ଅଗ୍ନିକାଣ୍ଡରେ ଯୁବକ ଜୀବନ୍ତ ଦଗ୍ଧ

0

ବାଲେଶ୍ୱର: ବାଲେଶ୍ୱର ଜିଲାର ଅରଡ଼ବଜାରରେ ଅଗ୍ନିକାଣ୍ଡରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକଙ୍କ ନାମ ଭବାନୀ ଶଙ୍କର ଜେନା(୪୨)। ରାତିରେ ଘରେ ଏକା ଶୋଇଥିବା ବେଳେ ଅଗ୍ନିକାଣ୍ଡ ଘଟିଥିଲା । ଘରର କବାଟ ଭିତରୁ ପଟୁ ବନ୍ଦ ଥିବାରୁ ତାଙ୍କୁ କେହି ଉଦ୍ଧାର କରିପାରି ନଥିଲେ । ରାତି ପ୍ରାୟ ୩ଟାରେ ଏହି ଅଗ୍ନିକାଣ୍ଡଟି ଘଟିଥିଲା । ଅଗ୍ନିକାଣ୍ଡରେ ଘରର ସମସ୍ତ ଜିନିଷ,ବାଇକ ଇତ୍ୟାଦି ପୋଡ଼ି ନଷ୍ଟ ହୋଇଯାଇଛି ।
ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନାହିଁ । ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ତଦନ୍ତ ଜାରି ରଖିଛି । ଅଣଓସାରିଆ ରାସ୍ତା ଯୋଗୁଁ ଦମକଳ ବାହିନୀ ଘଟଣା ସ୍ଥଳରେ ଠିକ ସମୟରେ ପହଞ୍ଚି ପାରି ନଥିଲା ।

Leave A Reply