www.samajalive.in
Monday, December 15, 2025
24.1 C
Bhubaneswar

ଅପରେସନ ସିନ୍ଦୂରରେ ୫ ପାକିସ୍ତାନୀ ଯୁଦ୍ଧ ବିମାନ ଖସାଇଛି ଏସ-୪୦୦: ବାୟୁସେନା ମୁଖ୍ୟ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ବାୟୁସେନା ମୁଖ୍ୟ ଶନିବାର ଏକ ବଡ଼ ଦାବି କରିଛନ୍ତି। ଭାରତର ଏସ-୪୦୦ ମିଜାଇଲ ସିଷ୍ଟମ ଅପରେସନ ସିନ୍ଦୂର ସମୟରେ ପାକିସ୍ତାନର ୫ଟି ଯୁଦ୍ଧ ବିମାନକୁ ଖସାଇ ଦେଇଛି ବୋଲି ବାୟୁସେନା ମୁଖ୍ୟ ଏ.ପି. ସିଂହ କହିଛନ୍ତି। ଏହା ବ୍ୟତୀତ ଗୋଟିଏ ଏୟାରବୋର୍ନ ଅର୍ଲି ଓ୍ବାର୍ଣ୍ଣିଂ ଆଣ୍ଡ କଂଟ୍ରୋଲ/ଇଲେକଟ୍ରୋନିକ ଇଣ୍ଟେଲିଜେନ୍ସ (ଏଇଡବ୍ଲ୍ୟୁଆଣ୍ଡସି/ଇଏଲଆଇଏନଟି) ବିମାନକୁ ବି ୩୦୦ କିମି ଦୂରରୁ ଆକାଶରେ ନଷ୍ଟ କରିଦିଆଯାଇଛି। କେବଳ ଏତିକି ନୁହେଁ ଜେକବାବାଦସ୍ଥିତ ବିମାନ ହ୍ୟାଙ୍ଗରରେ ଥିବା କିଛି ଏଫ-୧୬ ଯୁଦ୍ଧ ବିମାନ ଏବଂ ଏଇଡବ୍ଲ୍ୟୁଆଣ୍ଡସିକୁ ନଷ୍ଟ କରାଯାଇଛି।

ଏୟାର ଚିଫ ମାର୍ଶଲ ଏ.ପି. ସିଂହଙ୍କ କହିବା ଅନୁସାରେ, ଅପରେସନ ସିନ୍ଦୂର ସମୟରେ ଭାରତ ନିଜର ବାୟୁ କ୍ଷେତ୍ରକୁ ମଜଭୁତ କରିବା ଲାଗି ଏସ-୪୦୦ର ବ୍ୟବହାର କରିଥିଲା। ଏହା ରୁଷଠାରୁ କିଣାଯାଇଥିବା ଏକ ଉନ୍ନତ ଭୂପୃଷ୍ଠରୁ ବାୟୁକୁ ନିକ୍ଷେପ କରାଯାଉଥିବା ମିଜାଇଲ ସିଷ୍ଟମ। ଏହା ୪୦୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ।

- Advertisement -

ଅପରେସନରେ ଏସ-୪୦୦ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅତି ଉନ୍ନତ ପ୍ରଦର୍ଶନ କରିଥିଲା ଏବଂ ୫ଟି ପାକିସ୍ତାନୀ ଯୁଦ୍ଧ ବିମାନକୁ ଆକାଶରେ ଧ୍ବଂସ କରିଦେଇଥିଲା। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଗୋଟିଏ ଏଇଡବ୍ଲ୍ୟୁଆଣ୍ଡସି/ଇଏଲଆଇଏନଟି ବିମାନକୁ ୩୦୦ କିଲୋମିଟର ଦୂରରୁ ସଠିକ୍ ଭାବେ ଟାର୍ଗେଟ କରି ଖସାଇଥିଲା। ଯାହା ଏହି ବାୟୁ ପ୍ରତିରକ୍ଷା ବ୍ୟବସ୍ଥାର ରେଞ୍ଜ ଏବଂ ନିର୍ଭୁଲତାକୁ ଦର୍ଶାଉଛି। ଏଇଡବ୍ଲ୍ୟୁଆଣ୍ଡସି/ଇଏଲଆଇଏନଟି ବିମାନ ଶତ୍ରୁପକ୍ଷର ଗତିବିଧି ଉପରେ ନଜର ରଖିବା ଏବଂ ଆକାଶମାର୍ଗରୁ ଗୁଇନ୍ଦା ତଥ୍ୟ ସଂଗ୍ରହ କରିବାରେ ବ୍ୟବହାର କରାଯାଇଥାଏ। ସେଥିଲାଗି ଏହା ନଷ୍ଟ କରିଦିଆଯିବା ଦ୍ଵାରା ପାକିସ୍ତାନକୁ ବଡ଼ ଝଟକା ଲାଗିଥିଲା।

ସିଂହ ଦାବି କରିଛନ୍ତି ଯେ, ଜେକବାବାଦ ବିମାନଘାଟିରେ ରହିଥିବା ଏଫ-୧୬ ଯୁଦ୍ଧବିମାନକୁ ନଷ୍ଟ କରିଦିଆଯାଇଥିଲା। ଏହି ବିମାନ ପାର୍କିଂରେ ଥିଲା। କିନ୍ତୁ ନିର୍ଭୁଲ ଗୁଇନ୍ଦା ତଥ୍ୟ ଆଧାରରେ ଭାରତୀୟ ସେନା ସେଠାରେ ଆକ୍ରମଣ କରିଥିଲା। ସେହିଭଳି ଭୋଲାରି ବିମାନଘାଟିରେ ମଧ୍ୟ ଗୋଟିଏ ଏଇଡବ୍ଲ୍ୟୁଆଣ୍ଡସି/ଇଏଲଆଇଏନଟି ବିମାନକୁ ନଷ୍ଟ କରାଯାଇଛି। ଏସବୁରୁ ସ୍ପଷ୍ଟ ହୋଇଛି ଯେ, ଭାରତ ନିକଟରେ ଶତ୍ରୁଙ୍କ ଗତିବିଧିର ସଠିକ୍‌ ତଥ୍ୟ ଥିଲା। ଠିକ୍‌ ସମୟରେ ତାହାର ବ୍ୟବହାର କରାଯାଇଥିଲା।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories