www.samajalive.in
Monday, December 15, 2025
15.1 C
Bhubaneswar

ରାଜଧାନୀରେ ଫୁଟିଲା ଗୁଳି; ବନ୍ଧୁକ ମାଡ଼ରେ ଫାଟିଲା ମୁଣ୍ଡ

ଭୁବନେଶ୍ବର : ବର୍ଷ ଶେଷରେ ଡୁମୁଡୁମାରେ ଫୁଟିଲା ଗୁଳି। ବନ୍ଧୁକ ମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଗୁରୁତର ଅବସ୍ଥାରେ ଶୁଭମ୍‌ ସିଂହ ନାମକ ଯୁବକଙ୍କୁ ସ୍ଥାନୀୟ ବାସିନ୍ଦା ଉଦ୍ଧାର କରି ଏମ୍‌ସରେ ଭର୍ତ୍ତି କରିଛନ୍ତି। ଖବର ପାଇ ଖଣ୍ଡଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଡୁମୁଡୁମା ବଜାର ଉପରେ ଏଭଳି ଘଟଣା ଘଟିବା ପରେ ବଜାର ସମ୍ପୂର୍ଣ୍ଣ ଶୂନ୍‌ଶାନ୍‌ ହୋଇପଡ଼ିଛି। ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା କୁହାଯାଉଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଅଧିକସଂଖ୍ୟକ ପୁଲିସ ମୁତୟନ କରାଯାଇଛି।
ସୂଚନା ଅନୁଯାୟୀ, ଆହତ ଶୁଭମ୍‌ ଡୁମୁଡୁମା ଫେଜ୍‌-୨ ଅଞ୍ଚଳରେ ରହନ୍ତି। ତାଙ୍କର ଡୁମୁଡୁମା ବଜାରରେ ଏକ ସ୍ନାକ୍ସ ଦୋକାନ ରହିଛି। ସେ ମଙ୍ଗଳବାର ଦୋକାନ ବାହାରେ ଏକ ମେଡ଼ିସିନ୍ ଦୋକାନ ପାଖରେ ଜଣେ ସମ୍ପର୍କୀୟଙ୍କ ସହିତ କଥାବାର୍ତ୍ତା ହେଉଥିବାବେଳେ ୨ଟି ବାଇକ୍‌ରେ ୩ ଜଣ ଯୁବକ ହଠାତ୍‌ ସେଠାରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯୁବକ ବନ୍ଧୁକ ବାହାର କରି ଶୁଭମ୍‌ଙ୍କ ମୁଣ୍ଡରେ ଲଗାଇ ଦେଇ ଧମକ ଦେଇଥିଲା। ଶୁଭମ୍‌ ସେମାନଙ୍କୁ ଚିହ୍ନି ଥିବାରୁ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ତେବେ ବନ୍ଧୁକ ଧରିଥିବା ଯୁବକ ଜଣଙ୍କ ତା’ର ବଟ୍‌ରେ ଶୁଭମ୍‌ଙ୍କ ମୁଣ୍ଡକୁ ପିଟି ଦେଇଥିଲା। ଏହି ମାଡ଼ରେ ବନ୍ଧୁକରୁ ଗୁଳି ବି ଫୁଟି ଯାଇଥିଲା। ହେଲେ ଗୁଳି କାହା ଦେହରେ ବାଜି ନ ଥିଲା। ଶୁଭମ୍‌ଙ୍କ ମୁଣ୍ଡର ଡାହାଣ ପଟ ବନ୍ଧୁକ ବଟ୍‌ ମାଡ଼ରେ ଫାଟି ଯାଇଥିବାରୁ ଭୀଷଣ ରକ୍ତସ୍ରାବ ହୋଇଥିଲା। ଆକ୍ରମଣ କରିଥିବା ସରକନ୍ତରାର ୩ ଯୁବକ କେଉଁଆଡ଼େ ଫେରାର୍‌ ହୋଇଯାଇଛନ୍ତି। ତେବେ ଶୁଭମ୍ ୩ ଜଣଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ନାମ ପୁଲିସକୁ କହିଛି। ରାତିରେ ଖଣ୍ଡଗିରି ପୁଲିସ ସରକନ୍ତରା ଗ୍ରାମରେ ଚଢ଼ଉ କରିଥିବାବେଳେ ସେମାନଙ୍କ ପତ୍ତା ପାଇନାହିଁ।
ଶୁଭମ୍‌ଙ୍କୁ ଆକ୍ରମଣ କରିଥିବା ଯୁବକଙ୍କ ମଧ୍ୟରେ ଅାକାଶ, ଅଗ୍ନି ଓ ବଳିଆ ଥିବା ପୁଲିସ ଜାଣିବାକୁ ପାଇଛି। ସେମାନେ ହୋଟେଲ୍‌ କରିଥିବା ଜଣାପଡ଼ିଛି। ପୂର୍ବରୁ ଆକାଶ ଓ ଅଗ୍ନି ବିରୋଧରେ କମିସନରେଟ ପୁଲିସ ଏକାଧିକ ମାମଲା ରୁଜୁ କରିଛି। ବିଭିନ୍ନ ଗଣ୍ଡଗୋଳ ମାମଲାରେ ସମ୍ପୃକ୍ତ ଅଗ୍ନିକୁ ସହରରୁ ତଡ଼ିପାର ଲାଗି କମିସନରେଟ ପୁଲିସ ଅନେକ ଆଇନର କସରତ କରିଥିଲା। ହେଲେ ଅଗ୍ନି ଡୁମୁଡୁମାରେ ରହି ପୁନର୍ବାର ଗଣ୍ଡଗୋଳ ଆରମ୍ଭ କରିଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories