www.samajalive.in
Monday, December 15, 2025
14.1 C
Bhubaneswar

ବୁଧବାର ରାଶିଫଳ(୩୦/୧୨/୨୦୨୦)

ମେଷ: ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ଆର୍ଥିକ ସ୍ଥିତି ଉଚ୍ଚମାନର ହୋଇ ରହିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ସରକାରୀ ସ୍ତରରୁ ଲାଭବାନ୍‌ ହେବେ। ଦେବ ଦର୍ଶନ ଲାଭ କରିପାରନ୍ତି। ଶାନ୍ତି ମିଳିବ।
ବୃଷ: କୌଣସି କ୍ଷେତ୍ରରେ ପଛଘୁଞ୍ଚା ଦେବାର ପ୍ରଶ୍ନ ଉଠୁ ନାହିଁ। ବହୁ ଧନର ଅଧିକାରୀ ହେବେ। ପୁତ୍ର ସୁଖ ମିଳିପାରେ। ଉତ୍ତମ ବଂଶରୁ କନ୍ୟା ଲାଭ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ସୁଖମୟ ଜୀବନଯାପନ କରିପାରନ୍ତି।
ମିଥୁନ: ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ଭୋଜନ ସୁଖକର ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ନୂଆ ବନ୍ଧୁଙ୍କ ସାନିଧ୍ୟ ମିଳିବ। ଚିନ୍ତାଧାରା ଉନ୍ନତମାନର ହେବ।
କର୍କଟ: କାର୍ଯ୍ୟରେ ବାଧା ଉପୁଜାଇବାକୁ କେହି ଉଦ୍ୟମ ଚଳାଇ ପାରନ୍ତି। ଶତ୍ରୁ ଦମନ ପାଇଁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। କର୍ମଚଞ୍ଚଳ ରହିବେ। ଦାତା, ଭୋକ୍ତା, ଗୁଣବାନ୍‌, ଧନୀ ଓ ମାନୀ ହୋଇପାରନ୍ତି। ବିନୀତ ସ୍ବଭାବର ହେବେ। ସ୍ତ୍ରୀ ଧନ ହେତୁ ସୁଖୀ ହେବେ।
ସିଂହ: ସୁସମ୍ବାଦ ପାଇ ଉତ୍‌ଫୁଲ୍ଲିତ ହୋଇପାରନ୍ତି। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିିବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ଭିନ୍ନ ଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଲାଭ କରିବେ।
କନ୍ୟା: ଉପୁଜି ଥିବା ସମସ୍ୟାର ସମାଧାନ ହେବ। ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରକୁ ଉଳମୟ କରିବାରେ ସକ୍ଷମ ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ବିବାଦରେ ବିଜୟୀ ହେବେ।
ତୁଳା: ସଦ୍‌ଗୁରୁଙ୍କ ଶରଣାପନ୍ନ ହୋଇପାରନ୍ତି। ପଡ଼ୋଶୀଙ୍କ ସହିତ ସଦ୍‌ଭାବନା ସମ୍ପନ୍ନ ହେବେ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ। କଳେ, ବଳେ, କୌଶଳେ କ୍ଷମତା ହାସଲ କରି ତା’ର ସଦ୍‌ବ୍ୟବହାର କରିପାରନ୍ତି।
ବିଛା: ଶତ୍ରୁ ମୁହଁରେ ହସ ଥିଲେ ବି ପରବର୍ତ୍ତୀ କାଳରେ ତାହା ବିଷ ପାଲଟି ଯିବ। ସାବଧାନ ହୋଇ ଚଳିବାକୁ ପଡ଼ିବ। ଖର୍ଚ୍ଚାନ୍ତ ହେବେ। ସ୍ବାଭିମାନୀ ହେବେ। ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ।
ଧନୁ: କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। ସୁଖକର ଘଟଣାମାନ ଘଟିପାରେ। କାର୍ଯ୍ୟରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ପ୍ରସ୍ତୁତି ପର୍ବ ଶେଷ ହୋଇଛି। ରୁଚିକର ଭୋଜନରେ ଆପ୍ୟାୟିତ ହୋଇ ତାର ଆନନ୍ଦ ଉପଭୋଗ କରିପାରନ୍ତି।
ମକର: କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି। ଶତ୍ରୁକୁ ପରାଜିତ କରି ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସମ୍ବାଦ ମିଳିବ। ସୁଖ ମିଳିବା କଷ୍ଟକର ବ୍ୟାପର।
କୁମ୍ଭ: ତ୍ୟାଗପୁତ ମନୋଭାବର ହେବେ। ପଠନ ଲିଖନ ଉପରେ ଗୁରୁତ୍ବ ଦେଇପାରନ୍ତି। ଧନଲାଭର ସୂଚନା ମିଳୁଛି। ପାରିବାରିକ ଶାନ୍ତି ଅବ୍ୟାହତ ରହିବ। ନୃତ୍ୟ ସଙ୍ଗୀତପ୍ରିୟ ହେବେ। ଗୁଣବାନ୍‌ ଓ ବହୁ ବିଦ୍ୟା ପାରଙ୍ଗମ ହେବେ।
ମୀନ: କୌଣସି କାରଣରୁ ମନରେ ଭୟ ସଂଚାର ହୋଇପାରେ। ଶ୍ରମ ସାର୍ଥକ ହେବ। ପତ୍ନୀ ପରିବାରର ଗୁରୁଭାର ବହନ କରିପାରନ୍ତି। କାର୍ଯ୍ୟକ୍ଷେତ୍ର ପାଇଁ ମନରେ ଉତ୍ସାହ ଭରି ରହିବ। ଦେବ ଦ୍ବିଜକୁ ପ୍ରଣତି ଜଣାଇବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories