ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ବିରୋଧରେ ଏତଲା

ବୌଦ୍ଧ : ପଶ୍ଚିମବଙ୍ଗ ମନ୍ତ୍ରୀ ଅଖିଳ ଗିରି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବାରୁ ଏହାକୁ ବୌଦ୍ଧ ଜିଲା ବିଜେପି ପକ୍ଷରୁ ଘୋର ନିନ୍ଦା କରାଯିବା ସହ ମନ୍ତ୍ରୀଙ୍କୁ ତୁରନ୍ତ ଗିରଫ କରି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରାଯାଇଛି । ଏନେଇ ଜିଲା ବିଜେପି ପକ୍ଷରୁ ବୌଦ୍ଧ ଆଦର୍ଶ ଥାନାରେ ଏକ ଏତଲା ଦିଆଯାଇଛି । ଏହି ଏତଲା ଦେବା ସମୟରେ ଜିଲା ସଭାପତି ବିପ୍ରଚରଣ ମହାନ୍ତି, ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମୀନାରାଣୀ ମିଶ୍ର, ମାମି ବେହେରା, ନିରଞ୍ଜନ ପ୍ରଶାଦ ଦାନୀ, ମନୋରଂଜନ ଦାଶ, ନମିତାରାଣୀ ଦାଶ ପ୍ରମୁଖ ସାମିଲ ଥିଲେ ।

 

 

Comments are closed.