହେଉଛି ଲୁହାନ୍ସକ, ଦୋନେସ୍ତରକ, ଜାପୋରିଜିୟା ଏବଂ ଖେରସାନ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories