www.samajalive.in
Saturday, December 6, 2025
26.1 C
Bhubaneswar

ମଦ ନିବାରଣ ସଚେତନତା ଶୋଭାଯାତ୍ରା

ଫୁଲବାଣୀ: ମଦକୁ ବିରୋଧ କରି ଗତ କିଛିଦିନ ହେଲା କନ୍ଧମାଳ ଜିଲାର ବିିଭିନ୍ନ ପଂଚାୟତ ସ୍ତରରେ ମଦ ବିରୋଧି ଆନ୍ଦୋଳନ ଚାଲିଥିବା ବେଳେ ଏହାର ପ୍ରଥମ ପର୍ଯ୍ୟୟରେ ଚୋରା ମଦ କାରବାରରେ ଲିପ୍ତ ଥିବା ବ୍ୟକ୍ତିମାନଙ୍କୁ ସଚେତନ କରିବା ପାଇଁ ମଦ ନିବାରଣ ସଚେତନତା ଶୋଭାଯାତ୍ରା କରାଯାଉଛି। ଏହି ପ୍ରକାରେ ରବିବାର କନ୍ଧମାଳ ଜିଲା ରାଇକିଆ ବ୍ଳକର ବିଛିନ୍ନ ପଂଚାୟତ ଭାବେ ପରିଚିତ ବଡ଼ବାରବା ଠାରେ ଏକ ସେଚତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ଥାନୀୟ ଯୁବକ ସଂଘ ସହିତ ଶହ ଶହ ସଂଖ୍ୟରେ ସ୍ୱୟଂ ସହାୟିକା ଗୋଷ୍ଠି ଓ ମହିଳାମାନେ ସାମିଲ୍‍ ହୋଇଥିଲେ। ଯୁବକ ସଂଘର ସଭାପତି ମସସ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶୋଭାଯାତ୍ରରେ ସରପଂଚ ବନିତା ନାୟକ, ସମିତିସଭ୍ୟ ବସନ୍ତି ଦଳବେହେରା, ୱାର୍ଡ଼ ମେମ୍ବର ଗଣପତି ମଲିକ, ଅଙ୍ଗନୱାଡ଼ି ଓ ଆଶା କର୍ମୀଙ୍କ ସମତେ ଅନ୍ୟମାନେ ଏଥିରେ ସାମିଲ୍‍ ହୋଇ ପଂଚାୟତର ବିଭିନ୍ନ ଗ୍ରାମକୁ ଯାଇ ସଚେତନ କରିଥିଲେ। ଯୁବକ ସଂଘର ଜିସୟା ନାୟକ, ସଂଜୀବ ନାୟକ, ଅଶ୍ମିନୀ ନାୟକ, ଅମିତ୍‍ ନାୟକଙ୍କ ଭଳି ଯୁବକ ସଂଘର ବହୁ ସମସ୍ତ ସଦସ୍ୟମାନେ ଏହାକୁ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories