www.samajalive.in
Saturday, December 6, 2025
23.1 C
Bhubaneswar

ଜିଲ୍ଲାପରିଷଦ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କୁ ନିସ୍ତୁକ ମାଡ, ଯୁବ ବିଜେଡି ଉପସଭାପତି ଓ ସମର୍ଥକଙ୍କ ନାମରେ ମାମଲା ରୁଜୁ

ବୌଦ୍ଧ : ବୌଦ୍ଧ ଜିଲ୍ଳାକୁ ବିଜେଡିର ଦୁର୍ଗ ବୋଲି କୁହାଯାଉଥିବା ବେଳେ ଲାଗାତାର ଭାବରେ ଉଭୟ ନିର୍ବାଚନ ମଣ୍ଡଳୀରେ ପଂଚାୟତରୁ ଆରମ୍ଭ କରି ବିଧାନସଭା ପର୍ଯ୍ୟନ୍ତ ଦଳୀୟ ପ୍ରାର୍ଥୀମାନେ ବିଜୟ ଲାଭ କରିଆସୁଛନ୍ତି। ହେଲେ ଗତ ସାଧାରଣ ନିର୍ବାଚନ ପରଠାରୁ କଂଟାମାଳ ନିର୍ବାଚନ ମଣ୍ଡଳୀରେ ଅନେକ ଟାଣୁଆ ନେତା ବିଜେଡି ଛାଡି ସ୍ୱାଧୀନ ପ୍ରାର୍ଥୀଙ୍କ ପାଇଁ କାର୍ଯ୍ୟ କରିବାପରେ ମଧ୍ୟ ଦଳୀୟ ପ୍ରାର୍ଥୀ ବିଜୟୀ ହୋଇଥିଲେ। କିନ୍ତୁ ବର୍ତ୍ତମାନ ତୃଣମୂଳ ସ୍ତରରେ ବିଜେଡିରେ ଗୋଷ୍ଠୀ କନ୍ଦଳ ଦେଖାଦେବା ସହିତ କର୍ମୀଙ୍କୁ ସମ୍ଭାଳିବାକୁ ଆଉ ନେତା ନାହାନ୍ତି। ଫଳରେ ଦଳୀୟ କର୍ମିଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ରାତିରେ ବିଜେଡିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ଭୋଇଙ୍କ ସ୍ୱାମୀ ଜିତେନ୍ଦ୍ରିୟ ମଲ୍ଲିକଙ୍କୁ କଂଟାମାଳ ବିଧାୟକଙ୍କ ଦୃଢ ସମର୍ଥକ ଭାବରେ ଜଣାଶୁଣା ତଥା ଯୁବ ବିଜେଡିର ଉପସଭାପତି ବିଜୟ ବାରିକ୍‍ ଓ ତାଙ୍କର ସମର୍ଥକମାନେ ମିଶି ନିସ୍ତୁକ ମାଡ ମାରି ଥାନାରେ ଛାଡିବା ଘଟଣା ଅଞ୍ଚଳରେ ରାଜନୈତିକ ମାହୋଲକୁ ଉଷ୍ମ କରିଦେଇଛି।

ମିଳିଥିବା ସୂଚନା ମୁତାବକ, ଗତକାଲି ରାତ୍ରିରେ ଜିଲ୍ଳାପରିଷଦ ଅଧ୍ୟକ୍ଷାଙ୍କ ସ୍ୱାମୀ ଶ୍ରୀ ମଲ୍ଲିକ ନିଜ ଗ୍ରାମ ଝାରମୁଣ୍ଡାରେ ଥିବାବେଳେ ଯୁବ ବିଜେଡିର ଉପସଭାପତି ବିଜୟ ବାରିକ୍‍ ନିଜର ଭାଇ ବିରେନ ବାରିକଙ୍କ ସହ ଏକ ସ୍କର୍ପିଓରେ କିଛି ସମର୍ଥକ ହେମନ୍ତ ନାଏକ, ଟଙ୍କଧର ଛତ୍ର, ଅଶୋକ ବାରିକ, ତୁଳସୀ ମହାକୁଡ ଓ ସୌରି କର୍ଣ୍ଣଙ୍କ ସହିତ ସେଠାରେ ପହଞ୍ଚି ଜାତିଆଣ ମନ୍ତବ୍ୟ ସହିତ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ଏବଂ ତାଙ୍କୁ ପିସ୍ତଲ ଦେଖାଇ ଭୟଭୀତ କରାଇ ବଳପୂର୍ବକ ଫଗୁସାହିଠାରେ ଥିବା ତାଙ୍କର ଇଟାଭାଟିକୁ ନେଇଯାଇଥିଲେ। ସେଠାରେ ତାଙ୍କୁ ନିସ୍ତୁକ ମାଡ ଦେବା ସହିତ ଜୀବନରେ ମାରିଦେବାର ଧମକଦେଇ ବାଉଁଶୁଣୀ ଥାନାରେ ଆଣି ଛାଡିଦେଇଥିଲେ। ଆକ୍ରମଣକାରୀମାନେ ତାଙ୍କ ପକେଟରୁ ୧୮ ହଜାର ଟଙ୍କା ନେଇଯାଇଥିବା ଶ୍ରୀମଲ୍ଲିକ ଥାନାରେ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ତୁଳସୀ ମହାକୁଡଙ୍କ ପକ୍ଷରୁ ମଧ୍ୟ ଏକ ଏତାଲା ଜିଲ୍ଲାପରିଷଦ ଅଧ୍ୟକ୍ଷାଙ୍କ ସ୍ୱାମୀ ଶ୍ରୀ ମଲ୍ଲିକଙ୍କ ବିରୋଧରେ କରାଯାଇଥିବା ଜଣାଯାଇଛି। ତୁଳସୀଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ଅନୁଯାୟୀ ସେ ବୌଦ୍ଧବ୍ଲକରୁ କାମ ସାରି ଘରକୁ ଫେରୁଥିବା ବେଳେ ଝାରମୁଣ୍ଡା ଗ୍ରାମର ବିଜୟ ବାରିକଙ୍କ କିଛି ସାମଗ୍ରୀ ଗାଡିରେ ଥିବାରୁ ପ୍ରଥମେ ତାଙ୍କ ଗ୍ରାମକୁ ଯିବାବେଳେ ଗାଁମୁଣ୍ଡ ରାସ୍ତା ଉପରେ ଶ୍ରୀମଲ୍ଲିକ ତାଙ୍କ ଗାଡିକୁ ଅଟକାଇଥିଲେ। ହାତରେ ଏକ ଭଙ୍ଗା ମଦବୋତଲ ଧରି ଗାଡି ଭିତରେ କିଏ କିଏ ଅଛ ବାହାରକୁ ବାହାର ବୋଲି ଧମକ ଦେବା ସହିତ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଗାଡି ଭିତରେ ଏକ ବ୍ୟାଗରେ ଥିବା କିଛି ସରକାରୀ କାଗଜପତ୍ର ଓ ୯୬୦୦ ଟଙ୍କା ଶ୍ରୀମଲ୍ଲିକ ଝାମ୍ପି ନେବାପରେ ତୁଳସୀ ଓ ଗାଡିର ଡ୍ରାଇଭର ଓହ୍ଲାଇ ତାଙ୍କୁ କାବୁ କରିଥିଲେ ଓ ବାଉଁଶୁଣୀ ଥାନାରେ ଆଣି ଛାଡିଥିଲେ ବୋଲି ଅଭିଯୋଗ କରିଛନ୍ତି। ପୋଲିସ ପକ୍ଷରୁ ଉଭୟ ପକ୍ଷର ମାମଲାକୁ ରୁଜୁ କରିବା ସହିତ ତୁଳସୀଙ୍କ ଅଭିଯୋଗ ଆଧାରରେ ଥାନା କେସ ନମ୍ବର ୧୩୫/୨୦ ଏବଂ ଜିତେନ୍ଦ୍ରିୟଙ୍କ ଅଭିଯୋଗ ଆଧାରରେ ୧୩୬/୨୦ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଭାରପ୍ରାପ୍ତ ଅଧିକାରୀ ଗଣନାଥ ଥନାପତି ସୂଚନା ଦେଇଛନ୍ତି। ତେବେ ଏହି ଘଟଣାକୁ ନେଇ କଂଟାମାଳ ନିର୍ବାଚନ ମଣ୍ଡଳୀରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ତିକ୍ତତା ରୁଦ୍ରରୂପ ନେବାର ଆଶଙ୍କା କରାଯାଉଛି। ଉଭୟ ପକ୍ଷର ଅଭିଯୋଗ ଆଧାରରେ ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ଘଟଣା ପଛରେ ଅନ୍ୟ କାରଣ ଥିବା ନେଇ ସାଧାରଣରେ ଆଲୋଚନା ହେଉଅଛି। ତେବେ ଉଭୟ ପକ୍ଷର ମାମଲା ରୁଜୁ କରି ନିଜ ଦାୟିତ୍ୱ ସାରିଦେଇଥିବା ପୋଲିସ ଘଟଣା ତଦନ୍ତରେ ନିରପେକ୍ଷତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଧାୟକଙ୍କ ସମର୍ଥକ ଓ ଖୋଦ ଜିଲ୍ଳାପରିଷଦ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କ ମଧ୍ୟରେ ହୋଇଥିବା ମାମଲାର ସମାଧାନ ଓ ରଫାଦଫା ପାଇଁ ରାଜନୈତିକ ଚାପ ବୃଦ୍ଧି ପାଉଥିବାବେଳେ ଜିଲ୍ଲା ପୋଲିସର ଜଣେ ପଦସ୍ଥ ଅଧିକାରୀଙ୍କ ଦ୍ୱାରା ମାମଲାର ନିରପେକ୍ଷ ତଦନ୍ତ କରାଯିବାକୁ ଏବଂ ପ୍ରକୃତ ଘଟଣା ଲୋକଲୋଚନକୁ ଅଣାଯିବାକୁ ସାଧାରଣରେ ମତପ୍ରକାଶ ପାଉଅଛି।

- Advertisement -

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories